Hindi News >>Home >>Odisha National-International

Arvind Kejriwal: ପୁଣି ଥରେ ନିରାଶ ହେଲେ କେଜରିୱାଲ, ୧୨ ଜୁଲାଇ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ସେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ବନ୍ଦୀ ଅବସ୍ଥାରେ ରହିଛନ୍ତି। କେଜରିୱାଲ ସିବିଆଇ ଦ୍ୱାରା ଗିରଫ ହେବା ପରେ ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି। 

Advertisement
Arvind Kejriwal: ପୁଣି ଥରେ ନିରାଶ ହେଲେ କେଜରିୱାଲ, ୧୨ ଜୁଲାଇ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ
Prabhudatta Moharana|Updated: Jul 03, 2024, 04:49 PM IST
Share

Arvind Kejriwal: ନୂଆଦିଲ୍ଲୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ ବଢାଇ ଦେଇଛନ୍ତି। ଏକ୍ସାଇଜ୍ ପଲିସି ମାମଲାରେ ୨୧ ମାର୍ଚ୍ଚ ୨୦୨୪ ରେ ଇଡି ତାଙ୍କୁ ଗିରଫ କରିଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଆବେଦନ ଉପରେ କୋର୍ଟ ଏହାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କୁ ମେଡିକାଲ ବୋର୍ଡ ସହିତ ପରାମର୍ଶ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ହେବାକୁ ଅନୁମତି ଦେବାକୁ ଦାବି କରିଛନ୍ତି। ଜୁଲାଇ ୬ରେ କୋର୍ଟ ଏହାର ନିଷ୍ପତ୍ତି ଦେବେ।

ବେଆଇନ ଭାବେ ନିଜ କଷ୍ଟଡିରେ ରଖିଛି ସିବିଆଇ: କେଜରିୱାଲଙ୍କ ଓକିଲ
ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଭଳି ଇଡି ମଧ୍ୟ ଗିରଫ କରିଛି। ସିବିଆଇ ସହ ଜଡିତ ଏହି ମାମଲାରେ ଜାମିନ ପ୍ରଦାନ କରିବାକୁ ସିଏମ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ଉପରେ ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର ଅନୁଷ୍ଠିତ ହେବ। ଓକିଲ ରଜତ ଭରଦ୍ୱାଜ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ବେଆଇନ ହେପାଜତରେ ରଖାଯାଇଛି ଏବଂ ଆଇନ ପାଳନ କରାଯାଇ ନାହିଁ।

ଗିରଫଦାରୀକୁ କେଜରିୱାଲଙ୍କ କଡ଼ା ଚ୍ୟାଲେଞ୍ଜ
ଗୁରୁବାର ହେବାକୁ ଥିବା ଶୁଣାଣି ଉପରେ ଜଷ୍ଟିସ ମନମୋହନ କହିଛନ୍ତି କି ପ୍ରଥମେ ବିଚାରପତିଙ୍କୁ ମାମଲା ସମ୍ପର୍କିତ ଦସ୍ତାବିଜକୁ ତନ୍ନ ତନ୍ନ କରି ଯାଞ୍ଚ କରିବାକୁ ଦିଆଯାଉ। ପରେ ଶୁଣାଣି କରିବା। ସେହିପରି ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକଙ୍କୁ ମଧ୍ୟ ସିବିଆଇ ୨୬ ଜୁନରେ ଗିରଫ କରିଥିଲା। ଏହା ପୂର୍ବରୁ ସେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ବନ୍ଦୀ ଅବସ୍ଥାରେ ରହିଛନ୍ତି। କେଜରିୱାଲ ସିବିଆଇ ଦ୍ୱାରା ଗିରଫ ହେବା ପରେ ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି। 

Read More
{}{}