Home >>Odisha National-International

S-400 Air Defence System: ଆଉ ଦୁଇଟି S-400 ଆଣିବ ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଭାରତର କବଚ ସାଜିଥିଲା S-400 ଏୟାର ଡିଫେନ୍ସ ସିଷ୍ଟମ। ପାକିସ୍ତାନର ଅଧିକାଂଶ କ୍ଷେପଣାସ୍ତ୍ରକୁ ବାୟୁରେ ହିଁ ଧ୍ୱଂସ କରିବାରେ ସକ୍ଷମ ହୋଇଥିଲା। ତେବେ ଭାରତୀୟ ବାୟୁସେନା ନିଜକୁ ଆହୁରି ଶକ୍ତିଶାଳୀ କରିବାକୁ ଯାଉଛି। ରୁଷିଆ ଠାରୁ ଖୁବ ଶୀଘ୍ର ଆଉ ଦୁଇଟି S-400 ଏୟାର ଡିଫେନ୍ସ ସିଷ୍ଟମ କିଣି

Advertisement
S-400 Air Defence System: ଆଉ ଦୁଇଟି S-400 ଆଣିବ ଭାରତ
Prabhudatta Moharana|Updated: May 31, 2025, 02:13 PM IST
Share

S-400 Air Defence System: ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଭାରତର କବଚ ସାଜିଥିଲା S-400 ଏୟାର ଡିଫେନ୍ସ ସିଷ୍ଟମ। ପାକିସ୍ତାନର ଅଧିକାଂଶ କ୍ଷେପଣାସ୍ତ୍ରକୁ ବାୟୁରେ ହିଁ ଧ୍ୱଂସ କରିବାରେ ସକ୍ଷମ ହୋଇଥିଲା। ତେବେ ଭାରତୀୟ ବାୟୁସେନା ନିଜକୁ ଆହୁରି ଶକ୍ତିଶାଳୀ କରିବାକୁ ଯାଉଛି। ରୁଷିଆ ଠାରୁ ଖୁବ ଶୀଘ୍ର ଆଉ ଦୁଇଟି S-400 ଏୟାର ଡିଫେନ୍ସ ସିଷ୍ଟମ କିଣିବାକୁ ଯାଉଛି। ତେବେ ଏଠାରେ କହି ରଖୁ କି ୨୦୧୮ ମସିହାରେ ୫ଟି ଏୟାର ଡିଫେନ୍ସ ସିଷ୍ଟମ ପାଇଁ ରଷିଆ ସହିତ ଭାରତ ଚୁକ୍ତି କରିଥିଲା। ତେବେ ପୂର୍ବରୁ ୩ଟି ଭାରତ ଆଣିସାରିଥିବା ବେଳେ ଆଉ ଦୁଇଟି ଖୁବ ଶୀଘ୍ର ଆଣିବାକୁ ଯାଉଛି। 

ପୂର୍ବରୁ ୩ଟି ଏୟାର ଡିଫେନ୍ସ ସିଷ୍ଟମ ଆସି ସାରିଥିବା ବେଳେ ଆଉ ଦୁଇଟି ଏୟାର ଡିଫେନ୍ସ ସିଷ୍ଟମ ଆଣିବାକୁ ଯାଉଛି। ଆସନ୍ତା ୨୦୨୬ ବର୍ଷର ଫେବୃଆରୀ ମାସରେ ଚତୁର୍ଥ ଏସ-400 ଆଣିବାକୁ ଯାଉଛି। ସେହିପରି ଅଗଷ୍ଟ ମାସରେ ୫ମ ତଥା ଶେଷ ଏୟାର ଡିଫେନ୍ସ ସିଷ୍ଟମ ଆଣିବାକୁ ଯାଉଛି। 

ଏଠାରେ କହି ରଖୁ କି ଯୁଦ୍ଧ ସମୟରେ ଏୟାର ଡିଫେନ୍ସ ଜରିଆରେ ପାକିସ୍ତାନକୁ କଡା ଜବାବ ଦେବାରେ ସକ୍ଷମ ହୋଇଥିଲା ଭାରତ। ଏହାକୁ ସୁଦର୍ଶନ ଚକ୍ର ନାମକରଣ କରିଥିଲା ଭାରତ। S-400 ମିସାଇଲ ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିବାରେ ସକ୍ଷମ ହୋଇଥିଲା । ଭାରତରେ ଆକ୍ରମଣ କରିବାକୁ ପାକିସ୍ତାନ ପଠାଇଥିବା ଡ୍ରୋନ୍‌କୁ ଧ୍ବସ୍ତବିଧ୍ବସ୍ତି କରିଦେଇଥିଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ । ଭାରତର ସୁଦର୍ଶନ ଚକ୍ର S-400 ପାକିସ୍ତାନର ସବୁ ଡ୍ରୋନ୍‌କୁ ମାରି ଖସାଇ ଦେଇଥିବା ନେଇ ମଧ୍ୟ ସୂଚନା ରହିଛି । ଭାରତର ୧୫ଟି ସହର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ପାକିସ୍ତାନ । ଯାହାକୁ କି ପଣ୍ଡ କରିଦେଇଥିଲା ଭାରତୀୟ ସେନା ।

Read More
{}{}