Hindi News >>Home >>Odisha National-International

ପୂର୍ବତନ CJI ଚନ୍ଦ୍ରଚୁଡଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇପାରନ୍ତି ମୋଦୀ ସରକାର! ଫାଇନାଲ୍ ମୋହର ଲାଗିବା ବାକି

Modi Government: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର ଜୁନ୍ ୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ କରିବା ପରେ ଏନ୍ଏଚ୍ଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏହା ପରେ NHRC ସଦସ୍ୟ ବିଜୟା ଭାରତୀ ସୟାନୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।  

Advertisement
DY Chandrachud
DY Chandrachud
Jagdish Barik|Updated: Dec 19, 2024, 10:46 PM IST
Share

Modi Government: ମୋଦୀ ସରକାର ପୂର୍ବତନ ସୁପ୍ରିମକୋର୍ଟ ସିଜେଆଇ ଡି.ୱାଇ. ଚନ୍ଦ୍ରଚୁଡଙ୍କୁ ଜାତୀୟ ମାନବ ଅଧିକାର ଆୟୋଗ (NHRC) ର ଚେୟାରମ୍ୟାନ୍ କରିପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ କମିଟି ବୁଧବାର ଦିନ ଜାତୀୟ ମାନବ ଅଧିକାର ଆୟୋଗ (NHRC) ର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରିବାକୁ ଏକ ବୈଠକ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ୍ଗେ ଯୋଗ ଦେଇଥିଲେ। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ କମିଟିରେ ଅନ୍ତର୍ଭୁକ୍ତ ବିରୋଧୀ ସଦସ୍ୟମାନେ ଅଧ୍ୟକ୍ଷ ଏବଂ ଜଣେ ସଦସ୍ୟଙ୍କ ପାଇଁ ସରକାରଙ୍କ ପସନ୍ଦକୁ ନେଇ ମତଭେଦ ପ୍ରକାଶ କରିଛନ୍ତି।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର ଜୁନ୍ ୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ କରିବା ପରେ ଏନ୍ଏଚ୍ଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏହା ପରେ NHRC ସଦସ୍ୟ ବିଜୟ ଭାରତୀ ସାୟାନୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଚୟନ କମିଟିର ସୁପାରିଶ କ୍ରମେ ଭାରତର ଜଣେ ପୂର୍ବତନ ସିଜେଆଇ କିମ୍ବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା NHRC ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇପାରେ। ସୂତ୍ର ଏହା ମଧ୍ୟ କହିଛି ଯେ ବିରୋଧୀ ସଦସ୍ୟମାନେ ଶୀଘ୍ର ନିଜର ଅସନ୍ତୋଷ ପତ୍ର ଦାଖଲ କରିପାରନ୍ତି, କିନ୍ତୁ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ କହିବାକୁ ମନା କରି ଦେଇଛନ୍ତି। ସୂଚନାନୁସାରେ ଏ ସମ୍ପର୍କରେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।

ଏଭଳି ପରିସ୍ଥିତିରେ NHRC ର ମୁଖ୍ୟଙ୍କ ପାଇଁ ଅନୁମାନ କରାଯାଉଥିବା ନାମଗୁଡ଼ିକ ମଧ୍ୟରେ ନିକଟରେ ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଚନ୍ଦ୍ରଚୁଡ ୮ ନଭେମ୍ବରରେ ଅବସର ନେଇଥିଲେ। ଏହାପୂର୍ବରୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏଚ୍.ଏଲ୍ ଦତ୍ତୁ ଏବଂ କେ.ଜି ବାଲାକ୍ରିଷ୍ଣନ୍ ମଧ୍ୟ NHRC ର ମୁଖ୍ୟ ରହିସାରିଛନ୍ତି।

Read More
{}{}