Sonia and Rahul Gandhi: ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧି ଏବଂ ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧିଙ୍କୁ ଜେଲ ହୋଇପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେଉଁ ଚାର୍ଜଶିଟ୍ ଦାଖଲ କରିଛି ତାହା ଯଦି କୋର୍ଟରେ ପ୍ରମାଣିତ ହୁଏ ତେବେ ଏହା ଦେଶରେ ପ୍ରଥମ ଘଟଣା ହେବ। ୨୦୦୦ କୋଟି ଟଙ୍କାର ଟଙ୍କା ହେରଫେର କରିଥିବା ତାଙ୍କ ନାଁରେ ଇଡି ଅଭିଯୋଗ କରିଛି।
ସ୍ୱତନ୍ତ୍ର ବିଚାରପତିଙ୍କ ପାଖରେ ଇଡି ଦାଖଲ କରିଥିବା ଅଭିଯୋଗଫର୍ଦ୍ଦ ଅନୁସାରେ ସୋନିଆ, ରାହୁଲଙ୍କ ଭଳି ଏଆଇସିସିର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଅନ୍ୟ କିଛି କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଆସୋସଦିଏଟେଡ୍ ଜର୍ଣ୍ଣାଲ ଏବଂ ୟଙ୍ଗ ଇଣ୍ଡିଆନ୍ ଭଳି ମିଡିଆ କମ୍ପାନୀରେ ଚଞ୍ଚକତାପୂର୍ଣ୍ଣ ଅର୍ଥ ହଡ଼ପ କରାଯାଇଛି। ଅପରାଧିକ ଷଡ଼ଯନ୍ତ୍ର ରଚାଯାଇ ୨ ହଜାର କୋଟି ଟଙ୍କା ଲୁଟାଯାଇଛି। ଆର୍ଥିକ ଠକେଇ ନିରୋଧ ଆଇନ (ପିଏମ୍ଏଲ୍ଏ)ର ଧାରା ୪ ଅନୁସାରେ ସେମାନଙ୍କ ନାଁରେ ଅଭିଯୋଗଫର୍ଦ୍ଦ ଦାଖଲ କରିଛି ଇଡି। ଆୟକର ବିଭାଗର ଆକଳନ ଆଦେଶ ୨୦୧୭କୁ ଆଦେଶ କରି ଏହି ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଚି। ପୁଣି ପିଏମ୍ଏଲ୍ଏର ଧାରା ୪ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଛି ଇଡି। ଏହି ଧାରା ସାବ୍ୟସ୍ତ ହେଲା ଦୋଷୀଙ୍କୁ ୭ ବର୍ଷ ଯାଏ ଜେଲ୍ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।
ଏହି ଅଭିଯୋଗଫର୍ଦ୍ଦରେ ଶାମ୍ ପିଟ୍ରୋଡ଼ା, ସୁନୀଲ ଭଣ୍ଡାରୀଙ୍କ ଭଳି ବ୍ୟକ୍ତି ମଧ୍ୟ ସାମିଲ ରହିଛନ୍ତି। ଜାଣି ଶୁଣି ନିଜ ଫାଇଦା ପାଇଁ ଟଙ୍କା ଚାଲାଲ କରାଯାଉଥିବା ଏହି ଅଭିଯୋଗଫର୍ଦ୍ଦରେ ଉଲ୍ଲେଖ ରହିଛି।