Home >>Odisha National-International

Supreme Court: ଶିଶୁ ବି ହୋଇପାରିବେ ସାକ୍ଷୀ, ସୁପ୍ରିମକୋର୍ଟଙ୍କ ରାୟ ପରେ ଆଜୀବନ ଜେଲ ଗଲେ ଦୋଷୀ

Supreme Court: ପ୍ରଥମଥର ପାଇଁ ଭାରତୀୟ ସାକ୍ଷ୍ୟ ଆଇନକୁ ସମୀକ୍ଷା କରି ସୁପ୍ରିମ କୋର୍ଟ ଏହି ତର୍ଜମା କରିଛନ୍ତି। ଖାଲି ସେତିକି ନୁହେଁ ଜଣେ ସାତ ବର୍ଷ ଝିଅର ସାକ୍ଷ୍ୟକୁ ଗ୍ରହଣ କରି ତାଙ୍କ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶ ବି ଶୁଣାଇଛନ୍ତି। ଏହି ଅଭିଯୁକ୍ତଙ୍କୁ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟ ଖଲାସ କରିଥିଲେ। 

Advertisement
No minimum Age for Witness, Kid’s Evidence can sentence jail to an accused
No minimum Age for Witness, Kid’s Evidence can sentence jail to an accused
Jagdish Barik|Updated: Feb 26, 2025, 04:54 PM IST
Share

ନୂଆଦିଲ୍ଲୀ: ଏଣିକି ଶିଶୁ ବି ସାକ୍ଷୀ ହୋଇପାରିବେ। କୋର୍ଟ ରୁମ୍ କାଠଗଡ଼ାରେ ସେ ଦେଖିଥିବା ଅପରାଧର ବୟାନ ଦେବେ ଏବଂ ତାହାକୁ ଆଧାର କରି ବିଚାର ଶୁଣାଇପାରିବେ କୋର୍ଟ। ଏପରି ଏକ ଅଭୂତ ପୂର୍ବ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ। କିନ୍ତୁ ନାବାଳକ ପିଲାଙ୍କ ବୟାନ ଶୁଣିବା ପୂର୍ବରୁ ଅନେକ ସତର୍କତା ଗ୍ରହଣ କରିବାକୁ ବି କହିଛନ୍ତି ସୁପ୍ରିମ କୋର୍ଟ।

ପ୍ରଥମଥର ପାଇଁ ଭାରତୀୟ ସାକ୍ଷ୍ୟ ଆଇନକୁ ସମୀକ୍ଷା କରି ସୁପ୍ରିମ କୋର୍ଟ ଏହି ତର୍ଜମା କରିଛନ୍ତି। ଖାଲି ସେତିକି ନୁହେଁ ଜଣେ ସାତ ବର୍ଷ ଝିଅର ସାକ୍ଷ୍ୟକୁ ଗ୍ରହଣ କରି ତାଙ୍କ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶ ବି ଶୁଣାଇଛନ୍ତି। ଏହି ଅଭିଯୁକ୍ତଙ୍କୁ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟ ଖଲାସ କରିଥିଲେ। 

ଆଜି ଜଷ୍ଟିସ୍‍ ଜେବି ପାର୍ଡିଓ୍ୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତି ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଝିଅର ବୟାନକୁ ରେକର୍ଡ କରିବାକୁ ଆଦେଶ ଦେଇଥିଲେ। ଏହି ଅଭିଯୁକ୍ତ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସାକ୍ଷ୍ୟ ଅଭାବରୁ ତାଙ୍କୁ ଖଲାସ କରାଯାଇଥିଲା। ହତ୍ୟା କାଣ୍ଡ ସମୟରେ ଉପସ୍ଥିତି ଥିବା କୁନି ଝିଅର ବୟାନରେ ଥିବା ଆତ୍ମ ବିଶ୍ୱାସକୁ କୋର୍ଟ ଗ୍ରହଣ କରିଥିଲେ। 

ଏହାସହ କୋର୍ଟ କହିଥିଲେ ଯେ, ଭାରତୀୟ ସାକ୍ଷ ଆଇନ କୌଣସି ଭାବେ ସାକ୍ଷୀଙ୍କ ବୟସ ବାବଦରେ କିଛି ଉଲ୍ଲେଖ କରି ନାହିଁ। ଏଣୁ ଶିଶୁର ସାକ୍ଷକୁ ବୟସ ହୋଇନି କହି ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ। କିନ୍ତୁ ଯେତେବଳେ ବି କୌଣସି ଶିଶୁଙ୍କ ବୟାନ ରେକର୍ଡ କରାଯିବ ସେତେବଳେ ତାହା ଯେପରି ଅନ୍ୟ କୌଣସି ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ନ ହେଉଛି ତାହାକୁ ଦେଖିବା ଆବଶ୍ୟକ ବୋଲି କୋ୍ଟ କହିଛନ୍ତି। ଶିଶୁଙ୍କ ବୟାନ ଅନେକ ଭାବେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ କୋର୍ଟ କହିଛନ୍ତି। 

କୋର୍ଟ କହିଛନ୍ତି, ‘ଶିଶୁଙ୍କ  ସାକ୍ଷ ଅନେକ ସମୟରେ ବିପଜ୍ଜନକ ସାବ୍ୟସ୍ତ ହେବାର ଆଶଙ୍କା ରହିଛି କାରଣ ସେମାନଙ୍କ କୋମଳମତି ମନ ଅନ୍ୟଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଏହି ସମ୍ଭାବ୍ୟତାକୁ କେବେ ଏଡ଼ାଇ ଦିଆଯାଇପାରିବ ନାହିଁ।' ଦାୟିତ୍ୱ ଓ ନିଷ୍ଠାର ସହ ସାକ୍ଷୀଙ୍କୁ ଯାଞ୍ଚ କଲା ପରେ ଏହି ବୟାନ କୌଣସି ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ହେଉ ନାହିଁ ବୋଲି ହୃଦବୋଧ ହେଲା ପରେ ଯାଇ ସମ୍ପୃକ୍ତ ବୟାନକୁ ରେକର୍ଡରେ ନେବାକୁ କୋର୍ଟ କହିଛନ୍ତି।

Read More
{}{}