Hindi News >>Home >>Odisha National-International

CAA in Assam: ସିଏଏକୁ ନେଇ ଚେତାବନୀ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

CAA in Assam : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।ସିଏଏ ବିରୋଧୀ ପ୍ରଦର୍ଶନକାରୀମାନେ କିପରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ତାହା ସରମା ସ୍ପଷ୍ଟ କରି କହିଛନ୍ତି

Advertisement
caa amendment
caa amendment
Zee Odisha Desk|Updated: Jul 16, 2024, 07:28 AM IST
Share

Assam CM’s warning : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିୟମ ନୋଟିସ ହେବାର ଚାରି ମାସ ପରେ ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଅଧିନିୟମ ଅନୁଯାୟୀ, କେବଳ ଆଠ ଜଣ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି।

ସିଏଏ ବିରୋଧୀ ପ୍ରଦର୍ଶନକାରୀମାନେ କିପରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ତାହା ସରମା ସ୍ପଷ୍ଟ କରି କହିଛନ୍ତି,ଏବଂ ସଂଶୋଧିତ ଆଇନ ଅନୁଯାୟୀ ୫୦ ଲକ୍ଷ ପର୍ଯ୍ୟନ୍ତ ବେଆଇନ ପ୍ରବାସୀ ଭାରତୀୟ ନାଗରିକତ୍ୱ ପାଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି।

ହିମନ୍ତ ବିଶ୍ୱ ସରମା ଆହୁରି କହିଛନ୍ତିଯେ, ୨୦୧୫ ପୂର୍ବରୁ ଭାରତ ଆସିଥିବା ଯେକୌଣସି ବ୍ୟକ୍ତି (ସିଏଏ ଅନୁଯାୟୀ) ନାଗରିକତା ପାଇଁ ଆବେଦନ କରିବାକୁ ପଡ଼ିବ। ଯଦି ସେମାନେ ଆବେଦନ ନ କରନ୍ତି, ଆମେ ସେମାନଙ୍କ ବିରୋଧରେ ମାମଲା ଦାୟର କରିବୁ। ତେଣୁ ଏହା ଏକ ଆଇନଗତ ନିର୍ଦ୍ଦେଶ। ୨୦୧୫ ପରେ ଯେଉଁମାନେ ଆସିଛନ୍ତି ଆମେ ସେମାନଙ୍କୁ ଦେଶରୁ ବିତାଡିତ କରିବୁ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା।

Read More
{}{}