Hindi News >>Home >>Odisha National-International

Afghanistan Kabul Blast : ତାଲିବାନରେ ଭୟଙ୍କର ବିସ୍ଫୋରଣ, ତାଲିବାନ ସରକାରର ମନ୍ତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବାର ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ତାଲିବାନର ଜଣେ ସରକାରୀ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ୨୦୨୧ ମସିହାରେ ଖାଲିଲ ରେହମାନ ହକକାନି ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାରରେ ମନ୍ତ୍ରୀ ହୋଇଥିଲେ। ମନ୍ତ୍ରୀଙ୍କ ଜ୍ୱାଇଁ ଅନାସ

Advertisement
Afghanistan Kabul Blast : ତାଲିବାନରେ ଭୟଙ୍କର ବିସ୍ଫୋରଣ, ତାଲିବାନ ସରକାରର ମନ୍ତ୍ରୀଙ୍କ ମୃତ୍ୟୁ
Zee Odisha Desk|Updated: Dec 11, 2024, 06:44 PM IST
Share

Afghanistan Kabul Blast : ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବାର ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ତାଲିବାନର ଜଣେ ସରକାରୀ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ୨୦୨୧ ମସିହାରେ ଖାଲିଲ ରେହମାନ ହକକାନି ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାରରେ ମନ୍ତ୍ରୀ ହୋଇଥିଲେ। ମନ୍ତ୍ରୀଙ୍କ ଜ୍ୱାଇଁ ଅନାସ ହକ୍କାନି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଅଙ୍ଗରକ୍ଷୀଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ରହିଛି।

ବୁଧବାର କାବୁଲରେ ଅବସ୍ଥିତ ଶରଣାର୍ଥୀ ମନ୍ତ୍ରଣାଳୟର କ୍ୟାମ୍ପସରେ ଏହି ବିସ୍ଫୋରଣ ଘଟିଥିଲା। ଏହି କାରଣରୁ ଶରଣାର୍ଥୀ ମନ୍ତ୍ରୀ ଖାଲିଲ ରହମାନ ହକ୍କାନି ଏବଂ ତାଙ୍କର ୩ ଜଣ ଅଙ୍ଗରକ୍ଷୀଙ୍କ ସମେତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଆମେରିକାର ବୈଦେଶିକ ବିଭାଗର ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ନିହତ ହୋଇଥିବା ଖଲିଲ ରେହମାନ ହକ୍କାନୀ ନେଟୱାର୍କର ଜଣେ ବରିଷ୍ଠ ନେତା ଥିଲେ। ୨୦ ବର୍ଷର ଯୁଦ୍ଧ ସମୟରେ ତାଙ୍କୁ ବଡ଼ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଆଫଗାନିସ୍ତାନରେ ଆସୁଥିବା ଶରଣାର୍ଥୀ ସଙ୍କଟକୁ ଖଲିଲ ହକ୍କାନୀ ପରିଚାଳନା କରୁଥିଲେ। 

ସେପଟେ ଏହି ବିସ୍ଫୋରଣରେ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଲିବାନ ନେତୃତ୍ୱ ହକ୍କାନୀଙ୍କ ମୃତ୍ୟୁକୁ ସ୍ପଷ୍ଟ କରିନାହାଁନ୍ତି। ଖାଲିଲ ହକ୍କାନୀ ଜଲାଲୁଦ୍ଦିନ ହକ୍କାନୀଙ୍କ ଭାଇ ଥିଲେ। ତାଲିବାନର ଦୁଇ ଦଶନ୍ଧି ବିଦ୍ରୋହ ସମୟରେ କେତେକ ହିଂସାତ୍ମକ ଆକ୍ରମଣ ପାଇଁ ହକ୍କାନି ନେଟୱାର୍କ ଦାୟୀ ଥିଲା। ୨୦୨୧ ମସିହାରେ ତାଲିବାନ ବାହିନୀ ଆଫଗାନିସ୍ତାନ ଉପରେ ନିଜର ଅଧିନକୁ ନେବା ପରେ ଆଫଗାନିସ୍ତାନରେ ହିଂସା ହ୍ରାସ ପାଇଛି। ତଥାପି ଇସଲାମିକ୍ ଷ୍ଟେଟ୍ ର ଆଞ୍ଚଳିକ ସହଯୋଗୀ, ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ନାମରେ ପରିଚିତ। ତଥାପି ଆଫଗାନିସ୍ତାନରେ ସକ୍ରିୟ ଏବଂ ନିୟମିତ ଭାବେ ବନ୍ଧୁକ, ବୋମା ଆକ୍ରମଣ ସହିତ ସାଧାରଣ ନାଗରିକ, ବିଦେଶୀ ଏବଂ ତାଲିବାନ ଅଧିକାରୀଙ୍କୁ ଟାର୍ଗେଟ କରି ଆସୁଛି।

Read More
{}{}