Hindi News >>Home >>Odisha National-International

One Nation One Election: ଚଳିତ ସଂସଦ ଅଧିବେଶନରେ ସରକାର ଆଗତ କରିବେ 'ୱାନ ନେସନ, ୱାନ ଇଲେକ୍ସନ' ବିଲ୍!

One Nation One Election Bill: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସରକାର ଏହି ବିଲ୍ ଉପରେ ଏକ ସହମତି ଭିତ୍ତି କରି ଏହାକୁ ସଂସଦୀୟ କମିଟି (ଜେପିସି) କୁ ବିସ୍ତୃତ ଆଲୋଚନା ପାଇଁ ପଠାଇବାକୁ ଚାହୁଁଛନ୍ତି।  

Advertisement
One Nation One Election
One Nation One Election
Jagdish Barik|Updated: Dec 09, 2024, 07:42 PM IST
Share

One Nation One Election: କେନ୍ଦ୍ରର ଥିବା ନରେନ୍ଦ୍ର ମୋଦୀ ସରକାର ଚଳିତ ସଂସଦ ଅଧିବେଶନରେ 'ୱାନ ନେସନ, ୱାନ ଇଲେକ୍ସନ' ବିଲ୍ ଉପସ୍ଥାପନ କରିପାରିନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଶୀତକାଳୀନ ଅଧିବେଶନରେ ସରକାର ଏହି ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। କହିରଖୁଛୁ ଯେ ୱାନ ନେସନ, ୱାନ ଇସେକ୍ସନ ଉପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିସାରିଛି। ସୂଚନାନୁସାରେ ସରକାର ଏହି ବିଲ୍ ଉପରେ ଏକ ସହମତି ପ୍ରକାଶ କରିବାକୁ ଏବଂ ଏହାକୁ ସଂସଦୀୟ କମିଟି (ଜେପିସି) କୁ ବିସ୍ତୃତ ଆଲୋଚନା ପାଇଁ ପଠାଇବାକୁ ଚାହୁଁଛନ୍ତି।

ଖବର ଅନୁଯାୟୀ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ବିଶେଷଜ୍ଞ କମିଟିର ୧୮,୬୩୬ ପୃଷ୍ଠାର ରିପୋର୍ଟ ଉପରେ ସରକାର ବିସ୍ତୃତ ଆଲୋଚନା ଚାହୁଁଛନ୍ତି। କହିରଖୁଛୁ ଯେ ସରକାର କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, କିରଣ ରିଜିଜୁ ଏବଂ ଅର୍ଜୁନ୍ରମ ମେଘୱାଲଙ୍କୁ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିବା ଏହା ଉପରେ ସହ ସହମତି ଆଣିବାକୁ କହିଛନ୍ତି।

ଜେପିସି ମାଧ୍ୟମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧୀଙ୍କ ସହ ଏହି ବିଲ୍ ଉପରେ ବିସ୍ତୃତ ଭାବରେ ଆଲୋଚନା ହେବ ଏବଂ ଏହି ପ୍ରକ୍ରିୟାରେ ଅନ୍ୟ ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରାଯିବ। ସୂତ୍ରରୁ ପ୍ରକାଶ ଯେ ଏହି ପ୍ରକ୍ରିୟାରେ ଦେଶର ବୁଦ୍ଧିଜୀବୀମାନଙ୍କ ସହିତ ସମସ୍ତ ରାଜ୍ୟ ସଭାର ବାଚସ୍ପତି ମଧ୍ୟ ଡକାଯାଇପାରେ। ଏହା ବ୍ୟତୀତ ସାଧାରଣ ଲୋକଙ୍କ ମତ ମଧ୍ୟ ନିଆଯାଇପାରେ କାରଣ ସହମତି ବିନା ବିଦ୍ୟମାନ ନିର୍ବାଚନ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜ ହୋଇପାରେ।

ବିଶେଷଜ୍ଞ ମାନେ କହିଛନ୍ତି ଯେ “ୱାନ ନେସନ, ୱାନ ଇଲେକ୍ସନ” ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ସଂଶୋଧନ ପାଇଁ ଅତିକମରେ ୬ଟି ବିଲ୍ ଆଣିବାକୁ ପଡ଼ିବ ଏବଂ ଏଥିପାଇଁ ସରକାର ସଂସଦରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ କରିବେ। ବର୍ତ୍ତମାନ ସଂସଦର ଉଭୟ ଗୃହରେ ଏନଡିଏର କେବଳ ସରଳ ସଂଖ୍ୟାଗରିଷ୍ଠତା ରହିଛି। ଏଭଳି ପରିସ୍ଥିତିରେ ସଂସଦର ଯେକୌଣସି ଗୃହରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବା ସରକାରଙ୍କ ପାଇଁ କଷ୍ଟସାଧ୍ୟ କାର୍ଯ୍ୟ ହୋଇପାରେ। ରାଜ୍ୟସଭାରେ ୨୪୫ ଟି ସିଟ୍ ମଧ୍ୟରୁ ଏନଡିଏରେ ୧୧୨ଟି ଏବଂ ବିରୋଧୀ ଦଳ ପାଖରେ ୮୫ଟି ସିଟ୍ ରହିଛି। ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ସରକାର ଅତିକମରେ ୧୬୪ଟି ଭୋଟ୍ ଆବଶ୍ୟକ।

Read More
{}{}