Home >>Odisha National-International

HMPV:ଏଚ୍‍ଏମ୍‍ପି ଭାଇରସ୍‍ ସଂକ୍ରମଣ: କେନ୍ଦ୍ର ଜାରିକଲା ନୂଆ ପରାମର୍ଶ, ରାଜ୍ୟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

HMPV: ହ୍ୟୁମ୍ୟାନ ମେଟା ନ୍ୟୁମୋ  (ଏଚ୍‍ଏମ୍‍ପି)ଭାଇରସ୍‍ର ସଂକ୍ରମଣକୁ ଦେଖ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ପରାମର୍ଶ ଜାରି କରିଛନ୍ତି।  ରାଜ୍ୟଗୁଡ଼ିକୁ ଏ କ୍ଷେତ୍ରରେ ସତର୍କ ରହି ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। 

Advertisement
HMPV:ଏଚ୍‍ଏମ୍‍ପି ଭାଇରସ୍‍ ସଂକ୍ରମଣ: କେନ୍ଦ୍ର ଜାରିକଲା ନୂଆ ପରାମର୍ଶ, ରାଜ୍ୟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
Narmada Behera|Updated: Jan 07, 2025, 10:49 AM IST
Share

HMPV: ହ୍ୟୁମ୍ୟାନ ମେଟା ନ୍ୟୁମୋ  (ଏଚ୍‍ଏମ୍‍ପି)ଭାଇରସ୍‍ର ସଂକ୍ରମଣକୁ ଦେଖ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ପରାମର୍ଶ ଜାରି କରିଛନ୍ତି।  ରାଜ୍ୟଗୁଡ଼ିକୁ ଏ କ୍ଷେତ୍ରରେ ସତର୍କ ରହି ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। 

ALSO READ: Anu Choudhury Video: ସୋସିଆଲ୍ ମିଡିଆରେ ଘୂରି ବୁଲୁଛି ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଏହି ଭିଡିଓ, ଦେଖନ୍ତୁ

ALSO READ: Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର; ସୁନା ଦରରେ ହ୍ରାସ, ୬୦ ହଜାର ତଳକୁ ଖସିଲା ରେଟ୍

ବର୍ତ୍ତମାନ ଦେଶରେ ଏହି ଭୂତାଣୁ ସଂକ୍ରମଣର ସ୍ଥିତିକୁ ସମୀକ୍ଷା କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବିଭିନ୍ନ ହସ୍‍ପିଟାଲରେ ଚିହ୍ନଟ କରାଯାଇଛି ରୋଗୀଙ୍କ ସ୍ଥିତି ଏଂବ ଜନସ୍ୱାସ୍ଥ୍ୟ ପରିଚାଳନା ବିଷୟକୁ ଧ୍ୟାନ ଦେଇଛନ୍ତି। କୌଣସି ଭାବେ ଦେଶରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପକ ହୋଇ ନାହିଁ। କିନ୍ତୁ ରାଜ୍ୟ ସରକାରଙ୍କୁ ଏ ଦିଗରେ ସତର୍କ ରହି ସଚେତନତା ପ୍ରସାର କରିବାକୁ କୁହାଯାଇଛି। କିପରି ଏହି ସଂକ୍ରମଣକୁ  ଏଡ଼ାଯାଇପାରିବ ସେ ନେଇ ବାର୍ତ୍ତା ପ୍ରସାରଣ ପାଇଁ କୁହାଯାଇଛି। ଏହାସହ ଅତ୍ୟାଧୁନିକ ଆଇଏଲ୍‍ଆଇ ବା ସାରୀ ପରୀକ୍ଷଣକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି। ଏ ଭିତରେ ଦେଶରେ ୫ ଜଣଙ୍କୁ ଭୂତାଣୁ ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି। ଏଥିରେ ତିନିଜଣ ଶିଶୁ ରହିଛନ୍ତି। ଦୁଇଜଣ ଶିଶୁଙ୍କୁ ବାଙ୍ଗାଲୋରର ଜଣେ ଅହମ୍ମାଦବାଦର ରହିଛନ୍ତି। ଅନ୍ୟ ଦୁଇଜଣଙ୍କୁ ତାମିଲନାଡ଼ୁରୁ ଚିହ୍ନଟ କରାଯାଇଛି।

Read More
{}{}