Toronto Rath Yatra incident: କାନାଡାର ଟୋରଣ୍ଟୋରେ ରଥଯାତ୍ରା ଶୋଭାଯାତ୍ରା ସମୟରେ ଏକ ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସରକାରୀ ମୁଖପାତ୍ର ଆଜି ପ୍ରତିକ୍ରିୟା ରଖିଛନ୍ତି । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ, ସରକାରୀ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ, ଆମେ ଟୋରଣ୍ଟୋରେ ରଥଯାତ୍ରା ଶୋଭାଯାତ୍ରା ସମୟରେ ଅଭିଯୁକ୍ତମାନଙ୍କ ଦ୍ୱାରା ହୋଇଥିବା ବିଭ୍ରାଟ ବିଷୟରେ ରିପୋର୍ଟ ଦେଖିଛୁ। ଏପରି ଘୃଣ୍ୟ କାର୍ଯ୍ୟ ଦୁଃଖଦ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଆଦୌ ଉଚିତ ନୁହେଁ । ଏପରି କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କୁ ଦାୟୀ କରିବା ପାଇଁ ଆମେ କାନାଡା କର୍ତ୍ତୃପକ୍ଷଙ୍କ ସହିତ ଏହି ମାମଲାକୁ ଦୃଢ଼ ଭାବରେ ଉଠାଇଛୁ।
ସେ ଏକଥା ମଧ୍ୟ କହିଛନ୍ତି ଯେ, ଆମେ ଆଶା କରୁଛୁ ଯେ କାନାଡା ସରକାର ଲୋକଙ୍କ ଧାର୍ମିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ।
Also Read- ଭୁବନେଶ୍ୱର ଏମ୍ସରେ ଗୁରୁତର ଏଫଏମ କଲେଜ ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି
Also Read- ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଓଡ଼ିଶା ହାଇକୋର୍ଟର ବିଚାରପତି