Hindi News >>Home >>Odisha National-International

Mpox Virus: କୋରୋନା ଠାରୁ ଘାତକ ହେଲାଣି ଏମପକ୍ସ ଭାଇରସ, ୧୩ଟି ଦେଶରେ ଆତଙ୍କ

Mpox Virus: ଲୋକଙ୍କ ପାଇଁ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରିବ । ଡେନମାର୍କ (୧୯୫୮)ରେ ଗବେଷଣା ପାଇଁ ରଖାଯାଇଥିବା ମାଙ୍କଡ଼ ମାନଙ୍କଠାରେ ମଙ୍କିପକ୍ସ ଭୂତାଣୁ ଆବିଷ୍କୃତ ହୋଇଥିଲା ଏବଂ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆରସି, ୧୯୭୦)ରେ ଜଣେ ୯ ମାସର ବାଳକଙ୍କ ଠାରେ ଏମପକ୍ସର ପ୍ରଥମ ମାନବ ମାମଲା ଦେଖିବାକୁ ମିଳିଥିଲା ।   

Advertisement
Mpox Virus: କୋରୋନା ଠାରୁ ଘାତକ ହେଲାଣି ଏମପକ୍ସ ଭାଇରସ, ୧୩ଟି ଦେଶରେ ଆତଙ୍କ
Rashmita Sahoo|Updated: Aug 15, 2024, 08:29 PM IST
Share

Monkeypox Virus: ଏମପକ୍ସ ର ପ୍ରକୋପକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization)  ଗତ ବୁଧବାର ବିଶ୍ୱ ସ୍ତରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଏମପକ୍ସ, ଯାହାକୁ ମଙ୍କିପକ୍ସ ମଧ୍ୟ କୁହାଯାଏ । ଆଫ୍ରିକୀୟ ଦେଶମାନଙ୍କରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଫ୍ରିକାର ୧୩ଟି ଦେଶରେ ୧୪,୦୦୦ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ୫୨୪ ଜଣଙ୍କର ଏବେସୁଦ୍ଧା ମୃତ୍ୟୁ ହୋଇଛି । ଏହା ପୂର୍ବରୁ ୨୦୨୨ ମସିହାରେ ମଙ୍କିପକ୍ସକୁ(Monkey Pox) ଗ୍ଲୋବାଲ ଜରୁରୀକାଳୀନ ଘୋଷଣା କରାଯାଇଥିଲା। ସେତେବେଳେ ବିଶ୍ୱର ୧୧୬ଟି ଦେଶରେ ଏକ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା ଏବଂ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ୧୫ ବର୍ଷରୁ କମ୍ ବୟସର ମହିଳା ଓ ଶିଶୁମାନେ ମଙ୍କିପକ୍ସ ରୋଗରେ ଅଧିକ ଆକ୍ରାନ୍ତ ହେବାର ସୂଚନା ରହିଛି।

ଆଫ୍ରିକାର କଙ୍ଗୋ, ବୁରୁଣ୍ଡି, କେନିଆ, ରୱାଣ୍ଡା ଓ ଉଗାଣ୍ଡା ସମେତ ଅନେକ ଦେଶରେ ଏହାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର ଏକ ନୂଆ ଭାରିଏଣ୍ଟ ବ୍ୟାପିବାରେ ଲାଗିଛି। ଏହି ମହାଦେଶରେ ମଙ୍କିପକ୍ସ ଟିକାର ମାତ୍ରା ମଧ୍ୟ କମ୍ ରହିଛି।

ମଙ୍କିପକ୍ସ କ'ଣ?
ମଙ୍କିପକ୍ସ ଏକ ଭୂତାଣୁ ଜନିତ ସଂକ୍ରମଣ । ମଙ୍କିପକ୍ସ ରେ ପୀଡିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ଦ୍ରୁତ ଗତିରେ ବ୍ୟାପିଥାଏ । ମଙ୍କିପକ୍ସ ଯୋଗୁଁ ସାମାନ୍ୟ ଜ୍ୱର ହେବା ସହ ଶରୀରରେ ଫୁଲିବା ପରି ଫୋଟକା ପରି ହୋଇଥାଏ। ଏହା ବ୍ୟତୀତ ମୁଣ୍ଡବିନ୍ଧା ଓ ମାଂସପେଶୀ ଯନ୍ତ୍ରଣା ହୋଇଥାଏ। 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, କୌଣସି ସଂକ୍ରାମକ ବ୍ୟକ୍ତି, ପ୍ରଦୂଷକ କିମ୍ବା ସଂକ୍ରମିତ ପଶୁଙ୍କ ସହ ଶାରୀରିକ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ଭାଇରସ ମଣିଷକୁ ବ୍ୟାପିପାରେ । ଏମପକ୍ସରେ(Monkey Pox Symptoms) ପୀଡିତ ବ୍ୟକ୍ତିଙ୍କ ସହ ଶାରୀରିକ ସଂସ୍ପର୍ଶରୁ ଦୂରେଇ ରହି ଏମପକ୍ସକୁ ପ୍ରତିରୋଧ କରାଯାଇପାରେ । ଟିକାକରଣ ବିପଦରେ ଥିବା ଲୋକଙ୍କ ପାଇଁ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରିବ । ଡେନମାର୍କ (୧୯୫୮)ରେ ଗବେଷଣା ପାଇଁ ରଖାଯାଇଥିବା ମାଙ୍କଡ଼ ମାନଙ୍କଠାରେ ମଙ୍କିପକ୍ସ ଭୂତାଣୁ ଆବିଷ୍କୃତ ହୋଇଥିଲା ଏବଂ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆରସି, ୧୯୭୦)ରେ ଜଣେ ୯ ମାସର ବାଳକଙ୍କ ଠାରେ ଏମପକ୍ସର ପ୍ରଥମ ମାନବ ମାମଲା ଦେଖିବାକୁ ମିଳିଥିଲା । 

୧୯୮୦ ମସିହାରେ ସ୍ମଲପକ୍ସ ନିରାକରଣ ଏବଂ ବିଶ୍ୱବ୍ୟାପୀ ସ୍ମଲପକ୍ସ ଟିକାକରଣ ଶେଷ ହେବା ପରେ ମଧ୍ୟ, ପୂର୍ବ ଏବଂ ପଶ୍ଚିମ ଆଫ୍ରିକାରେ Monkey Pox ଧୀରେ ଧୀରେ ଉଭା ହେବା ଆରମ୍ଭ କଲା । ୨୦୨୨-୨୦୨୩ରେ ଏହି ବିଶ୍ୱବ୍ୟାପୀ ମହାମାରୀ ବ୍ୟାପିଥିଲା। ଭୂତାଣୁର ପ୍ରାକୃତିକ ଭଣ୍ଡାର ଅଜ୍ଞାତ - ବିଭିନ୍ନ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ ଯଥା ଗୁଣ୍ଡୁଚି ମୂଷା ଏବଂ ମାଙ୍କଡ଼ ମାନେ ଏହାର ଶିକାର ହୁଅନ୍ତି ।

Also Read: Sajana Saga Benefits: ସଜନା ଶାଗରେ ରହିଛି ଏହିସବୁ ପୋଷକ ତତ୍ତ୍ୱ, ଖାଇବା ମାତ୍ରେ ମିଳିଥାଏ ୫ଟି ବଡ଼ ଫାଇଦା

Also Read: Surya Ketu Grahan: ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ଗ୍ରହଣ ଯୋଗ, ୫ରାଶି ଉପରେ ସଙ୍କଟର କଳାପାହାଡ଼

Read More
{}{}