Hindi News >>Home >>Odisha National-International

New Year 2025: ଆମେରିକାରେ ଇସ୍କନ ପକ୍ଷରୁ ନୂଆବର୍ଷ ପାଳିତ, ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ହେଲେ ୪୦୦ ପ୍ରବାସୀ

ନୂଆଦିଲ୍ଲୀ: ଆମେରିକାର ନ୍ୟୁ ଜର୍ସିର ପ୍ଲେନଫିଲ୍ଡ ଠାରେ ଇସ୍କନ ପକ୍ଷରୁ ନୂଆ ବର୍ଷ ପାଳିତ ହୋଇଯାଇଛି। ଆମେରିକାରେ ରହୁଥିବା ଇଂ ହେମନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ନୂଆବର୍ଷ ପାଳନ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଏକତ୍ରିତ ହୋଇଥିଲେ। ଏହା ସହିତ ଆମେରିକାରେ ଅବସ୍ଥାପିତ ଇସ୍କନର ମହାପ୍ରଭୁଙ୍କ ଭକ୍

Advertisement
New Year 2025: ଆମେରିକାରେ ଇସ୍କନ ପକ୍ଷରୁ ନୂଆବର୍ଷ ପାଳିତ, ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ହେଲେ ୪୦୦ ପ୍ରବାସୀ
Prabhudatta Moharana|Updated: Jan 09, 2025, 06:28 AM IST
Share

New Year 2025: ନୂଆଦିଲ୍ଲୀ: ଆମେରିକାର ନ୍ୟୁ ଜର୍ସିର ପ୍ଲେନଫିଲ୍ଡ ଠାରେ ଇସ୍କନ ପକ୍ଷରୁ ନୂଆ ବର୍ଷ ପାଳିତ ହୋଇଯାଇଛି। ଆମେରିକାରେ ରହୁଥିବା ଇଂ ହେମନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ନୂଆବର୍ଷ ପାଳନ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଏକତ୍ରିତ ହୋଇଥିଲେ। ଏହା ସହିତ ଆମେରିକାରେ ଅବସ୍ଥାପିତ ଇସ୍କନର ମହାପ୍ରଭୁଙ୍କ ଭକ୍ତଙ୍କ ସହିତ ସ୍ଥାନୀୟ କିଛି ନ୍ୟୁଜର୍ସିର ବାସିନ୍ଦା ମଧ୍ୟ ସାମିଲ ହୋଇ ନୂଆବର୍ଷ ୨୦୨୫କୁ ବେଶ ଧୂମଧାମରେ ପାଳନ କରିଥିଲେ। ଦିନ ସାଢେ ୧୨ଟାରୁ ଆରମ୍ଭ କରି ଦିନ ୩ଟା ପର୍ଯ୍ୟନ୍ତ ଏହି ଉତ୍ସବକୁ ପାଳନ କରାଯାଇଥିଲା। ଏହା ସହିତ ଉପସ୍ଥିତ ଭକ୍ତଙ୍କୁ ମହାପ୍ରଭୁଙ୍କ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା। 

ଏହି ନବବର୍ଷ ପାଳନ ପର୍ବର ପ୍ରାରମ୍ଭିକ ପର୍ଯ୍ୟାୟରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥି ନିମନ୍ତେ ୧୪ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଶ୍ରୀକ୍ଷେତ୍ର ଧାମ ପୁରୀ ଭଳି ସେଠାରେ ମଧ୍ୟ ଦହିବରା, ଘୁଗୁନି ଚାଟ, ଆଳୁ ଚପ, ଘିଅ ଅନ୍ନ, କାନିକା, ପୁରୀ, ଡାଲମା, ଖଜୁରି ଖଟା, ଘାଣ୍ଟ, ପଣସ କଷା, ପନିର ମଖାନି, ଆରିଷା, ଖିର ସାଗର, ମାଲପୁଆ ଓ ପିଠା ପ୍ରସ୍ତୁତ କରାଯାଇଥିଲା। ଏହା ସହିତ ମହାପ୍ରଭୁଙ୍କ ନିକଟରେ ପ୍ରସାଦ ଲାଗି ହେବା ପରେ ପ୍ରବାସୀ ଓଡ଼ିଆଙ୍କ ସମେତ ଅନ୍ୟାନ୍ୟ ଭକ୍ତଙ୍କୁ ତାହା ପ୍ରଦାନ କରାଯାଇଥିଲା। ଓଡ଼ିଶାଠାରୁ ବହୁ ଦୂରରେ ପ୍ରସ୍ତୁତ ଓଡ଼ିଆ ପ୍ରସାଦ ଓ ବ୍ୟଞ୍ଜନକୁ ସମସ୍ତେ ଆଗ୍ରହର ସହିତ ଗ୍ରହଣ କରିଥିଲେ। 

ଏକତ୍ର ହୋଇଥିବା ପ୍ରବାସୀ ଓଡ଼ିଆ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ। ଦୀର୍ଘ ୧୦ ବର୍ଷ ଧରି ଏହି ପର୍ବ ଆୟୋଜନ ହୋଇ ଆସୁଛି। ଦୀର୍ଘ ଦିନ ଧରି ଆମେରିକାରେ ରହି ଆସୁଥିବା ଶ୍ରୀ ପଣ୍ଡା ସମସ୍ତ ଓଡ଼ିଆଙ୍କୁ ଏକତ୍ର କରି ଏହି ପର୍ବ ପାଳନର ନେତୃତ୍ୱ ନେଇ ଆସୁଛନ୍ତି। ଏହି ଉତ୍ସବକୁ ସ୍ଥାନୀୟ ବାସିନ୍ଦା ଭରପୂର ପ୍ରଶଂସା କରିଥିଲେ।

Read More
{}{}