Home >>Odisha National-International

Monsoon Session : ହଲ୍ଲାପଟାରେ ନୁହେଁ, ନିୟମରେ ଚାଲିବ ଗୃହ, ଦୋହରାଇଲେ ଲୋକସଭାର ବାଚସ୍ପତି

ନୂଆଦିଲ୍ଲୀ: ସଂସଦର ମୌସୂମୀ ଅଧିବେଶନ ଆରମ୍ଭ ଦିନରୁ ହିଁ ଲୋକସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରଶ୍ନୋତ୍ତର କାଳରେ ବିରୋଧି ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ସ୍ଳୋଗାନ ଏବଂ ପ୍ଲାକାର୍ଡ ପ୍ରଦର୍ଶନ କରିବା ହେତୁ ଗୃହ କାର୍ଯ୍ୟ ବାଧା ପାଇଥିଲା। ପରବର୍ତ୍ତି ସମୟରେ ଶୃଙ୍ଖଳା ରକ୍ଷା ପାଇଁ ନିବେଦନ କରିବା ପରେ ବାଚସ୍ପତି ଗୃହକୁ ମୁଲତବୀ

Advertisement
Monsoon Session : ହଲ୍ଲାପଟାରେ ନୁହେଁ, ନିୟମରେ ଚାଲିବ ଗୃହ, ଦୋହରାଇଲେ ଲୋକସଭାର ବାଚସ୍ପତି
Prabhudatta Moharana|Updated: Jul 21, 2025, 11:41 AM IST
Share

Monsoon Session : ନୂଆଦିଲ୍ଲୀ: ସଂସଦର ମୌସୂମୀ ଅଧିବେଶନ ଆରମ୍ଭ ଦିନରୁ ହିଁ ଲୋକସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରଶ୍ନୋତ୍ତର କାଳରେ ବିରୋଧି ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ସ୍ଳୋଗାନ ଏବଂ ପ୍ଲାକାର୍ଡ ପ୍ରଦର୍ଶନ କରିବା ହେତୁ ଗୃହ କାର୍ଯ୍ୟ ବାଧା ପାଇଥିଲା। ପରବର୍ତ୍ତି ସମୟରେ ଶୃଙ୍ଖଳା ରକ୍ଷା ପାଇଁ ନିବେଦନ କରିବା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ପ୍ରଶ୍ନୋତ୍ତର କାଳରେ ମାତ୍ର ଦୁଇଟି ପ୍ରଶ୍ନ ଆଲୋଚନା ହୋଇପାରିଛି। ଏଣିକି ହଲ୍ଲାପଟାରେ ନୁହେଁ ବରଂ ନିୟମ ଗୃହ ଚାଲିବ ବୋଲି ଲୋକସଭାର ବାଚସ୍ପତି ଓମ ବିର୍ଲା ଦୋହରାଇଛନ୍ତି। 

ଆଜି ୨୧ ଦିନିଆ ଅଧିବେଶନର ପ୍ରଥମ ଦିବସ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉଭୟ ବିରୋଧି ଏବଂ ସରକାର ସଂସଦରେ ଏକାଠି ହୋଇଛନ୍ତି। ସଂସଦର ପରମ୍ପରା ଓ ବିଧି ଆଧାରରେ ପ୍ରଥମେ ଜାତୀୟ ସଂଗୀତ ଗାନରୁ ଗୃହକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶୃଙ୍ଖଳା ଏବଂ ଐକ୍ୟର ସହ ସମସ୍ତ ସଦସ୍ୟ, ଲୋକସଭାର ୮ ଜଣ ପୂର୍ବତନ ସଦସ୍ୟଙ୍କ ସହ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ହେତୁ ମୃତ୍ୟୁ ଘଟିଥିବା ନାଗରିକ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ଏହାପରେ ଭାରତୀୟ ଅନ୍ତରୀକ୍ଷ ମିଶନ ଅଧିନରେ ଆନ୍ତର୍ଜାତୀକ ମହାକାଶ କେନ୍ଦ୍ରକୁ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସଫଳ ପ୍ରବେଶ ଓ ପ୍ରସ୍ଥାନକୁ ପ୍ରଶଂସା କରାଯାଇଥିଲା। ବାଚସ୍ପତି ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଏ ବାବଦରେ ଆଲୋଚନା ହେବ ବୋଲି ସୂଚନା ଦେଇଥିଲେ। 

ଏହାପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା ଏବଂ ଏହା ସହିତ ବିରୋଧିଙ୍କ ପ୍ରତିକ୍ରିୟା, ସ୍ଳୋଗାନବାଜି ଓ ପ୍ରଦର୍ଶନ। ସମାଜବାଦୀ ପାର୍ଟିର ସାଂସଦମାନେ ପୋଷ୍ଟର ଓ ପ୍ଲାକାର୍ଡ ଧରି ଗୃହରେ ପ୍ରଦର୍ଶନ କରିଥିଲେ। ନାରାବାଜି ଜୋରଦାର ହେବା ଦ୍ୱାରା ଗୃହରେ ଅସ୍ୱାଭାବିକ ପରିସ୍ଥିତ ଆସିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧି ଦଳର ସଦସ୍ୟମାନେ ନିଜ ନିଜ ଆସନକୁ ଫେରିନଥିଲେ। ପ୍ରବଳ ନାରାବାଜି ଭିତରେ ଗୃହ ମଧ୍ୟରେ ମାତ୍ର ଦୁଇଟି ପ୍ରଶ୍ନକୁ ଆଲୋଚନା କରାଯାଇପାରିଥିଲା। ଏହା ପରେ ବାଚସ୍ପତି ପ୍ରଶ୍ନୋତ୍ତର କାଳକୁ ବାତିଲ କରି ଗୃହକୁ ମୂଲତବୀ କରିଥିଲେ। 

Read More
{}{}