Home >>Odisha National-International

'CBI ହଇରାଣ କରୁଛି, ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରୁଛି', EC କୁ ଚିଠି ଲେଖିଲେ ମହୁଆ ମୈତ୍ରା

Mahua Moitra Letter To ECI: ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରୁଥିବା ସିବିଆଇ ରବିବାର ଦିନ ମହୁଆ ମୈତ୍ରାଙ୍କ ପରିସରରେ ଚଢ଼ାଉ କରିଥିଲା। ଟିଏମସି ନେତା ଏହା ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି।  

Advertisement
Mahua Moitra Letter To ECI
Mahua Moitra Letter To ECI
Zee Odisha Desk|Updated: Mar 24, 2024, 05:54 PM IST
Share

Cash for Query Case: ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାର ତଦନ୍ତ କରୁଥିବା ସିବିଆଇ ରବିବାର ଦିନ ମହୁଆ ମୈତ୍ରାଙ୍କ ପରିସରରେ ଚଢ଼ାଉ କରିଥିଲା। ଟିଏମସି ନେତା ଏହା ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର କୃଷ୍ଣନଗରରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ମୈତ୍ରା ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ତାଙ୍କ ବାସଭବନରେ ସିବିଆଇ ଦ୍ୱାରା କରାଯାଇଥିବା ଚଢ଼ାଉକୁ ବେଆଇନ ବୋଲି କହିଛନ୍ତି।

ଏହା ସହିତ ମହୂଆ ମୈତ୍ରା ମଧ୍ୟ ସିବିଆଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସିବିଆଇ ତାଙ୍କୁ ହଇରାଣ କରୁଛି ଓ ତାଙ୍କ ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରି ଟିଏମସି ନେତା ମୈତ୍ରା ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି।

କହିରଖୁଛୁ ଯେ ରବିବାର ଦିନ (୨୩ ମାର୍ଚ୍ଚ), ଆଲିପୁର ସମେତ ମହୁଆ ମୈତ୍ରାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କୃଷ୍ଣନଗରରେ ସିବିଆଇ ଚାରିଟି ସ୍ଥାନରେ ଚଢ଼ାଉ କରିଥିଲା। ଏହା ପୂର୍ବରୁ ସିବିଆଇ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା। ଏ ସମ୍ପର୍କରେ ମହୁଆ ମୈତ୍ରା ନିର୍ବାଚନ ଆୟୋଗ (ଇସିଆଇ) କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ସିବିଆଇ ତଦନ୍ତର ଉଦ୍ଦେଶ୍ୟ ହେଉଛି ତାଙ୍କ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନକୁ ହଇରାଣ କରିବା ଓ ଅଟକାଇବା। ମଡେଲ ଆଚରଣ ସଂହିତା ସମୟରେ “କେନ୍ଦ୍ରୀୟ ଯାଞ୍ଚକାରୀ ସଂସ୍ଥା” ର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ।

କୃଷ୍ଣନଗରରୁ ଟିଏମସି ପ୍ରାର୍ଥୀ ମୈତ୍ରା ନିଜ ଚିଠିରେ କହିଛନ୍ତି ଯେ "ନିର୍ବାଚନ ଆଦର୍ଶ ଆଚରଣ ବିଧି ସମୟରେ କେନ୍ଦ୍ରୀୟ ଯାଞ୍ଚକାରୀ ସଂସ୍ଥା ଦ୍ୱାରା ଯାଞ୍ଚ ଓ ଚଢ଼ାଉ ସମ୍ପର୍କରେ ତୁରନ୍ତ ନିର୍ଦ୍ଦେଶାବଳୀ ଜାରି କରିବାର ଆବଶ୍ୟକତା ରହିଛି। ମୋର ପ୍ରାର୍ଥୀତା ବିଷୟରେ ଜାଣିବା ସତ୍ତ୍ୱେ ସିବିଆଇ ମୋର ଚାରିଟି ଭିନ୍ନ ସମ୍ପତ୍ତି ଉପରେ ଲଗାତାର ଟଢ଼ାଇ କରିବାକୁ ନିଷ୍ପତ୍ତି ନେଇଛି। ମୋର ନିର୍ବାଚନ ପ୍ରଚାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଓ ମୋ ବିଷୟରେ ଏକ ନକାରାତ୍ମକ ଧାରଣା ସୃଷ୍ଟି କରିବାର ଏକମାତ୍ର ଉଦ୍ଦେଶ୍ୟରେ ଏହା କରାଯାଇଛି, ଯେତେବେଳେ କି ଚଢ଼ାଉ ସମୟରେ ସିବିଆଇ କିଛି ପାଇ ନାହିଁ ଓ ତାକୁ ଖାଲି ହାତରେ ଫେରିବାକୁ ପଡିଛି।"

Read More
{}{}