Hindi News >>Home >>Odisha National-International

Pakistan Afghanistan Tension: ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ହୋଇପାରେ ଯୁଦ୍ଧ! ସୀମାରେ ଉଭୟ ଦେଶ ବଢାଉଛନ୍ତି ସୈନ୍ୟ ସଂଖ୍ୟା

Pakistan Afghanistan Tension: ଖବର ଅନୁଯାୟୀ ପ୍ରକାଶ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ସୀମାରେ ପାକିସ୍ତାନୀ ସେନା ସୈନ୍ୟ ମୁତୟନ ହୋଇଥିବାବେଳେ ତାଲିବାନ ଯୁଦ୍ଧା ମଧ୍ୟ ଅଗ୍ରଗତି କରୁଛନ୍ତି।  

Advertisement
Pakistan Afghanistan Tension
Pakistan Afghanistan Tension
Jagdish Barik|Updated: Dec 27, 2024, 08:49 PM IST
Share

Pakistan Afghanistan Tension: ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ଇରାନ ପରେ ଏବେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଦୁଇ ଦେଶ ମଧ୍ୟରେ ଥିବା ଝଗଡ଼ା ବର୍ତ୍ତମାନ ନିଆଁର ରୂପ ନେବାକୁ ଯାଉଛି। ତାଲିବାନ ୧୫ ହଜାର ଯୋଦ୍ଧା ଏବଂ ପାକିସ୍ତାନୀ ସେନା ସୀମା ଆଡକୁ ଯିବା ଆରମ୍ଭ କରୁଛନ୍ତି। ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ାଇ ଦେଇଛି।

ସୂତ୍ରରୁ ପ୍ରକାଶ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ସୀମାରେ ପାକିସ୍ତାନୀ ସେନା ସୈନ୍ୟ ମୁତୟନ ହୋଇଥିବାବେଳେ ତାଲିବାନ ଯୁଦ୍ଧା ମଧ୍ୟ ଅଗ୍ରଗତି କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଗୁଳି ଚଳାଇବାର ଖବର ଆସିନାହିଁ, କିନ୍ତୁ ଉଭୟ ଦେଶ ସୀମାରେ ସୈନ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି।

ପାକିସ୍ତାନର ଏୟାର ଷ୍ଟ୍ରାଇକ ପରେ ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହାଫିଜ ଜିଆ ଅହମ୍ମଦ କାବୁଲରେ ଥିବା ପାକିସ୍ତାନୀ ଦୂତାବାସର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଡାକି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଏହି ଆକ୍ରମଣ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ବିବାଦ ସୃଷ୍ଟି କରିପାରେ। ଏଥି ସହ ପାକିସ୍ତାନ ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ କହିଛି ଯେ ସ ସୈନିକଙ୍କ ହତ୍ୟାକୁ ବରଦାସ୍ତ କରାଯିବ ନାହିଁ।

ଆମେ ଯଦି ତାଲିବାନ ଯୁଦ୍ଧାଙ୍କ ବିଷୟରେ ଆଲୋଚନା କରିବା ତେବେ ସେମାନଙ୍କ ପାଖରେ AK-47, ମୋର୍ଟାର, ରକେଟ୍ ଲଞ୍ଚର୍ ଭଳି ଆଧୁନିକ ଅସ୍ତ୍ର ଅଛି। ସେମାନେ ଅସମ୍ଭବ ଅଞ୍ଚଳରେ ଲୁଚି ଆକ୍ରମଣ କରିପାରିବେ। ଏଥି ସହିତ ପାକିସ୍ତାନ ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇସାରିଛି। ସିପିଇସି ପ୍ରକଳ୍ପରେ ବିଳମ୍ବ ଏବଂ ବାଲୁଚିସ୍ତାନରେ ବିଚ୍ଛିନ୍ନତା ଭଳି ସମସ୍ୟା ଯୋଗୁଁ ପାକିସ୍ତାନ ସରକାର ଦୁର୍ବଳ ହୋଇପଡୁଛି। ଏହି ସମୟରେ ତାଲିବାନ ସହିତ ଯୁଦ୍ଧ ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ।

Read More
{}{}