Hindi News >>Home >>Odisha National-International

Menstrual leave: ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ , ମଡେଲ ନୀତି ପ୍ରସ୍ତୁତ କରିବାକୁ ଦେଲେ ନିର୍ଦ୍ଦେଶ

Menstrual leave: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ଧରି ଆଲୋଚନା, ପର୍ଯ୍ୟାଲୋଚନା ଓ ବିତର୍କ ଚାଲିଛି। ଏନେଇ ଗତକାଲି (ସୋମବାର)ସୁପ୍ରିମକୋର୍ଟ ବଡ଼ ଟିପ୍ପଣୀ ଦେଇଛନ୍ତି।ରାଜ୍ୟ ସହ ପରାମର୍ଶ କରି ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisement
Menstrual leave: ଋତୁସ୍ରାବ ଛୁଟି ନେଇ  ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ , ମଡେଲ ନୀତି ପ୍ରସ୍ତୁତ କରିବାକୁ ଦେଲେ ନିର୍ଦ୍ଦେଶ
Zee Odisha Desk|Updated: Jul 09, 2024, 09:31 AM IST
Share

Menstrual leave: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ଧରି ଆଲୋଚନା, ପର୍ଯ୍ୟାଲୋଚନା ଓ ବିତର୍କ ଚାଲିଛି। ଏନେଇ ଗତକାଲି (ସୋମବାର)ସୁପ୍ରିମକୋର୍ଟ ବଡ଼  ଟିପ୍ପଣୀ ଦେଇଛନ୍ତି।ରାଜ୍ୟ ସହ ପରାମର୍ଶ କରି ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।ଏନେଇ ଡି.ଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ,ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦେବା ପ୍ରସଙ୍ଗ କୋର୍ଟଙ୍କ ଅଧୀନରେ ନୁହେଁ। ଏହା ହେଉଛି କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ନୀତି ନିୟମର କଥା। ଏଥିରେ କୋର୍ଟ କିଛି କରିବାର ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।ଯଦି ମହିଳାମାନଙ୍କୁ ଏପରି ଛୁଟି ପ୍ରଦାନ କରିବାକୁ କୋର୍ଟ ନିଷ୍ପତ୍ତି ନିଅନ୍ତି, ତେବେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡିପାରେ। କାରଣ କମ୍ପାନୀ ସେମାନଙ୍କୁ କାମ ନ ଦେଇପାରେ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ।

 ମାସିକ ଋତୁସ୍ରାବ ସମୟରେ ମହିଳାମାନେ ଅନେକ ସମସ୍ଯାର ସମ୍ମୁଖୀନ ହୋଇଥିବା ଦର୍ଶାଇ ସବୈତନିକ ଛୁଟି ଦେବା ପାଇଁ ରାଜ୍ଯ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଆଇଏଲ୍ ଦାଖଲ ହୋଇଥିଲା। ଏହାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି, ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦିଆଯିବ କି ନାହିଁ, ଏହା କୋର୍ଟ ହସ୍ତକ୍ଷେପ କରିବାର ବିଷୟବସ୍ତୁ ନୁହେଁ। ଆବେଦନକାରୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସଚିବ ଓ ଅତିରିକ୍ତ ସଲିସିଟର ଜେନେରାଲଙ୍କ ନିକଟରେ ନିଜ ଦାବି ଉଠାଇ ପାରିବେ। ସମସ୍ତଙ୍କ ସହିତ ସବୁଆଡୁ ବିଚାର କରି ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଆମେ ସଂପୃକ୍ତ ବିଭାଗର ସଚିବଙ୍କୁ ଅନୁରୋଧ କରୁଛୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ କୋର୍ଟ ଆଉ ଏକ କଥା କହିଛନ୍ତି- ଯଦି ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦେବା ପାଇଁ ସଂସ୍ଥାଗୁଡ଼ିକ ବାଧ୍ଯ କରାଯିବ, ତେବେ ହୁଏତ ମହିଳାଙ୍କୁ ଚାକିରି ଦିଆଯାଇନପାରେ। ମହିଳାଙ୍କୁ ଚାକିରି ଦେବାକୁ କୁଣ୍ଠାବୋଧ କରିବେ ସଂସ୍ଥାମାନେ। ଏହା ଦ୍ଵାରା ମହିଳାଙ୍କ ଭଲ ହେବା ବଦଳରେ  ମନ୍ଦ ହେବ। ସେମାନେ ଚାକିରିରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରିଛନ୍ତି ସୁପ୍ରିମକୋର୍ଟ। ଏହି ପ୍ରସଙ୍ଗ ଏକାଧିକ ନୀତିଗତ ଦିଗ ସହ ଜଡିତ।

ଏବେ କେବଳ ବିହାର ଓ କେରଳରେ ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ମିଳୁଛି। ବିହାରରେ ୨ ଦିନ ଛୁଟି ଦିଆଯାଉଥିବା ବେଳେ କେରଳରେ ୩ ଦିନ ଛୁଟି ଦେଉଛନ୍ତିଏହି ମାମଲା ଉପରେ ସମାଧାନ ପାଇଁ ସୁପ୍ରମକୋର୍ଟ ଆବେଦନକାରୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟ୍ଟିଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଛନ୍ତି।ତେଣୁ ଏନେଇ ସମସ୍ତ ରାଜ୍ୟ ସହ ପରାମର୍ଶ କରି ଏକ ମଡେଲ ପ୍ରସ୍ତୁତ କରନ୍ତୁ।ଏହି ମାମଲା ଉପରେ ସମାଧାନ ପାଇଁ ସୁପ୍ରମକୋର୍ଟ ଆବେଦନକାରୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟ୍ଟିଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଛନ୍ତି।

 

Read More
{}{}