Mansa Devi Temple Stampede: ଉତ୍ତରାଖଣ୍ତର ହରିଦ୍ବାରରେ ଥିବା ମନସା ଦେବୀ ମନ୍ଦିରରେ ଅଘଟଣ ଘଟିଛି। ପ୍ରସିଦ୍ଧ ମନସା ଦେବୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟରେ ଦଳାଚକଟା ହୋଇଥିଲା। ଯେଉଁଥିରେ ଏ-ପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଆଜି ରବିବାର ଥିବାରୁ ସକାଳ ସମୟରେ ମନ୍ଦିରରେ ଦର୍ଶନ ପାଇଁ ଅଧିକ ଭିଡ଼ ହୋଇଥିଲା। ହଠାତ୍ କିଛି ଭକ୍ତ ଆଉ କିଛି ଭକ୍ତଙ୍କ ଉପରେ ଚଢି ଯାଇଥିଲେ। ଫଳରେ ଅନେକ ଭକ୍ତ ତଳେ ପଡ଼ିଯାଇଥିଲେ। ଫଳରେ ଘଟଣାସ୍ଥଳରେ କିଛି ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଭକ୍ତ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିଥିଲା। ଏବଂ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ରେ ଭର୍ତ୍ତି କରିଛି।
ପୋଲିସ କହିଛି ଯେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ, କିନ୍ତୁ ଦୁର୍ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳୁଛି। ପୋଲି ଅଧିକାରୀମାନେ କହିଛନ୍ତି ଯେ ଭିଡ଼ ପରିଚାଳନାରେ ତ୍ରୁଟିର ତଦନ୍ତ କରାଯାଉଛି ଏବଂ ସିସିଟିଭି ଫୁଟେଜ୍ କୁ ଆଧାର କରି ଛାନ୍ ଭିନ୍ ଜାରି ରହିଛି। ଦୁର୍ଘଟଣା ସମୟରେ ହଜାର ହଜାର ଭକ୍ତ ମନ୍ଦିରରେ ଉପସ୍ଥିତ ଥିଲେ, ଯେଉଁମାନେ ଦୂରଦୂରାନ୍ତରୁ ଦର୍ଶନ ପାଇଁ ଆସିଥିଲେ।