Hindi News >>Home >>Odisha National-International

Nainital Accident: ନୈନିତାଲରେ ଘାଟିରୁ ଖସିଲା କାର, ଗାଡିରେ ଥିଲେ ୮ରୁ ଊର୍ଦ୍ଧ୍ୱ ଯାତ୍ରୀ

ଆହତଙ୍କ ମଧ୍ୟରେ ଛୋଟୁ ଚୌଧୂରୀ ଓ ଶାନ୍ତି ଚୌଧୂରୀଙ୍କ ପୁଅ ଧୀରଜ ଚୌଧୂରୀ ରହିଛନ୍ତି। 

Advertisement
Nainital Accident: ନୈନିତାଲରେ ଘାଟିରୁ ଖସିଲା କାର, ଗାଡିରେ ଥିଲେ ୮ରୁ ଊର୍ଦ୍ଧ୍ୱ ଯାତ୍ରୀ
Zee Odisha Desk|Updated: Apr 09, 2024, 01:48 PM IST
Share

Nainital Accident: ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନିତାଲରେ ଏକ ବଡ଼ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ଘଟିଛି। ଏକ ମ୍ୟାକ୍ସ ପିକଅପ ଗାଡି ନୈନିତାଲ ଜିଲ୍ଲାର ବେତାଳଘାଟରେ ୧୫୦ ଫୁଟ ତଳକୁ ଖସିପଡ଼ିଥିଲା। ଏନେଇ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିଥିଲେ। ସୂଚନା ପାଇବା ପରେ SDRFର ଏକ ଟିମ ଘଟଣାସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ପ୍ରାଥମିକ ସୂଚନା ଅନୁଯାୟୀ ଉକ୍ତଗାଡ଼ି ଟି ଉଞ୍ଚାକୋଟରୁ ମହେନ୍ଦ୍ରନଗର ଅଭିମୂଖେ ଯାଉଥିଲା। 

ଘଟଣା ସ୍ଥଳରେ ପହଞ୍ଚିବା ପରେ SDRF ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ପ୍ରାୟ ୧୫୦ ମିଟର ତଳେ ଥିବା ଏକ ଗଭୀର ଖାଇକୁ ଓହ୍ଲାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକ ଏବଂ ପୋଲିସ ସହ ମିଳିତ ଉଦ୍ଧାର କାର୍ଯ୍ୟ କରୁଥିବାବେଳେ ଏସଡିଆରଏଫ ଟିମ୍ ଏହି ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ମୃତଦେହକୁ ଊଦ୍ଧାର କରିଥିଲେ। ସେହିପରି ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟ ଦୁଇ ଜଣହ୍କୁ ଚିକିତ୍ସାପାଇଁ ହସପିଟାଲରେ ଭର୍ତ୍ତି କରିଛନ୍ତି। ଏଠାରେ କହି ରଖୁ କି ଡ୍ରାଇଭର ବ୍ୟତୀତ ସମସ୍ତ ଲୋକ ନେପାଳର ମହେନ୍ଦ୍ରନଗର ବାସିନ୍ଦା ଥିଲେ। 

ତେବେ ମୃତକଙ୍କ ମଧ୍ୟରେ ବିଶାରାମ ଚୌଧୂରୀ (୫୦), ଅନ୍ତରାମ ଚୌଧୂରୀ (୪୦), ଗୋପାଳ ବସନିୟତ (୬୦), ଉଦୟରାମ ଚୌଧୂରୀ (୫୫), ବିନୋଦ ଚୌଧୂରୀ (୩୦), ତିଲକ ଚୌଧୂରୀ (୪୫), ଧୀରଜ ଚୌଧୂରୀ (୪୫) ରହିଥିବା ବେଳେ ଚାଳକ ନୈନିତାଲ ବେତାଲଘାଟ ଅନ୍ତର୍ଗତ ବାକୋଟ ଅଞ୍ଚଳର ହରିରାମ ରହିଛନ୍ତି। ସେହିପରି ଆହତଙ୍କ ମଧ୍ୟରେ ଛୋଟୁ ଚୌଧୂରୀ ଓ ଶାନ୍ତି ଚୌଧୂରୀଙ୍କ ପୁଅ ଧୀରଜ ଚୌଧୂରୀ ରହିଛନ୍ତି। 

Read More
{}{}