Hindi News >>Home >>Odisha National-International

Monkeypox Cases: MPox ପାଇଁ ଆଲର୍ଟ ଜାରି କଲେ ସରକାର , ପ୍ରସ୍ତୁତ କଲେ ଆଇସୋଲେସନ ୱାର୍ଡ

Monkeypox Cases: କୋରାନା ପରେ ବିଶ୍ବରେ ଆଉ ଏକ ରୋଗ ମଙ୍କିଫକ୍ସ ବିଶ୍ବରେ ଆତଙ୍କ ମଚେଇଛି। ପଡୋଶୀ ଦେଶ ପାକିସ୍ତାନରେ ମଙ୍କିଫକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭାରତୀୟଙ୍କ ମନରେ ଛକନା ପଶିଛି। ଏନେଇ ସତର୍କତା ବୃଦ୍ଧି ପାଇଛି। 

Advertisement
Monkeypox Cases: MPox ପାଇଁ ଆଲର୍ଟ ଜାରି କଲେ ସରକାର , ପ୍ରସ୍ତୁତ କଲେ ଆଇସୋଲେସନ ୱାର୍ଡ
Narmada Behera|Updated: Aug 20, 2024, 01:55 PM IST
Share

Monkeypox Cases: କୋରାନା ପରେ ବିଶ୍ବରେ ଆଉ ଏକ ରୋଗ ମଙ୍କିଫକ୍ସ ବିଶ୍ବରେ ଆତଙ୍କ ମଚେଇଛି। ପଡୋଶୀ ଦେଶ ପାକିସ୍ତାନରେ ମଙ୍କିଫକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭାରତୀୟଙ୍କ ମନରେ ଛକନା ପଶିଛି। ଏନେଇ ସତର୍କତା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ସମସ୍ତ ବିମାନବନ୍ଦରର ଅଧିକାରୀ ତଥା ବାଂଲାଦେଶ ଏବଂ ପାକିସ୍ତାନ ସୀମା ନିକଟରେ ଥିବା ବନ୍ଦରଗୁଡିକର ଅଧିକାରୀମାନଙ୍କୁ 'ମାଙ୍କିଫକ୍ସ' କାରଣରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପ୍ରତି ସତର୍କ ରହିବାକୁ କହିଛନ୍ତି।

ALSO READ: Financial Horoscope Today: ଆଜି ବ୍ୟବସାୟରେ ଏହିସବୁ ରାଶି ପାଇବେ ଶୁଭଫଳ ସହ ଆର୍ଥିକ ଲାଭ!

ମନ୍ତ୍ରଣାଳୟ ଦିଲ୍ଲୀର ତିନୋଟି କେନ୍ଦ୍ରୀୟ ପରିଚାଳିତ ଡାକ୍ତରଖାନା (ରାମ ମନୋହର ଲୋହିଆ ହସ୍ପିଟାଲ, ସଫଦରଜଙ୍ଗ ହସପିଟାଲ ଏବଂ ଲେଡି ହାର୍ଡିଙ୍ଗ ହସ୍ପିଟାଲ) କୁ ମାଙ୍କିଫକ୍ସରେ ଆକ୍ରାନ୍ତଙ୍କୁ ପୃଥକ ଭାବେ ଚିକିତ୍ସା ପାଇଁ ନୋଡାଲ କେନ୍ଦ୍ର ଭାବରେ ପରିଣତ କରିଛି। ଏହିପରି ଚିହ୍ନଟ ହୋଇଥିବା ଡାକ୍ତରଖାନାଗୁଡ଼ିକୁ ଚିହ୍ନଟ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ଶାସନ ସଚିବ ପି.କେ ମିଶ୍ର ରବିବାର ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୌଠକରେ ଅଧ୍ୟକ୍ଷତା କରିଥିଲେ।

ମଙ୍କିଫକ୍ସ ହେଉଛି ଏକ ସଂକ୍ରାମକ ରୋଗ, ଯାହା ମୂଷା ଏବଂ ଅନ୍ୟ ପ୍ରାଣୀମାନଙ୍କଠାରୁ ମଣିଷକୁ ବ୍ୟାପିଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଏହା ଅନ୍ୟବ୍ୟକ୍ତିଙ୍କୁ ବ୍ୟାପିଥାଏ। ଏହାର ପ୍ରାରମ୍ଭିକ ଲକ୍ଷଣ ହେଉଛି ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ଓ ଚର୍ମ ଦାଗ । ଅଧିକାଂଶ କ୍ଷେତ୍ରରେ ଏହି ରୋଗ ନିଜେ ଭଲ ହୋଇଯାଏ।  କିନ୍ତୁ କେତେକ କ୍ଷେତ୍ରରେ ଏହା ଗୁରୁତର ହୋଇପାରେ । ଯଦି ଆପଣଙ୍କ ଠାରେ ମଙ୍କିଫକ୍ସର ଲକ୍ଷଣ ଦେଖନ୍ତି, ତେବେ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖନ୍ତୁ ଏବଂ ଏକ ମାସ୍କ ପିନ୍ଧନ୍ତୁ । ସଂକ୍ରମିତ ବ୍ୟକ୍ତିଙ୍କ ପୋଷାକ, ଶଯ୍ୟା ଏବଂ ଅନ୍ୟାନ୍ୟ ଜିନିଷ ଅଲଗା ରଖନ୍ତୁ । 

 

Read More
{}{}