Home >>Odisha National-International

NEET UG 2024 Result Declared: ପୁଣି ଜାରି ହେଲା ନିଟ୍ ରେଜଲ୍ଟ, ଏମିତି କରନ୍ତୁ ଚେକ୍

NEET UG 2024 Result Declared: ପୂର୍ବାହ୍ନ ସାଢ଼େ ୧୦ଟାରେ ପରବର୍ତ୍ତୀ ଶୁଣାଣି ହେବ ଏବଂ ମଧ୍ୟାହ୍ନ ଭୋଜନ ପୂର୍ବରୁ ଏହା ଶେଷ ହେବ ବୋଲି ଆଶା କରାଯାଉଛି। ଜଷ୍ଟିସ ଜେ ବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀକ୍ଷା ଆରମ୍ଭ ହେବାର ମାତ୍ର ଏକ ଘଣ୍ଟା ପୂର୍ବରୁ ହଜାରୀବାଗରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଭିତ୍ତିହୀନ ବୋଲି କେନ୍ଦ୍ରର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।  

Advertisement
NEET UG 2024 Result Declared: ପୁଣି ଜାରି ହେଲା ନିଟ୍ ରେଜଲ୍ଟ, ଏମିତି କରନ୍ତୁ ଚେକ୍
Rasmita Sahoo|Updated: Jul 20, 2024, 01:23 PM IST
Share

NEET UG Result 2024:  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) National Testing Agency ପକ୍ଷରୁ ଆଜି ଜୁଲାଇ ୨୦, ସହର ଓ କେନ୍ଦ୍ର ଭିତ୍ତିରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ସ୍ନାତକୋତ୍ତର (Neet-UG) ୨୦୨୪ ର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ନିଟ୍ ୟୁଜିର ଅଫିସିଆଲ ୱେବସାଇଟ exam.nta.ac.in/NEET/ ଯାଇ ନିଜର ରେଜଲ୍ଟ ଦେଖିପାରିବେ । ସୁପ୍ରିମକୋର୍ଟଙ୍କ(Supreme Counrt) ନିର୍ଦ୍ଦେଶ ପରେ ଏନଟିଏ ଏହି ନିଷ୍ପତ୍ତି ନେଇଛି।

ପରୀକ୍ଷାର୍ଥୀ ମାନେ https://exams.nta.ac.in/NEET/ ଏହି ଲିଙ୍କ୍ ମାଧ୍ୟମରେ ସିଧାସଳଖ ନିଟ୍ ୟୁଜିର ଫଳାଫଳ ଦେଖିପାରିବେ। ନିମ୍ନରେ ଦିଆଯାଇଥିବା ପଦକ୍ଷେପଗୁଡିକ ଅନୁସରଣ କରି ଆପଣ ଫଳାଫଳ ମଧ୍ୟ ଦେଖିପାରିବେ । ନିଟ୍ ସ୍କୋର କାର୍ଡରେ ପରୀକ୍ଷାର୍ଥୀଙ୍କ ନାମ, ରୋଲ୍ ନମ୍ବର, ଆବେଦନ ନମ୍ବର, ବର୍ଗ, ସାମଗ୍ରିକ ସ୍କୋର, ପ୍ରତିଶତ ସ୍କୋର, ବର୍ଗ ମାନ୍ୟତା ଏବଂ ଯୋଗ୍ୟତା ସ୍ଥିତି ଭଳି ଗୁରୁତ୍ୱପୂର୍ଣ୍ଣ ବିବରଣୀ ରହିବ। ଏହି ସ୍କୋରକାର୍ଡରେ ପ୍ରାର୍ଥୀଙ୍କ ସର୍ବଭାରତୀୟ ମାନ୍ୟତା ମଧ୍ୟ ଦେଖାଯିବ।

ଚଳିତ ବର୍ଷ ପ୍ରାୟ ୨୩ ଲକ୍ଷ ପରୀକ୍ଷାର୍ଥୀ ନିଟ୍ ୟୁଜି ପରୀକ୍ଷା ଦେଇଥିଲେ। ଗୁରୁବାର (ଜୁଲାଇ ୧୮) ଖଣ୍ଡପୀଠ ରେଜଲ୍ଟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ସୋମବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପରବର୍ତ୍ତୀ ଶୁଣାଣି ହେବ ଏବଂ ମଧ୍ୟାହ୍ନ ଭୋଜନ ପୂର୍ବରୁ ଏହା ଶେଷ ହେବ ବୋଲି ଆଶା କରାଯାଉଛି। ଜଷ୍ଟିସ ଜେ ବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀକ୍ଷା ଆରମ୍ଭ ହେବାର ମାତ୍ର ଏକ ଘଣ୍ଟା ପୂର୍ବରୁ ହଜାରୀବାଗରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଭିତ୍ତିହୀନ ବୋଲି କେନ୍ଦ୍ରର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

 

ନିଟ୍ ୟୁଜି ରେଜଲ୍ଟ (NEET UG Result 2024) ୨୦୨୪ କିପରି ଯାଞ୍ଚ କରିବେ

Read More
{}{}