Hindi News >>Home >>Odisha National-International

Nina Singh: କିଏ ଏହି ନୀନା ସିଂହ, ଯାହାଙ୍କୁ ମିଳିଲା CISFର ବଡ଼ ଦାୟିତ୍ବ?

Nina Singh: କିଏ ଏହି ନୀନା ସିଂହ? ଯାହାଙ୍କୁ ନେଇ ଏବେ ଭାରତ ବର୍ଷରେ ଚାଲିଛି ଏତେ ଚର୍ଚ୍ଚା । ୧୯୮୯ ବ୍ୟାଚର ରାଜସ୍ଥାନ୍ କ୍ୟାଡରର ବରିଷ୍ଠ ଆଇପିଏସ୍ ଅଫିସର୍ ନୀନା ସିଂହ (IPS officer Nina Singh) କେନ୍ଦ୍ରୀ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) (Central Industrial Security Force)ର ଡିଜି ଭାବେ (CISF Dg) ନିଯୁକ୍ତି ହୋଇଛନ୍ତି। ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ୍ କଥା...

Advertisement
Nina Singh: କିଏ ଏହି ନୀନା ସିଂହ, ଯାହାଙ୍କୁ ମିଳିଲା CISFର ବଡ଼ ଦାୟିତ୍ବ?
Zee Odisha Desk|Updated: Dec 29, 2023, 08:54 AM IST
Share

Nina Singh: କିଏ ଏହି ନୀନା ସିଂହ? ଯାହାଙ୍କୁ ନେଇ ଏବେ ଭାରତ ବର୍ଷରେ ଚାଲିଛି ଏତେ ଚର୍ଚ୍ଚା । ୧୯୮୯ ବ୍ୟାଚର ରାଜସ୍ଥାନ୍ କ୍ୟାଡରର ବରିଷ୍ଠ ଆଇପିଏସ୍ ଅଫିସର୍ ନୀନା ସିଂହ (IPS officer Nina Singh) କେନ୍ଦ୍ରୀ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) (Central Industrial Security Force)ର ଡିଜି ଭାବେ (CISF Dg) ନିଯୁକ୍ତି ହୋଇଛନ୍ତି। ସିଆଇଏସଏଫ ମହାନିର୍ଦ୍ଦେଶକ ପଦରେ ପହଞ୍ଚିବା ପରେ ପ୍ରଥମ ମହିଳା ଅଧିକାରୀ ହେଉଛନ୍ତି ନୀନା ସିଂହ।  

ALSO READ:  Weather Update: କୁହୁଡ଼ି ଚାଦର ତଳେ ଓଡ଼ିଶା, ଏହି ଦିନଠୁ ବଦଳିବ ପାଗ!

ସେ ବିହାରର ମୂଳ ବାସିନ୍ଦା ଅଟନ୍ତି।  ପାଟନା ମହିଳା ମହାବିଦ୍ୟାଳୟରୁ ପାଠପଢା ସରିବା ପରେ ସେ ଜେଏନୟୁରେ ସ୍ନାତକ ପାସ୍ କରିଥିଲେ।  ପରେ ସେ ହାଭାର୍ଡ ବିଶ୍ବ ବିଦ୍ୟାଳୟରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ପିଜି ଡିଗ୍ରୀ ହାସଲ କରିଥିଲେ।  ଏବଂ ତାଙ୍କ ସ୍ବାମୀ କୁମାର ସିଂ ମଧ୍ୟ ରାଜସ୍ଥାନ କ୍ୟାଡର ଆଇପିଏସ୍ ଅଧିକାରୀ (IPS officer Kumar singh)ଅଟନ୍ତି। ନୀନା ସିଂହ ପ୍ରଥମେ ସିଆଇଏସଏଫର ଅତିରିକ୍ତ ମହାନିର୍ଦ୍ଦେଶକ (Cisf Adg)  (ଏଡିଜି) ରହିଥିଲେ।  ଏବଂ ଏବେ ତାଙ୍କୁ  ସିଆଇଏସଏଫର ସମ୍ପୁର୍ଣ୍ଣ ଦାୟିତ୍ବ ଦିଆଯାଇଛି।  

ନୀନା  ସିବିଆଇରେ ମଧ୍ୟ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସିବିଆଇରେ ନିଜ କାର୍ଯ୍ୟକାଳ ସମୟରେ ସେ ବିଭିନ୍ନ ଆର୍ଥିକ ଅପରାଧ  ସଂକ୍ରାନ୍ତ  ହାଇପ୍ରୋଫାଇଲ୍ ମାମଲାର ଯାଞ୍ଚ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନେଇଥିଲେ।  ଏଥିରେ ପିଏନବି ଦୁର୍ନୀତି(Punjab National Bank Scam) ଏବଂ ନୀରବ ମୋଦୀ ମାମଲା (Nirav Modi Case) ମଧ୍ୟ ସାମିଲ୍ ଥିଲା।  ପ୍ରଶାସନିକ କାର୍ଯ୍ୟ ସହିତ ନୀନା ସିଂହ ମହିଳାଙ୍କ ଅଧିକାର ପାଇଁ ମଧ୍ୟ କାମ କରୁଛନ୍ତି। କୋରୋନା ମହାମାରୀ ସମୟରେ ସେ ରାଜସ୍ଥାନର ପ୍ରମୁଖ ଶାସନ ସଚିବ (ସ୍ବାସ୍ଥ୍ୟ) ଦାୟିତ୍ବ ତୁଲାଇଥିଲେ। ନୀନା ସିଂହ ବର୍ତ୍ତମାନ ଦିଲ୍ଲୀର ସେଣ୍ଟ୍ରାଲ୍ ଇଣ୍ତରଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ମୁଖ୍ୟାଳୟର ସ୍ପେଶାଲ୍ ଡାଇରେକ୍ଟର ଭାବେ (ଡିଜି) ଭାବେ କାର୍ଯ୍ୟ କରୁଛନ୍ତି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ଅଗଷ୍ଟ ୩୧ରେ ସିଆଏସଏଫ ମୁଖ୍ୟ ଶେଲ୍ ବର୍ଦ୍ଦନ ସିଂ ଅବସର ନେବେ।  ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ସିଆଇଏସେଫ ମହାନିର୍ଦ୍ଦେଶକ ଦାୟିତ୍ବ ମିଳିଛି। ତାଙ୍କୁ ୩୧ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ସିଆଇଏସଏଫର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। 

 

Read More
{}{}