Hindi News >>Home >>Odisha National-International

Operation Sindoor: ଭାରତ ଆକ୍ରମଣର ହିସାବ ଦେଲା ପାକିସ୍ତାନ, କହିଲା ୬ ଜାଗାରେ ୨୪ଟି ବୋମା ବିସ୍ଫୋରଣ, ୮ ମୃତ୍ୟୁ

ଭୁବନେଶ୍ୱର: ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ପାକିସ୍ତାନ ଉପରେ ଯେଉଁ ଆକ୍ରମଣ କରିଛି ତାହାର ହିସାବ ରଖିଛି ପାକିସ୍ତାନ।  ପାକିସ୍ତାନ ସେନାର ଡିଜି ଇଣ୍ଟର ସର୍ଭିସ୍‍ ପବ୍ଲିକ୍‍ ରିଲେସନ୍‍ ଲ୍ୟୁଟନାଣ୍ଟ ଜେନେରାଲ ଅହମ୍ମଦ ଶରୀଫ ଚୌଧୁରୀ  କହିଛନ୍ତି   ସମୁଦାୟ ୬ ଜାଗାରେ   ୨୪ଟି ଆକ୍ରମଣ ହୋଇଛି।

Advertisement
Operation Sindoor: ଭାରତ ଆକ୍ରମଣର ହିସାବ ଦେଲା ପାକିସ୍ତାନ, କହିଲା ୬ ଜାଗାରେ ୨୪ଟି ବୋମା ବିସ୍ଫୋରଣ, ୮ ମୃତ୍ୟୁ
Prabhudatta Moharana|Updated: May 07, 2025, 09:58 AM IST
Share

Operation Sindoor:ଭୁବନେଶ୍ୱର: ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ପାକିସ୍ତାନ ଉପରେ ଯେଉଁ ଆକ୍ରମଣ କରିଛି ତାହାର ହିସାବ ରଖିଛି ପାକିସ୍ତାନ।  ପାକିସ୍ତାନ ସେନାର ଡିଜି ଇଣ୍ଟର ସର୍ଭିସ୍‍ ପବ୍ଲିକ୍‍ ରିଲେସନ୍‍ ଲ୍ୟୁଟନାଣ୍ଟ ଜେନେରାଲ ଅହମ୍ମଦ ଶରୀଫ ଚୌଧୁରୀ  କହିଛନ୍ତି   ସମୁଦାୟ ୬ ଜାଗାରେ   ୨୪ଟି ଆକ୍ରମଣ ହୋଇଛି। ଏଥିରେ ୮ ପାକିସ୍ତାନୀଙ୍କ ଜୀବନ ଯାଇଛି। ୩୫ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କ ପତ୍ତା ମିଳୁ ନାହିଁ। ଏହା ସହ ସେ କହିଛନ୍ତି, ଭାରତ ଆଜି ରାତିରେ ଯେଉଁ  ଆକ୍ରମଣ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି, ପାକିସ୍ତାନୀ ସେନା ଏହାର ଉଚିତ ଜବାବ ଦେଉଛି। ଏହି ଆକ୍ରମଣର ମୁହତୋଡ୍‍ ଜବାବ ଦିଆଯିବ। 

ଭାରତର ଆକ୍ରମଣ ଜନିତ ହୋଇଥିବା କ୍ଷୟକ୍ଷତିର ହିସାବ ରଖି ପାକିସ୍ତାନ ଏହାକୁ ସାଧାରଣ ଲୋକଙ୍କ ଉପରେ ସେନା ଆକ୍ରମଣ ବୋଲି ଅଭିହିତ କରିବାକୁ ଚେଷ୍ଟା କରିଛି। ପ୍ରତି ସ୍ଥାନରେ ହୋଇଥିବା କ୍ଷୟକ୍ଷତିକୁ ହିସାବ କରି ଚୌଧୁରୀ କହିଛନ୍ତି, ଅହମ୍ମଦପୁର ପୂର୍ବରେ ଥିବା ମସ୍‍ଜିଦ୍‍ ସୁଭାନକୁ ଲକ୍ଷ୍ୟ କରାଯାଇଥିଲା।  ଏଠାରେ ଭାରତ ପକ୍ଷରୁ ହୋଇଥିବା ୪ଟି ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ବର୍ଷର ଶିଶୁ ବି ରହିଛି। ଦୁଇଜଣ ପୁରୁଷ ହୋଇଥିବା ବେଳେ ୨ ଜଣ ମହିଳା ରହିଛନ୍ତି। ୩୧ ଜଣ ଆହତ ରହିଛନ୍ତି। ଏଥିରୁ ୨୫ ଜଣ ପୁରୁଷ।  ଗୋଟିଏ ମସ୍‍ଜିଦ୍‍ ସହ ୪ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ମୁସେହିପରି ଦ୍ୱିତୀୟ ଆକ୍ରମଣ ଜାଫରବାଦରେ ମସ୍‍ଜିଦ୍‍ ବିଲାଲ୍‍କୁ ଲକ୍ଷ୍ୟ କରାଯାଇଥିଲା। ୭ଟି ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଶିଶୁ ଆହତ ହୋଇଛି। 
ତୃତୀୟ ଲକ୍ଷ୍ୟସ୍ଥଳ ଥିଲା କୋଟଲି। ଏଠାରେ ଠାରେ ମସ୍‍ଜିଦ୍‍ ଅପାଚ୍‍କୁ ଲକ୍ଷ୍ୟ କରାଯାଇ ୫ଟି ଆକ୍ରମଣ ହୋଇଛି। ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ୧୬ ବର୍ଷର ଝିଅ ଏବଂ ଜଣେ ୧୮ ବର୍ଷର ପୁଅର ମୃତ୍ୟୁ ହୋଇଛି। ଏହା ସହ ଜଣେ ମା’ ଓ ଝିଅ ଆହତ ହୋଇଛନ୍ତି। 

ଚତୁର୍ଥ ଆକ୍ରମଣ ମୁରିଦ୍‍ଠାରେ ମସ୍‍ଜିଦ୍‍ କୁବଲକୋରାକୁ ଲକ୍ଷ୍ୟ କରାଯାଇଥିବା କହିଛନ୍ତି ଲ୍ୟୁଟନାଣ୍ଟ ଚୌଧୁରୀ। ଏଠାରେ  ୪ଟି ବୋମା ନିକ୍ଷେବ କରାଯାଇଥିଲା। ଏହି ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।  ମସ୍‍ଜିଦ୍‍ ଭାଙ୍ଗିବା ସହ ଏହା ସହ ସମ୍ପୃକ୍ତ ଘରଗୁଡ଼ିକ ମଧ୍ୟ ଭାଙ୍ଗିଥିବା ସେ ସୂଚନା ଦେଇଛନ୍ତି। 

ପଞ୍ଚମ ଆକ୍ରମଣ କଥା କହି ଶ୍ରୀ ଚୌଧୁରୀ କହିଛନ୍ତି, ସିଆଲପୁରଠାରେ କୋଟଲି ଲୋହାନା ଗାଁରେ ୨ଟି ଆକ୍ରମଣ ହୋଇଛି। ଗୋଟିଏ ଆକ୍ରମଣରେ ଭାରତର  ଫୁଟି ନଥିଲା ବୋଲି ସେ କହିଛନ୍ତି। ଆଉ ଗୋଟିଏ ଖାଲି ପଡ଼ିଆରେ ପଡ଼ିଥିଲା। ଏବଂ ଏଠାରେ କିଛି କ୍ଷତି ହୋଇ ନାହିଁ। ଷଷ୍ଠ ଆକ୍ରମଣ ହୋଇଥିଲା ସକରଗଡ଼ରେ।  ଏଠାରେ ୨ଟି ଆକ୍ରମଣ ହୋଇଛି। ଏଠାରେ କ୍ଷତି ହୋଇ ନାହିଁ ବୋଲି ସେ କହିଛନ୍ତି।

Read More
{}{}