Home >>Odisha National-International

Pahalgam Attack: ବିଦେଶରୁ ଫେରି ବିମାନବନ୍ଦରରେ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ସାଉଦି ଆରବରୁ ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ସନ ମୋଡକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ଅନ୍ୟ ଅଧିକାରୀଙ୍କ ସହ ଏକ ସଂକ୍ଷିପ୍ତ ବୈଠକ କରିଥିଲେ। ଏହି ବୈଠକ ବି

Advertisement
Pahalgam Attack: ବିଦେଶରୁ ଫେରି ବିମାନବନ୍ଦରରେ ମୋଦୀଙ୍କ ବୈଠକ
Prabhudatta Moharana|Updated: Apr 23, 2025, 09:19 AM IST
Share

Pahalgam Attack:ନୂଆଦିଲ୍ଲୀ: ସାଉଦି ଆରବରୁ ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ସନ ମୋଡକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ଅନ୍ୟ ଅଧିକାରୀଙ୍କ ସହ ଏକ ସଂକ୍ଷିପ୍ତ ବୈଠକ କରିଥିଲେ। ଏହି ବୈଠକ ବିମାନବନ୍ଦରରେ ହିଁ ହୋଇଥିଲା। ସେ ସୁରକ୍ଷା ପ୍ରସଙ୍ଗରେ କ୍ୟାବିନେଟ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ। ମଙ୍ଗଳବାର ଦିନ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୩ ଜଣ ଆହତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସକାଳେ ସାଉଦି ଆରବ ଗସ୍ତକୁ କାଣ୍ଟଛାଣ୍ଟ କରି ଦିଲ୍ଲୀ ପ୍ରତ୍ୟବର୍ତ୍ତନ କରିଛନ୍ତି। ସେ ବିମାନବନ୍ଦରରେ ଅଧିକାରୀଙ୍କଠାରୁ ଏହି ଆକ୍ରମଣ ବିଷୟରେ ସୂଚନା ନେଇଥିଲେ। ସେ ସୁରକ୍ଷା ପ୍ରସଙ୍ଗରେ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ। ଦେଶର ଗୃହମନ୍ତ୍ରୀ ଅମିତ ଶାହ ଆଜି ପହଲଗାମ ଯିବେ।

ଏଠାରେ କହି ରଖୁ କି ମଙ୍ଗଳବାର ଦିନ ପ୍ରାୟ ସାଢେ ଦୁଇଟା ସମୟରେ ପହଲଗାମରେ ଆତଙ୍କୀ ପର୍ଯ୍ୟଟକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପର୍ଯ୍ୟଟକଙ୍କ କହିବା ମୁତାବକ ଧର୍ମ ପଚାରିବା ପରେ ଆତଙ୍କୀମାନେ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡରେ ପ୍ରାୟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇ ଚିକିତ୍ସାଧିନ ରହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କିଛି ଘଣ୍ଟା ପରେ ଶ୍ରୀନଗରରେ ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚିଥିଲେ। ଜମ୍ମୁ ଏବଂ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ନଳିନ ପ୍ରଭାତ ଗୃହମନ୍ତ୍ରୀଙ୍କୁ ପହଲଗାମ ଆକ୍ରମଣ ବିଷୟରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ଏହା ପରେ ଶାହ ସେନା, ସିଆରପିଏଫ ଏବଂ ପୋଲିସ ସମେତ ସୁରକ୍ଷା ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ।

"ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀନଗରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ," ଜଣେ ମୁଖପାତ୍ର କହିଛନ୍ତି। ମଙ୍ଗଳବାର ଅପରାହ୍ନରେ କାଶ୍ମୀରର ପହଲଗାମ ସହରରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ। ୨୦୧୯ ପୁଲୱାମା ଆକ୍ରମଣ ପରେ ଏହି ଆକ୍ରମଣକୁ ଘାଟିର ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି।

Read More
{}{}