Hindi News >>Home >>Odisha National-International

MEA Travel Advisory: ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ଏହି ଦେଶକୁ ଯାଆନ୍ତୁ ନାହିଁ, ନିଜ ନାଗରିକଙ୍କୁ ପରାମର୍ଶ ଦେଲେ ଭାରତ ସରକାର

Travel advisory for Iran and Israel: ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରି କହିଛି ଯେ ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ସେମାନଙ୍କ ସୁରକ୍ଷା ପ୍ରତି ଅତ୍ୟନ୍ତ ସତର୍କ ରହନ୍ତୁ ଓ ସେମାନଙ୍କ କାର୍ଯ୍ୟକଳାପକୁ ସର୍ବନିମ୍ନ ସ୍ତରରେ ରଖିବାକୁ ପରାମର୍ଶ ଦିଆଯାଇଛି।  

Advertisement
Travel advisory for Iran and Israel
Travel advisory for Iran and Israel
Zee Odisha Desk|Updated: Apr 12, 2024, 07:36 PM IST
Share

India issues travel advisory: ଭାରତ ଶୁକ୍ରବାର ଦିନ ନାଗରିକମାନଙ୍କୁ ଇରାନ କିମ୍ବା ଇସ୍ରାଏଲ ଯାତ୍ରା ନକରିବାକୁ କହିଛି। ୧୧ ଦିନ ପୂର୍ବେ ସିରିଆରେ ଥିବା ଇରାନ କନସୁଲେଟ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ପରେ ଏହି ଚେତାବନୀ ଦିଆଯାଇଛି। ଏହି ଆକ୍ରମଣ ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଛି ଏବଂ ଆଶଙ୍କା କରାଯାଉଛି ଯେ ତେହେରାନ ଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିପାରେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରି ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ସେମାନଙ୍କ ସୁରକ୍ଷା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ଓ ସେମାନଙ୍କ କାର୍ଯ୍ୟକଳାପକୁ ସର୍ବନିମ୍ନ ସ୍ତରରେ ରଖିବାକୁ ପରାମର୍ଶ ଦେଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୌସୱାଲ କହିଛନ୍ତି, “ଏହି ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦିଆଯାଉଛି ଯେ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ଇରାନ କିମ୍ବା ଇସ୍ରାଏଲ ଯାତ୍ରା କରନ୍ତୁ ନାହିଁ।" ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଯେଉଁମାନେ ଇରାନ କିମ୍ବା ଇସ୍ରାଏଲରେ ରହୁଛନ୍ତି ସେମାନଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରନ୍ତୁ ଓ ନିଜକୁ ପଞ୍ଜୀକୃତ କରି ନିଅନ୍ତୁ।'

ଇରାନ ଏହାର ଏକ ଅଟ୍ଟାଳିକା ଉପରେ ମାରାତ୍ମକ ବିସ୍ଫୋରଣ ପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଯାହାକୁ ନେଇ ଇସ୍ରାଏଲ୍ ଦାବି କରିଛି ଯେ ଏହାର ସ୍ୱାର୍ଥ ପ୍ରତି ବିପଦ ସହ ଜଡିତ ଥିଲା। ଏହି ପୂରା ଘଟଣା ମଧ୍ୟ ପୂର୍ବ ଦେଶରେ ସଂଘର୍ଷ ବୃଦ୍ଧି କରିବାର ଭୟ ସୃଷ୍ଟି କରିଛି। ତେହେରାନ ଦ୍ୱାରା ପ୍ରତିଶୋଧ ନେବାର ଚେତାବନୀ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ୧ ଏପ୍ରିଲ ୨୦୨୪ ରେ ଏହି ଆକ୍ରମଣ ପାଇଁ ଇସ୍ରାଏଲ ଦାୟୀ ବୋଲି ବିଶ୍ୱାସ କରାଯାଏ।

Read More
{}{}