Hindi News >>Home >>Odisha National-International

Ayodhya Ram Mandir: ମୁସଲିମ୍ ମୂର୍ତ୍ତିକାର ବାପ-ପୁଅ ଗଢୁଛନ୍ତି ରାମଲଲାଙ୍କ ମୂର୍ତ୍ତି

Ayodhya Ram Mandir: ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଉପସ୍ଥିତ ରହିବେ। ଏହି ଉତ୍ସବରେ ୪ ହଜାର ସାଧୁସନ୍ଥଙ୍କ ପ୍ରାୟ ୨୫ ଶହ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ଏହି ଉତ୍ସବ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୧୦ ଦିନ ଧରି ଚାଲିବ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 15, 2023, 08:37 AM IST
Share

Ayodhya Ram Mandir: ଜାନୁୟାରୀ ୨୪ରେ ଉଦ୍ଦଘାଟିତ ହେବ ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିର (Ayodhya Ram Mandir) । ଅପରାହ୍ନ ୧୨.୩୦ ମିନିଟ୍‌ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଉପସ୍ଥିତ ରହିବେ। ଏହି ଉତ୍ସବରେ ୪ ହଜାର ସାଧୁସନ୍ଥଙ୍କ ପ୍ରାୟ ୨୫ ଶହ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ଏହି ଉତ୍ସବ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୧୦ ଦିନ ଧରି ଚାଲିବ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ୨ ଜଣ ମୁସଲମାନ କାରିଗର ଅଯୋଧ୍ୟା ରାମ ମନ୍ଦିର ପାଇଁ ଭଗବାନ ରାମଙ୍କ ମୂର୍ତ୍ତି ନିର୍ମାଣ କରୁଥିବା ଜଣାପଡ଼ିଛି । ମହମ୍ମଦ ଜମାଲୁଦ୍ଦିନ୍ ଓ ତାଙ୍କ ପୁଅ ବିଟ୍ଟୁ ରାମଙ୍କ ଏହି ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣରେ ନିୟୋଜିତ ଅଛନ୍ତି। ବାପ-ପୁଅଙ୍କ କାମ ଅନଲାଇନରେ ଜଣାପଡ଼ିବା ପରେ ସେମାନଙ୍କୁ ଅଯୋଧ୍ୟାରୁ ଅର୍ଡର ମିଳିଥିଲା।

ଏହା ବି ପଢନ୍ତୁ-Venus Mars: ଏହି ଦିନ ବିଛା ରାଶିରେ ହେବ ଶୁକ୍ର ଓ ମଙ୍ଗଳ ଚଳନ, ଧନବାନ ହେବେ ୪ ରାଶି!

ତେବେ ଏନେଇ ଜମାଲୁଦ୍ଦିନ୍ କହିଛନ୍ତି, ‘ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର। ଦେଶରେ ବିଭିନ୍ନ ଧର୍ମର ଲୋକ ଅଛନ୍ତି । ସମସ୍ତଙ୍କୁ ଏକାଠି ରହିବାକୁ ପଡ଼ିବ । ଭଗବାମ ରାମଙ୍କ ମୂର୍ତ୍ତି ନିର୍ମାଣ କରୁଥିବାରୁ ମୁଁ ବହୁତ ଖୁସି । ଜଣେ କାରିଗର ଭାବେ ଏହି ମୂର୍ତ୍ତି ହେଉଛି ମୋର ଭ୍ରାତୃତ୍ବର ବାର୍ତ୍ତା ବୋଲି ସେ କହିଛନ୍ତି । ଏହା ପୂର୍ବରୁ ସେ ମାଆ ଦୁର୍ଗା ଓ ଜଗଦ୍ଧାତ୍ରୀଙ୍କ ବିଶାଳ ମୂର୍ତ୍ତି ନିର୍ମାଣ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି ।

 

Read More
{}{}