Hindi News >>Home >>Odisha National-International

NEET-UG ପରୀକ୍ଷା : ଆଇଆଇଟି ଦିଲ୍ଲୀକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

NEET-UG 2024 examination : NEET-UG ୨୦୨୪ ପରୀକ୍ଷା ବିବାଦକୁ ନେଇ ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ଆଇଆଇଟି ଦିଲ୍ଲୀକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ଉତ୍ତର ଉପରେ ରାୟ ଦେବା ପାଇଁ ସମ଼୍ବଦ୍ଧିତ ବିଷୟର ଏକ ଟିମ୍‌ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଗଠନ କରିବାକୁ କୋର୍ଟ କହିଛନ୍ତି।

Advertisement
 NEET-UG 2024
NEET-UG 2024
Zee Odisha Desk|Updated: Jul 22, 2024, 09:06 PM IST
Share

Controversial NEET-UG 2024 examination  : NEET-UG ୨୦୨୪ ପରୀକ୍ଷା ବିବାଦକୁ ନେଇ ସୁପ୍ରିମ୍‌କୋର୍ଟ ଆଜି(ସୋମବାର)ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଆଇଆଇଟି ଦିଲ୍ଲୀକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ଉତ୍ତର ଉପରେ ରାୟ ଦେବା ପାଇଁ ସମ଼୍ବଦ୍ଧିତ ବିଷୟର ଏକ ଟିମ୍‌ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଗଠନ କରିବାକୁ କୋର୍ଟ କହିଛନ୍ତି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ଏକ ଯାଚିକ ଉପରେ ବିଚାର କରି କହିଛନ୍ତି, ଯେ ଏକ ର୍ନିଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ପାଇଁ ମାର୍କ ଦେବା କିମ୍ବା ନ ଦେବା ଚୂଡ଼ାନ୍ତ ଯୋଗ୍ୟତା ତାଲିକାରେ ପ୍ରଭାବ ପକାଇଥାଏ। ମଙ୍ଗଳବାର ମଧ୍ୟାହ୍ନ ୧୨ ଟା ସୁଦ୍ଧା ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ସଠିକ ଉତ୍ତର ଉପରେ ମତାମତ ଦେବା ପାଇଁ ସଂପୃକ୍ତ ବିଷୟର ୩ ବିଶେଷଜ୍ଞଙ୍କ ଏକ ଟିମ ଗଠନ କରିବାକୁ କୋର୍ଟ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ନିଟ-ୟୁଜି ପରୀକ୍ଷାର ରସାୟନ ବିଜ୍ଞାନରେ ଏମିତି ଏକ ପ୍ରଶ୍ନ ପଡ଼ିଥିଲା, ଯାହାର ୪ଟି ବିକଳ୍ପ ମଧ୍ୟରୁ ୨ଟି ଠିକ ଉତ୍ତର ଥିଲା। ତା’ ମଧ୍ୟରୁ ଯଦି କେହି ଗୋଟିଏ ଉତ୍ତରକୁ ଚୟନ କରିଥିଲେ, ତାଙ୍କୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ମାର୍କ ଦେଇଥିଲା।ଏହାକୁ କିଛି ଶିକ୍ଷାର୍ଥୀ ଚ୍ୟାଲେଞ୍ଜ କରିଥିଲେ। ଉକ୍ତ ପ୍ରଶ୍ନର ଉତ୍ତରକୁ ଗ୍ରହଣ କରାଯିବ କି ପ୍ରତ୍ୟାଖ୍ୟାନ କରାଯିବ, ସେହି ଆଧାରରରେ ଚୂଡ଼ାନ୍ତ ମେରିଟ ଲିଷ୍ଟ ଜାରି କରିବାକୁ ଆବେଦନ କରାଯାଇଛି।

ପ୍ରକାଶଥାଉଯେ, ଶନିବାର ଏନଟିଏ ପକ୍ଷରୁ ସହର ୱାରୀ ଓ କେନ୍ଦ୍ର ୱାରୀ ଜାରି କରାଯାଇଥିବା ପରୀକ୍ଷା ରେଜଲ୍ଟରୁ  ଜଣାପଡ଼ିଛି ଯେ ପେପର ଲିକ ଓ ଅନ୍ୟ ଅନିୟମିତତାରୁ ଫାଇଦା ହାସଲ କରିଥିବା ପିଲାମାନେ ଭଲ କରି ପାରି ନାହାନ୍ତି। କିନ୍ତୁ କିଛି ପରୀକ୍ଷା କେନ୍ଦ୍ରରେ ଅଧିକାଂଶ ପିଲା ଭଲ ପ୍ରଦର୍ଶନ କରିଛନ୍ତି। ଏଥିରୁ କେନ୍ଦ୍ର ୱାରୀ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଥିବା ସେ କହିଛନ୍ତି।ସୁପ୍ରିମକୋର୍ଟ ଆସନ୍ତାକାଲି ମଧ୍ୟ ନିଟ-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ଶୁଣାଣି କରିପାରନ୍ତି।

Read More
{}{}