Home >>Odisha National-International

Nipha Virus: କେରଳରେ ଆତଙ୍କ ଖେଳାଇଲାଣି ନିପା ଭାଇରାସ, ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟବିଭାଗ

Nipha Virus: ପକ୍ଷୀ କାମୁଡ଼ିଥିବା ଫଳ ନ ଖାଇବା ସହ କଦଳୀ ଚୋପାରୁ ମହୁ ପିଇବା ପାଇଁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି, ଯାହା ବାଦୁଡ଼ି ଦ୍ୱାରା ଦୂଷିତ ହୋଇପାରେ। ପଶୁଙ୍କଠାରୁ ମଣିଷକୁ ବ୍ୟାପୁଥିବା ଏହି ଭୂତାଣୁ ମଧ୍ୟ ମାରାତ୍ମକ ହୋଇପାରେ। ୨୦୧୮ରେ କୋଝିକୋଡ ଏବଂ ମାଲାପୁରମ ଜିଲ୍ଲାରେ ନିପା ଭୂତାଣୁ ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା ।  

Advertisement
Nipha Virus: କେରଳରେ ଆତଙ୍କ ଖେଳାଇଲାଣି ନିପା ଭାଇରାସ, ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟବିଭାଗ
Rasmita Sahoo|Updated: Jul 21, 2024, 10:10 AM IST
Share

Nipha Virus: କେରଳରେ ନିପା ଭାଇରସର ପଞ୍ଚମ ମାମଲା ସାମ୍ନାକୁ ଆସିଛି । ମାଲାପୁରମରେ ଜଣେ ୧୪ ବର୍ଷୀୟ ନାବାଳକ ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ସମ୍ଭାବ୍ୟ ସଂକ୍ରମଣକୁ ନେଇ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଶନିବାର ମାଲାପୁରମ ଜିଲ୍ଲାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିପା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସଂକ୍ରମିତ ନାବାଳକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବେ। 

ଏଥିସହ ଅଧିକ ବିପଦ ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ନମୁନା ସଂଗ୍ରହ କରାଯାଇ ତଦନ୍ତ ପାଇଁ ପଠାଯିବ। ସଂକ୍ରମିତ ଅଞ୍ଚଳର ୩ କିଲୋମିଟର ପରିଧି ମଧ୍ୟରେ କଟକଣା ଲାଗୁ ହେବ କି ନାହିଁ ସେ ନେଇ ଜିଲ୍ଲାପାଳ ଓ ପୋଲିସ ମୁଖ୍ୟ ଅଧିକାରୀଙ୍କ ସହ ବୈଠକ କରି ନିଷ୍ପତ୍ତି ନେବେ। ନିପା ଭାଇରସ ରେ ସଂକ୍ରମିତ ନାବାଳକଙ୍କ ନମୁନା ପୁଣେ ଭାଇରୋଲୋଜି ଲ୍ୟାବକୁ ପଠାଯାଇଥିଲା, ବର୍ତ୍ତମାନ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ଏବଂ ଯଦି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୁଏ ତେବେ ତାଙ୍କୁ କୋଝିକୋଡ଼ ମେଡିକାଲ କଲେଜକୁ ପଠାଯାଇପାରିବ ।

ଏହାପୂର୍ବରୁ ମନ୍ତ୍ରୀ ବୀନା ଜର୍ଜ ଘୋଷଣା କରିଥିଲେ ଯେ ସେପ୍ଟେମ୍ବର ମାସରେ ନିପା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜୋରଦାର କରାଯିବ । ବାଦୁଡ଼ିଙ୍କ ବାସସ୍ଥଳୀ ନଷ୍ଟ ନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ(Kerala Chief Minister) ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି, କାରଣ ବାଦୁଡ଼ିମାନଙ୍କୁ ହଇରାଣ କରିବା ଦ୍ୱାରା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇପାରେ । ପକ୍ଷୀ କାମୁଡ଼ିଥିବା ଫଳ ନ ଖାଇବା ସହ କଦଳୀ ଚୋପାରୁ ମହୁ ପିଇବା ପାଇଁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି, ଯାହା ବାଦୁଡ଼ି ଦ୍ୱାରା ଦୂଷିତ ହୋଇପାରେ। ପଶୁଙ୍କଠାରୁ ମଣିଷକୁ ବ୍ୟାପୁଥିବା ଏହି ଭୂତାଣୁ ମଧ୍ୟ ମାରାତ୍ମକ ହୋଇପାରେ। ୨୦୧୮ରେ କୋଝିକୋଡ ଏବଂ ମାଲାପୁରମ ଜିଲ୍ଲାରେ ନିପା ଭୂତାଣୁ ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା ।

 

କ'ଣ ଏହି ନିପା ଭାଇରସ?
ନିପା ଭାଇରସ (NiV) ଏକ ସଂକ୍ରମଣ ଯାହା ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥାଏ । ଏହାକୁ ଜୁନୋଟିକ୍ ରୋଗ  ବି କୁହାଯାଏ । ଏହା ବାଦୁଡ଼ି ଓ ଘୁଷୁରିଠାରୁ ମଣିଷକୁ ବ୍ୟାପିଥାଏ। ଏହି ଭୂତାଣୁ ଜ୍ୱର, ବାନ୍ତି, ଶ୍ୱାସ ରୋଗ ଏବଂ ମସ୍ତିଷ୍କ ଫୁଲିବା ଭଳି ସମସ୍ୟା ସୃଷ୍ଟି କରିପାରେ । 

ଏହାର ଲକ୍ଷଣ କ'ଣ? 
ସାଧାରଣ ଭୂତାଣୁ ଜ୍ୱରର ଲକ୍ଷଣ ସୃଷ୍ଟି କରିବା ସହିତ ଏହି ସଂକ୍ରମଣ ସ୍ନାୟୁତନ୍ତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ମଧ୍ୟ ପ୍ରଭାବିତ କରିଥାଏ । ଯାହାଫଳରେ ଏନସେଫାଲାଇଟିସ୍ (Encephalitis) ବା ମସ୍ତିଷ୍କର ପ୍ରଦାହ ହୋଇଥାଏ। ଏହାଦ୍ୱାରା ରୋଗୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ କୋମାକୁ ଯାଇପାରନ୍ତି।

Also Read: Heart Attack Causes: ସୋମବାର ଦିନ ହୋଇଥାଏ ଅଧିକ ହାର୍ଟଆଟାକ, କାରଣ କହିଲେ ବିଶେଷଜ୍ଞ

Also Read: Brain Stroke: ମୁଣ୍ଡରେ ଦେଖାଦେଉଛି କି ଏହି ଲକ୍ଷଣ, ବ୍ରେନ ଷ୍ଟ୍ରୋକର ସମ୍ଭାବନା ନୁହେଁ ତ!

Read More
{}{}