Hindi News >>Home >>Odisha National-International

Manmohan Singh Funeral: ନିଗମ ବୋଧ ଘାଟରେ ସମ୍ପନ୍ନ ହେଲା ଶେଷ କୃତ୍ୟ, ଏକାଠି ହେଲେ ସବୁ ରାଜନୈତିକ ଦଳର ନେତୃବୃନ୍ଦ

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ୨୮ ଡିସେମ୍ବର ୨୦୨୪ ଶନିବାର ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି ଦିନ ୧୧.୪୫ରେ ଶ୍ରୀ ସିଂହ ପାର୍ଥିବ ଶରୀରକୁ ନିଗମବୋଧ ଘାଟକୁ ଅଣାଯାଇଥିଲା। 

Advertisement
Manmohan Singh Funeral: ନିଗମ ବୋଧ ଘାଟରେ ସମ୍ପନ୍ନ ହେଲା ଶେଷ କୃତ୍ୟ, ଏକାଠି ହେଲେ ସବୁ ରାଜନୈତିକ ଦଳର ନେତୃବୃନ୍ଦ
Prabhudatta Moharana|Updated: Dec 28, 2024, 02:11 PM IST
Share

Manmohan Singh Funeral: ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ୨୮ ଡିସେମ୍ବର ୨୦୨୪ ଶନିବାର ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଡ. ସିଂହଙ୍କ ମଝିଆ ଝିଅ ମୁଖାଗ୍ନୀ ଦେଇଥିଲେ। ଆଜି ଦିନ ୧୧.୪୫ରେ ଶ୍ରୀ ସିଂହ ପାର୍ଥିବ ଶରୀରକୁ ନିଗମବୋଧ ଘାଟକୁ ଅଣାଯାଇଥିଲା। ବିଶାଳ ଶୋଭାଯାତ୍ରା ପୁଷ୍ପରେ ଏକ ସୁସଜ୍ଜିତ ଟ୍ରକ ସାହାଯ୍ୟରେ ଶ୍ରୀ ସିଂହଙ୍କର ପାର୍ଥିବ ଶରୀରକୁ ଅଣାଯାଇଥିଲା। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ଦେଖିବାକୁ ମିଳିଥିଲା। 

 

ସେପଟେ କଂଗ୍ରେସ ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସମେତ ବିଜେପିର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରମୁଖ ନେତୃବୃନ୍ଦ ପହଞ୍ଚିଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଡ. ସିଂହଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଜଣକ ପରେ ଜଣେ ଡ. ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ଦଳର ଷ୍ଟାଲୱାର୍ଟ ନଗମବୋଧ ଘାଟରେ ଉପସ୍ଥିତ ରହିଥିଲେ। ସମସ୍ତେ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

ଏଠାରେ କହି ରଖୁକି ନିଗମବୋଧ ଘାଟକୁ ଆସିବା ପୂର୍ବରୁ ଡ. ସିଂହଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା। ତାଙ୍କର ମୃତଦେହକୁ ଶେଷ ଦର୍ଶନ ପାଇଁ କଂଗ୍ରେସ ମୁଖ୍ୟାଳୟରେ ରଖାଯାଇଥିଲା। ତାଙ୍କର ଶେଷ ରୀତିନୀତି ଏଠାରେ କରାଯାଇଥିଲା। ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ସମସ୍ତ ବଡ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ତାଙ୍କର ଶେଷ ଯାତ୍ରା ସକାଳ ସାଢେ ୯ଟାରେ ଆରମ୍ଭ ହୋଇଥିଲା।

Read More
{}{}