Hindi News >>Home >>Odisha Education And Job

NEET UG ପରୀକ୍ଷା ପ୍ୟାଟନରେ ବଡ଼ ପରିବର୍ତ୍ତନ, ହଟିଲା ଅପ୍ସନାଲ ପ୍ରଶ୍ନ, ସମୟରେ ମଧ୍ୟ ହ୍ରାସ

NEET UG 2025: ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ୨୦୦ ପ୍ରଶ୍ନରୁ ୧୮୦ ଟି ସମାଧାନ କରିବାକୁ ପଡୁଥିଲା କିନ୍ତୁ ଏବେ ୨୦୦ ପ୍ରଶ୍ନ ବଦଳରେ କେବଳ ୧୮୦ ଟି ପ୍ରଶ୍ନ ଆସିବ। ସମସ୍ତ ୧୮୦ଟି ପ୍ରଶ୍ନ ବାଧ୍ୟତାମୂଳକ ହେବ। ଅପ୍ସନାଲ ପ୍ରଶ୍ନ ପାଇଁ କୌଣସି ସୁବିଧା ରହିବ ନାହିଁ। କୋଭିଡ୍ ସମୟରେ ଅପ୍ସନାଲ ପ୍ରଶ୍ନ ପ୍ରଚଳନ କରାଯାଇଥିଲା। ଯାହାକୁ ଏବେ ହଟାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।  

Advertisement
Major change in NEET UG exam pattern
Major change in NEET UG exam pattern
Jagdish Barik|Updated: Jan 25, 2025, 05:42 PM IST
Share

NEET UG 2025: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ମେଡିକାଲ୍ ପ୍ରବେଶିକା ପରୀକ୍ଷା NEET UG ର ପରୀକ୍ଷା ପ୍ୟାଟର୍ଣ୍ଣରେ ଏକ ବଡ଼ ପରିବର୍ତ୍ତନ କରିଛି। NTA ଘୋଷଣା କରିଛି ଯେ ଏବେ NEET UG ପରୀକ୍ଷାର ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ଏବଂ ଅବଧି କୋଭିଡ୍ ମହାମାରୀ ପୂର୍ବ ପରି ହେବ। ଏବେ କୌଣସି ସେକ୍ସନ B ରହିବ ନାହିଁ। କୋଭିଡ-୧୯ ମହାମାରୀ ସମୟରେ NEET UG ପେପରରେ ଯୋଡାଯାଇଥିବା ଅପ୍ସନାଲ ପ୍ରଶ୍ନଗୁଡ଼ିକୁ ଏବେ ହଟାଇ ଦିଆଯାଇଛି। ଏବେ NEET ପରୀକ୍ଷାରେ ମୋଟ ୧୮୦ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ୪୫-୪୫ଟି ପ୍ରଶ୍ନ ଏବଂ ଜୀବବିଜ୍ଞାନରେ ୯୦ଟି ପ୍ରଶ୍ନ) ବାଧ୍ୟତାମୂଳକ ହେବ। ଏହା ବ୍ୟତୀତ ପରୀକ୍ଷାର ସମୟ ସୀମା ମଧ୍ୟ ୩ ଘଣ୍ଟାକୁ ହ୍ରାସ କରାଯାଇଛି। ପୂର୍ବରୁ ସମୟ ୩ ଘଣ୍ଟା ୨୦ ମିନିଟ୍ (୨୦୦ ମିନିଟ୍) ଥିଲା।

ଏହି ପରିପ୍ରେକ୍ଷୀରେ NTA ଦ୍ୱାରା ଜାରି କରାଯାଇଥିବା ନୋଟିସରେ କୁହାଯାଇଛି, "ସମସ୍ତ NEET UG 2025 ପ୍ରାର୍ଥୀଙ୍କୁ ସୂଚିତ କରାଯାଉଛି ଯେ ପ୍ରଶ୍ନପତ୍ରର ପ୍ୟାଟର୍ଣ୍ଣ ଏବଂ ପରୀକ୍ଷାର ଅବଧି ପୂର୍ବ କୋଭିଡ୍ ପ୍ୟାଟର୍ଣ୍ଣକୁ ଫେରିଯିବ। ଏବେ କୌଣସି ସେକ୍ସନ୍ B ରହିବ ନାହିଁ।" ୧୮୦ ମିନିଟ୍ ମଧ୍ୟରେ ସମାଧାନ କରିବାକୁ ମୋଟ ୧୮୦ଟି ବାଧ୍ୟତାମୂଳକ ପ୍ରଶ୍ନ (ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ୪୫ଟି ପ୍ରଶ୍ନ ଏବଂ ଜୀବବିଜ୍ଞାନରେ ୯୦ଟି ପ୍ରଶ୍ନ) ରହିବ। କୋଭିଡ୍ ଯୋଗୁଁ ପ୍ରଚଳିତ ଯେକୌଣସି ଅପ୍ସନାଲ ପ୍ରଶ୍ନ ଏବଂ ଅତିରିକ୍ତ ସମୟକୁ ହଟାଇ ଦିଆଯିବ।"

ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ୨୦୦ ପ୍ରଶ୍ନରୁ ୧୮୦ ଟି ସମାଧାନ କରିବାକୁ ପଡୁଥିଲା କିନ୍ତୁ ଏବେ ୨୦୦ ପ୍ରଶ୍ନ ବଦଳରେ କେବଳ ୧୮୦ ଟି ପ୍ରଶ୍ନ ଆସିବ। ସମସ୍ତ ୧୮୦ଟି ପ୍ରଶ୍ନ ବାଧ୍ୟତାମୂଳକ ହେବ। ଅପ୍ସନାଲ ପ୍ରଶ୍ନ ପାଇଁ କୌଣସି ସୁବିଧା ରହିବ ନାହିଁ। କୋଭିଡ୍ ସମୟରେ ଅପ୍ସନାଲ ପ୍ରଶ୍ନ ପ୍ରଚଳନ କରାଯାଇଥିଲା। ଯାହାକୁ ଏବେ ହଟାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

NTA ଏହା ମଧ୍ୟ କହିଛି ଯେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୫ ର ରେଜିଷ୍ଟ୍ରେସନ ପାଇଁ APAAR ID ଆବଶ୍ୟକ ନାହିଁ। NEET UG ପାଇଁ ରେଜିଷ୍ଟ୍ରେସନ କରିବା ପାଇଁ ପ୍ରାର୍ଥୀମାନେ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମଧ୍ୟ ବ୍ୟବହାର କରିପାରିବେ। ଏହା ଉଲ୍ଲେଖନୀୟ ଯେ ୧୪ ଜାନୁଆରୀ ୨୦୨୫ରେ ଜାରି କରାଯାଇଥିବା ପୂର୍ବ ନୋଟିସରେ NTA ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆଧାର ବିବରଣୀ ଅପଡେଟ୍ କରିବା ଏବଂ ସେମାନଙ୍କର APAAR ID (ପୂର୍ବରୁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ କିମ୍ବା ABC ID ଭାବରେ ଜଣାଶୁଣା) ଲିଙ୍କ୍ କରିବାକୁ ଉତ୍ସାହିତ କରିଥିଲା। କୁହାଯାଇଥିଲା ଯେ ପଞ୍ଜୀକରଣ ପୂର୍ବରୁ ପ୍ରାର୍ଥୀମାନେ ସେମାନଙ୍କର ଆଧାର କିମ୍ବା Apaar ID (ମୋବାଇଲ୍ ନମ୍ବର) ଇତ୍ୟାଦିରେ କୌଣସି ତ୍ରୁଟି ଥିଲେ ତାହା ଅପଡେଟ୍ କରିବା ବାଧ୍ୟତାମୂଳକ। ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ Apaar ID ସମ୍ପର୍କରେ ଦ୍ୱନ୍ଦ୍ୱ ବ୍ୟାପିଗଲା।

Read More
{}{}