Hindi News >>Home >>Odisha National-International

Papua New Guinea: ଭୂମିକମ୍ପ ପରେ ଗାଁରେ ଭୟଙ୍କର ଭୂସ୍ଖଳନ, ଚାଲିଗଲା ୧୦୦ରୁ ଅଧିକ ଜୀବନ

Papua New Guinea: ଅଷ୍ଟ୍ରେଲିଆର ପାପୁଆ ନ୍ୟୁ ଗିନିରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ଥିବା ଏକ ଗାଁରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି।  

Advertisement
Papua New Guinea landslide
Papua New Guinea landslide
Zee Odisha Desk|Updated: May 24, 2024, 04:50 PM IST
Share

ନୂଆଦିଲ୍ଲୀ: ପ୍ରକୃତିର ଭୟଙ୍କର ତାଣ୍ଡବ ନେଇ ଯାଇଛି ଶତାଧିକ ଜୀବନ। ପପୁଆ ନ୍ୟୁ ଗିନିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ତାସ୍‌‌ ଘର ଭଳି କୋଠା ସବୁ ଭୁଶୁଡି ଯାଇଥିବା ବେଲେ ଆଖି ବୁଜିଛନ୍ତି ଶହେରୁ ଅଧିକ ଲୋକ । ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଥିବା ବେଳେ ଏବେ ସୁଦ୍ଧା ୧୦୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ଦ୍ବାରା ମୃତାହତଙ୍କ ସଂଖ୍ୟା ସ୍ପଷ୍ଚ କରାଯାଇ ନାହିଁ । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିବା ବେଳେ ଅନେକ ମୃତଦେହ ଏବେବି ଚାପି ହୋଇ ରହିଥିବା ଆକଳନ କରାଯାଉଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ।

ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କାଓକାଲମ ଗ୍ରାମ ନିକଟରେ ଶୁକ୍ରବାର ଭୋର୍ ପ୍ରାୟ ୩ଟା ସମୟରେ ହଠାତ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ହେତୁ ଅନେକ ଗାଁର ଅନେକ ଘର ଧରାଶାୟୀ ହୋଇ ପଡ଼ିଛି । ଉଦ୍ଧାରକାରୀ ଦଳ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ଭୂସ୍ଖଳନରେ ପୋତି ହୋଇ ଯାଇଥିବା ଲୋକଙ୍କୁ ବଞ୍ଚାଇବା ଲାଗି ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରୁଛନ୍ତି । ଭୂସ୍ଖଳନ ପୂର୍ବରୁ ପପୁଆ ନ୍ୟୁ ଗିନିରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଫିନ୍‌ସାଫେନ୍‌ର ୩୯ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂମିକମ୍ପ ଆସିଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୩ । ଭାରତୀୟ ସମୟ ଅନୁଯାୟୀ, ଗୁରୁବାର ସକାଳ ୯ଟା ୪୯ ମିନିଟ୍ ସମୟରେ ପପୁଆ ନ୍ୟୁଗିନିରେ ଏହି ଭୂକମ୍ପ ହୋଇଥିଲା । କିନ୍ତୁ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିଲା  ।

ତେବେ ଭୂସ୍ଖଳନ ପରେ ସୋସିଆଲ୍ ମିଡିଆରେ ଅନକେ ଭିଡିଓ ଭାଇରାଲ୍ ହେଉଛି। ଭାଇରାଲ୍ ଭିଡିଓରେ ଦେଖା ଯାଇଛି, ଲୋକମାନେ ବିରାଟ ପଥର ଉପରକୁ ଚଢିବା ସହିତ ଅଳିଆ ଗଦା ଏବଂ ଗଛ ତଳୁ ମୃତଦେହକୁ ବାହାର କରୁଛନ୍ତି । ଚାରିଆଡ଼େ କୁଢ଼ କୁଢ଼ ଶବ ଗଦା ହୋଇଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସମଗ୍ର ଅଞ୍ଚଳ । ମାଟି ଅତଡ଼ା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।

Read More
{}{}