Hindi News >>Home >>Odisha National-International

Oman Floods: ଓମାନରେ ପ୍ରବଳ ବର୍ଷା, ଗାଡ଼ି ଓଲଟି ୧୭ ମୃତ

Oman Flash Floods: ଓମାନରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଛି  ବର୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଏପରି ଅଘଟଣ ଘଟିଥିଲା, ଯାହା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Advertisement
Oman Floods: ଓମାନରେ ପ୍ରବଳ ବର୍ଷା, ଗାଡ଼ି ଓଲଟି ୧୭ ମୃତ
Payal Priyadarshini|Updated: Apr 16, 2024, 10:32 AM IST
Share

Oman Flash Floods: ଓମାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଏପରି ଅଘଟଣ ଘଟିଥିଲା, ଯାହା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓମାନର ଉତ୍ତର ଅଲ ଶାର୍କିୟା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

ଓମାନ ଗଣମାଧ୍ଯମର ରିପୋର୍ଟ ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ରୟାଲ ଓମାନ ପୋଲିସ ଓ ଓମାନ ସେନାକୁ ନିୟୋଜିତ କରାଯାଇଛି । ତେବେ ଏହି ସମୟରେ ଦୁବାଇରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ବର୍ଷା ବେଳେ ଘଣ୍ଟା ପ୍ରତି ୭୦ କିଲୋମିଟର ପବନ ସହ ବର୍ଷା ଓ କୁଆପଥର ମାଡ଼ ହେବା ନେଇ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

 

 

 

 

Read More
{}{}