Hindi News >>Home >>Odisha National-International

Operation Sindoor: ଅପରେସନ ‘ସିନ୍ଦୂର’:ଆଜି ବସିବ ସର୍ବଦଳୀୟ ବୈଠକ

Operation Sindoor: ପହଲଗାମ୍ ଆକ୍ରମଣର ବଦଲା ନେଇଛି ଭାରତ। ପାକିସ୍ତାନରେ କରିଛି ଏୟାର ଷ୍ଟାଇକ୍। ୯ ଆତଙ୍କୀ ଆଡ୍ଡା ଉଡାଇଛି ଭରତୀୟ ସେନା। ଘନ ଘନ ରକେଟ୍ ମାଡରେ ଥରହର ହୋଇପଡିଛି ପାକିସ୍ତାନ। 

Advertisement
Operation Sindoor: ଅପରେସନ ‘ସିନ୍ଦୂର’:ଆଜି ବସିବ ସର୍ବଦଳୀୟ ବୈଠକ
Narmada Behera|Updated: May 08, 2025, 08:31 AM IST
Share

Operation Sindoor: ପହଲଗାମ୍ ଆକ୍ରମଣର ବଦଲା ନେଇଛି ଭାରତ। ପାକିସ୍ତାନରେ କରିଛି ଏୟାର ଷ୍ଟାଇକ୍। ୯ ଆତଙ୍କୀ ଆଡ୍ଡା ଉଡାଇଛି ଭରତୀୟ ସେନା। ଘନ ଘନ ରକେଟ୍ ମାଡରେ ଥରହର ହୋଇପଡିଛି ପାକିସ୍ତାନ। ଗତକାଲି ପାକିସ୍ତାନ ଆକ୍ରମଣ ଏବଂ ଏଠାରେ ଥିବା ବିଭିନ୍ନ ଆତଙ୍କବାଦୀ ଆଡ୍ଡାସ୍ଥଳୀ ଧ୍ୱଂସ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସରକାର ସମସ୍ତ ରାଜନୀତିକ ଦଳଙ୍କୁ ଅବଗତ କରାଇବେ। ପହଲଗାମ  ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଏହି ଅପରେସନ୍‍ ସିନ୍ଦୁର ଆରମ୍ଭ କରାଯାଇଥିଲା। ଏଥିରେ ପାକିସ୍ତାନର ୯ଟି ଆତଙ୍କବାଦୀ ଠିକଣା ଉପରେ ଭାରତ ଆକ୍ରମଣ କରିଥିଲା। 

ଅପରେସନ ‘ସିନ୍ଦୂର’ କୁ ନେଇ ଆଜି ଦିନ ୧୧ ଟାରେ ବସୁଛି ସର୍ବଦଳୀୟ ବୈଠକ। ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନା ବାହିନୀଙ୍କ ପ୍ରଶଂସା କରିଛି କେନ୍ଦ୍ର କ୍ୟାବିନେଟ। ସେନାବାହିନୀ ଦ୍ୱାରା କରାଯାଇଥିବା ଅପରେସନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରେସନ୍ ସିନ୍ଦୂରର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସାମରିକ ଆକ୍ରମଣ ବିଷୟରେ ସୂଚନା ଦେବା ପାଇଁ ଏକ କ୍ୟାବିନେଟ୍ ବୈଠକ ଡାକିଥିଲେ। ସଂସଦରେ ଅପରେସନ୍ ସିନ୍ଦୂର ବିଷୟରେ ସମସ୍ତ ରାଜନୈତିକ ଦଳକୁ ସୂଚନା ଦେବା ପାଇଁ ଏହି ସର୍ବଦଳୀୟ ବୈଠକ ଡକାଯାଇଛି। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ପାହଲଗାମ୍ ରେ ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣର ବଦଲା ନେବାକୁ ସାରା ଦେଶରେ ଦାବି ଜୋରଦାର ହୋଇଥିଲା । ଏପ୍ରିଲ ୨୪ ତାରିଖରେ କେନ୍ଦ୍ର ସରକାର ପହଲଗାମ ଆକ୍ରମଣକୁ ନେଇ ସର୍ବଦଳୀୟ ବୈଠକ ଡକାଇଥିଲେ। ବିଭିନ୍ନ ରାଜନୈତିକ ଦଳ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପକୁ ସମର୍ଥନ ଜଣାଇଥିଲେ । ଶକ୍ତିଶାଳୀ ଏବଂ ନିର୍ଣ୍ଣାୟକ ଅପରେସନ୍ ସିନ୍ଦୂର ପରେ ଏହା ପ୍ରଥମ ସର୍ବଦଳୀୟ ବୈଠକ। 

Read More
{}{}