Hindi News >>Home >>Odisha National-International

Army Vehicle Accident: ଖାତକୁ ଖସିଲା ଯବାନଙ୍କ ଗାଡି, ଜଣେ ସହିଦ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭାରତୀୟ ସେନା ଗାଡି ଏକ ଗଭୀର ଖାଲରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ଜଣେ ଯବାନ ସହିଦ ହୋଇଥିଲେ। ଚାରି ଜଣ ଗୁରୁତର ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି। କୁହାଯାଉଛି ଯେ ଯେତେବେଳେ ପାହାଡ ରାସ୍ତାରେ ଯାତ୍ରା କରୁଥିବା ସମୟରେ ସେନା ଗାଡି ହଠାତ୍ ନିୟନ୍ତ୍

Advertisement
Army Vehicle Accident: ଖାତକୁ ଖସିଲା ଯବାନଙ୍କ ଗାଡି, ଜଣେ ସହିଦ
Prabhudatta Moharana|Updated: Sep 18, 2024, 12:01 PM IST
Share

Army Vehicle Accident: ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭାରତୀୟ ସେନା ଗାଡି ଏକ ଗଭୀର ଖାଲରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ଜଣେ ଯବାନ ସହିଦ ହୋଇଥିଲେ। ଚାରି ଜଣ ଗୁରୁତର ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି। କୁହାଯାଉଛି ଯେ ଯେତେବେଳେ ପାହାଡ ରାସ୍ତାରେ ଯାତ୍ରା କରୁଥିବା ସମୟରେ ସେନା ଗାଡି ହଠାତ୍ ନିୟନ୍ତ୍ରଣ ହରାଇ ଏକ ଖାତରେ ଖସିପଡିଥିଲା ​​ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଯବାନ ବଲଜିତ ସିଂ ସହିଦ ହୋଇଛନ୍ତି। ସେନା ପରିବାରକୁ ଗଭୀର ସମବେଦନା ଜଣାଇଛି। 

ସୂଚନାନୁସାରେ, ସେନା ଗାଡି ଏକ ଗଭୀର ଖାଲରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ମୃତାହତ ଯବାନଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଥିବା ଦୁଇ ଯବାନଙ୍କୁ ସେନାର ସ୍ୱତନ୍ତ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ଯବାନଙ୍କ ବ୍ୟବହୃତ ଗାଡ଼ିଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ନେଇ ସୂଚନା ରହିଛି। 

ଏଠାରେ କହି ରଖୁ କି ରଜୌରୀ ଜିଲ୍ଲୀର ନଶୌରା ସେକ୍ଟରରେ ସେପ୍ଟେମ୍ବରରେ ୯ ତାରିଖରେ ଅନୁପ୍ରବେଶକୁ ପଣ୍ଡ କରିଦେଇଥିଲେ ଭାରତୀୟ ସେନା। ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଦୁଇ ଆତଙ୍କୀଙ୍କୁ ହତ୍ୟା କରିଥିଲେ ଭାରତୀୟ ସେନା। କୁହାଯାଉଛି କି ଗୁଇନ୍ଦା ସଂସ୍ଥା ଓ ଜମ୍ମୁ କାଶ୍ମୀର ପୋଲିସକୁ ଅନୁପ୍ରବେଶ ସମ୍ପର୍କରେ ସୂଚନା ମିଳିଥିଲା। ଯାହାକୁ ନେଇ ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିଲା। 

Read More
{}{}