Hindi News >>Home >>Odisha National-International

Mission Gaganyaan: ‘ଗଗନଯାନ’ରେ ମହାକାଶ ଯିବେ ଭାରତୀୟ ବାୟୁସେନାର ୪ ପାଇଲଟ୍

Mission Gaganyaan: ବୁଧବାର ‘ଗଗନଯାନ ଅଭିଯାନ’ (Mission Gaganyaan )ପାଇଁ ୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛି ଇସ୍ରୋ (ISRO) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ଉପସ୍ଥିତିରେ ସାରାଭାଇ ସ୍ପେଶ୍ ସେଣ୍ଟରରୁ (Sarabhai Space Centre) ଏହି ନାଁ ଘୋଷଣା କରାଯାଇଛି।

Advertisement
Mission Gaganyaan: ‘ଗଗନଯାନ’ରେ ମହାକାଶ ଯିବେ ଭାରତୀୟ ବାୟୁସେନାର ୪ ପାଇଲଟ୍
Payal Priyadarshini|Updated: Feb 27, 2024, 01:56 PM IST
Share

Mission Gaganyaan: ମହାକାଶ ଯିବେ ଭାରତୀୟ ବାୟୁସେନାର ୪ ପାଇଲଟ (Indian Air Force Pilot) । ବୁଧବାର ‘ଗଗନଯାନ ଅଭିଯାନ’ (Mission Gaganyaan )ପାଇଁ ୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛି ଇସ୍ରୋ (ISRO) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ଉପସ୍ଥିତିରେ ସାରାଭାଇ ସ୍ପେଶ୍ ସେଣ୍ଟରରୁ (Sarabhai Space Centre) ଏହି ନାଁ ଘୋଷଣା କରାଯାଇଛି।

ନାମ ଘୋଷଣା ହୋଇଥିବା ଏହି ୪ ବାୟୁସେନା ପାଇଲଟ୍ (Indian Air Force Pilot) ହେଉଛନ୍ତି, ଗ୍ରୁଫ କ୍ୟାପଟେନ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର (Gp Capt Prashanth Nair), ଗ୍ରୁଫ କ୍ୟାପଟେନ୍ ଅଜିତ୍‌ କ୍ରିଷ୍ଣନ୍‌ (Gp Capt Ajit Krishnan), ଗ୍ରୁଫ କ୍ୟାପଟେନ୍ ଅଙ୍ଗଦ ପ୍ରତାପ (Gp Capt Angad Pratap) ଓ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା (Wg Cdr Shubhanshu Shukla) । ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ମହାକାଶଚାରୀଙ୍କ ନାଁ ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ୪ ଜଣ କେବଳ ବ୍ୟକ୍ତି ନୁହଁନ୍ତି, ବରଂ ଏମାନେ ୧୪୦ କୋଟି ଲୋକଙ୍କ ଶକ୍ତି ଅଟନ୍ତି । ଭାରତର ନାଁକୁ ମହାକାଶକୁ ନେଇଯିବାର ଶକ୍ତି ଏହି ୪ ଜଣ । ସେମାନେ ହିଁ ଆଜିର ଭାରତର ବିଶ୍ୱାସ, ଆଜିର ଭାରତର ଶୌର୍ଯ୍ୟ । ପ୍ରଥମ ଥର ଲାଗି ଭାରତ ନିଜ ରକେଟରେ ଦେଶର ବୀରଙ୍କୁ ମହାକାଶ ପଠାଇବ । ସାରା ଦେଶର ଶୁଭକାମନା ଆପଣମାନଙ୍କ ସହ ରହିଛି । ମହାକାଶଚାରୀ ଓ ସେମାନଙ୍କ ପରିବାରକୁ ଦେଶବାସୀ ସହଯୋଗ କରନ୍ତୁ ବୋଲି ମୋଦି କହିଛନ୍ତି’ ।

Also Read- PM Kisan: ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍ କିଷାନ ଯୋଜନାର ୧୬ତମ କିସ୍ତି

ତେବେ ଏହି ମହାକାଶଚାରୀମାନଙ୍କୁ ‘ବ୍ୟୋମନଟ୍’ କୁହାଯିବ ବୋଲି ଚର୍ଚ୍ଚା ହେଉଛି । ସେମାନେ ରୁଷିଆରେ ୧ ବର୍ଷ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି । ‘ଗଗନଯାନ’ ମିଶନର ପ୍ରଥମ ପର୍ଯ୍ୟାୟରେ କୌଣସି ମହାକାଶଚାରୀ ସାମିଲ ହେବେ ନାହିଁ । କେବଳ ଏକ ରୋବଟ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । ତେବେ ୨୦୨୫ ସୁଦ୍ଧା ୩ ଜଣ ଭାରତୀୟ ମହାକାଶଚାରୀଙ୍କୁ ସ୍ପେଶ୍ ମିଶନରେ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

 

Read More
{}{}