Home >>Odisha National-International

ଓମାନରେ ପାଳନ ହେଲା ନୂଆଁଖାଇ, ନାଚଗୀତରେ ମସଗୁଲ ହେଲେ ପ୍ରବାସୀ ଓଡ଼ିଆ

ନୂଆଁଖାଇ ପାଳନ ଅବସରରେ ଝୋଟି, ଶ୍ଲୋକ, ଗୀତ, ଚିତ୍ର, ନୃତ୍ୟ ପ୍ରତିଯୋଗୀତା କରାଯାଇଥିଲା ଏବଂ ଏଥିରେ ଭାଗନେଇଥିଲେ ପ୍ରବାସୀ ଓଡ଼ିଆ ମହିଳା ଏବଂ ପିଲାମାନେ । ୧୦ ବର୍ଷ ହେବ ଓମାନରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯାଉଛି । 

Advertisement
ଓମାନରେ ପାଳନ ହେଲା ନୂଆଁଖାଇ, ନାଚଗୀତରେ ମସଗୁଲ ହେଲେ ପ୍ରବାସୀ ଓଡ଼ିଆ
Soubhagya Ranjan Mishra|Updated: Sep 13, 2024, 10:02 PM IST
Share

NuaKhai Celebration In Oman: ୧୩ ସେପ୍ଟେମ୍ୱର ଶୁକ୍ରବାର ଦିନ ସୁଦୂର ଓମାନରେ 'ନୂଆଁଖାଇ' ପର୍ବକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ । ପ୍ରାୟ ୧୦୦ ଓଡ଼ିଆ ପରିବାର ଏକାଠି ହେବା ସହ ପ୍ରଥମେ ମାଆ ସମଲେଇଙ୍କ ଫଟୋକୁ ବିଶେଷ ପୂଜା କରିବା ସହ ନବାନ୍ନ ଲାଗି କରିବା ପରେ ନୂଆଁ ଖାଇଛନ୍ତି । 

ନୂଆଁଖାଇ ପାଳନ ଅବସରରେ ଝୋଟି, ଶ୍ଲୋକ, ଗୀତ, ଚିତ୍ର, ନୃତ୍ୟ ପ୍ରତିଯୋଗୀତା କରାଯାଇଥିଲା ଏବଂ ଏଥିରେ ଭାଗନେଇଥିଲେ ପ୍ରବାସୀ ଓଡ଼ିଆ ମହିଳା ଏବଂ ପିଲାମାନେ । ୧୦ ବର୍ଷ ହେବ ଓମାନରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯାଉଛି । କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ରାଜ୍ୟର କୋଣ ଅନୁକୋଣରୁ ଯାଇ ସେଠାରେ ଥିବା ପ୍ରତିଟି ଓଡ଼ିଆ ଏହି ପର୍ବରେ ସାମିଲ ହୋଇଥାନ୍ତି । ଏହି ପର୍ବ ପାଳନ ସମୟରେ ଦେଶ ବାହାରେ ମଧ୍ୟ ଏକ ନିଆରା ଭାଇଚାରା ଦେଖିବାକୁ ମିଳିଥାଏ । ଓଡ଼ିଆ କମ୍ୟୁନିଟିର ଲୁଲୁ ରଥ, ଗତିପଣ ଦାସ, ମୀନାକ୍ଷୀ ଶତପଥୀ, ଅମିତା ସାହୁ, ନିର୍ମଳ ବେହେରା, ଉମେଶ ପାଣିଗ୍ରାହୀ, ପ୍ରଶାନ୍ତ ପଣ୍ଡା, ସଞ୍ଜୟ ପଣ୍ଡା, ସରୋଜ ସାହୁ, ସୀତାକାନ୍ତ ବେରିହା, ବିଷ୍ଣୁ ନାୟକ, ଲିଜା ଏବଂ ପୁରୁଷୋତ୍ତମ ମିଶ୍ର ନୂଆଁଖାଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଆୟୋଜିତ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ୱଲପୁରର ମାନଗୋବିନ୍ଦ ବରପଣ୍ଡା ଏବଂ ପଦ୍ମିନୀ ବରପଣ୍ଡା ।

Also Read- ଜେଲରୁ ମୁକୁଳି ଭଗବନ୍ତ ମନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କୁ ଭେଟିଲେ କେଜ୍ରିୱାଲ

Also Read- ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଆଭା, ସାରା ଓଡ଼ିଶାରେ ବିଭିନ୍ନ ମହଲରୁ ପ୍ରଶଂସା

Read More
{}{}