Supreme Court On Mahua Moitra Case: ଲୋକସଭା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଦାବି କରି ଟିଏମସି ନେତା ମହୂଆ ମୈତ୍ରା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କଠାରୁ ତାଙ୍କୁ କୌଣସି ଆରାମ ମିଳିନାହିଁ। ଏହାର କାରଣ ହେଉଛି ଯେ ଦେଶର ସର୍ବୋଚ୍ଚ ଅଦାଲତ ବୁଧବାର ଦିନ (୩ ଜାନୁୟାରୀ) ରେ ମହୂଆଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ ଓ ଲୋକସଭା ପ୍ରକ୍ରିୟାରେ ଭାଗ ନେବାକୁ ନେଇ ମହୂଆଙ୍କ ଦାବି ଉପରେ କୌଣସି ଆଦେଶ ଦେବାକୁ ମନା କରି ଦେଇଥିଲେ ।
ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ଏହି ପର୍ଯ୍ୟାୟରେ ସୁପ୍ରିମକୋର୍ଟ ମହୂଆ ମୈତ୍ରାଙ୍କ ଆବେଦନ ଉପରେ କୌଣସି ଆଦେଶ ଦେବାକୁ ମନା କରି ଦେଇଛନ୍ତି, ଯେଉଁଥିରେ ସେ ଲୋକସଭା ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ମାଗିଥିଲେ। ଡିସେମ୍ବରରେ ଟିଏମସି ନେତା ସଂସଦର ସଦସ୍ୟତା ହରାଇଥିଲେ। ଲୋକସଭାର ସଦାଚାର କମିଟି ପ୍ରଶ୍ନ ପାଇଁ ଟଙ୍କା ନେବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହୂଆଙ୍କ ସଦସ୍ୟତାକୁ ବାତିଲ କରିଥିଲା।
ଲୋକସଭା ସଚିବାଳୟରୁ ଏହାର ଜବାବ ମାଗିଥିଲେ କୋର୍ଟ
ଏଥି ସହିତ ସୁପ୍ରିମକୋର୍ଟ ମହାହୁଙ୍କ ଆବେଦନ ଉପରେ ଲୋକସଭା ସଚିବାଳୟର ଉତ୍ତର ମାଗିଛନ୍ତି। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଏହି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। କିନ୍ତୁ ଟିଏମସି ନେତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି, ଯେଉଁଥିରେ ସେ ଲୋକସଭାର ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦିଆଯାଉ ବୋଲି କହିଥିଲେ। ମହୁଆ ସଦସ୍ୟତା ହରାଇବା ପରେ ଶୀତ ଅଧିବେଶନରେ ପ୍ରାୟ ୧୫୦ ଜଣ ବିରୋଧୀ ସାଂସଦଙ୍କୁ ମଧ୍ୟ ବହିଷ୍କାର କରାଯାଇଥିଲା। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ଅନେକ ହଙ୍ଗାମା ସୃଷ୍ଟି କରିଥିଲେ।
ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପାଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଲୋକସଭା ସଚିବଙ୍କୁ ନୋଟିସ ଜାରି କରିବାବେଳେ କହିଛନ୍ତି ଯେ ଗୋଟିଏ ପ୍ରସଙ୍ଗ ହେଉଛି ଲୋକସଭାର ପ୍ରକ୍ରିୟା ସମୀକ୍ଷା କରିବା ପାଇଁ କୋର୍ଟର ଅଧିକାର। ଲୋକସଭା ସଚିବାଳୟକୁ ତିନି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ପଡିବ ଓ ଏହା ପରେ ଯଦି ଆବେଦନକାରୀ ଚାହାଁନ୍ତି, ତେବେ ତାଙ୍କୁ ମଧ୍ୟ ଉତ୍ତର ଦେବାର ବିକଳ୍ପ ରହିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୧ ମାର୍ଚ୍ଚ ୨୦୨୪ ରେ ଅନୁଷ୍ଠିତ ହେବ।