Hindi News >>Home >>Odisha National-International

Accident News: ଧନତେରାସରେ ବଡ଼ ଦୁର୍ଘଟଣା, ୧୨ ଜଣଙ୍କ ମୃତ୍ୟୁ

Rajasthan Sikar Accident News: ରାଜସ୍ଥାନ ସିକରରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବସ୍ ଧକ୍କା ହେବାରୁ ଗାଡିରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

Advertisement
Accident News: ଧନତେରାସରେ ବଡ଼ ଦୁର୍ଘଟଣା, ୧୨ ଜଣଙ୍କ ମୃତ୍ୟୁ
Soubhagya Ranjan Mishra|Updated: Oct 29, 2024, 05:33 PM IST
Share

Rajasthan Sikar Accident News: ରାଜସ୍ଥାନ ସିକରରେ ବଡ଼ ଦୁର୍ଘଟଣା ଘଟିଛି । ଏକ ବସ୍ ଧକ୍କା ହେବା କାରଣରୁ ଗାଡିରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଛି । ଏଥିସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲା । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି ।

ଖବର ମୁତାବକ, ଏହି ଦୁର୍ଘଟଣା ସିକର ଲକ୍ଷ୍ମଣଗଡ ସହର ନିକଟରେ ଘଟିଛି। ସୁଜଙ୍ଗରୁ ନୱାଲଗଡକୁ ଯାଉଥିବା ଯାତ୍ରୀବାହୀ ଘରୋଇ ବସ୍ ସହିତ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ କଲଭର୍ଟ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ସୂଚନା ଦେଇଥିଲେ।

Also Read- ବିହାର ରାଜଧାନୀରେ ଅଘଟଣ, ଟନେଲ ଦୁର୍ଘଟଣାରେ ୨ ଓଡ଼ିଆ ମୃତ

Also Read- ଜାଣନ୍ତୁ ବାଣ ଫୁଟାଇବା ବେଳେ କିଭଳି ରହିବେ ସୁରକ୍ଷିତ, କଣ କହୁଛନ୍ତି ଡାକ୍ତର

Read More
{}{}