Hindi News >>Home >>Odisha National-International

Pakistan Election 2024: ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା

Pakistan Election 2024: ପାକିସ୍ତାନରେ କିଏ ଗଢିବ ସରକାର । ଏନେଇ ଛକା ପଞ୍ଝା ଲାଗିରହିଥିବା ବେଳେ ପାକିସ୍ତାନ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ଏହା ଏକ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଅଟେ । ୧୦୦ ସଦସ୍ୟ ବିଶିଷ୍ଟ ସିନେଟ୍‍ ରାଷ୍ଟ୍ରପତି ନିର୍ବାଚନ କରିବେ।

Advertisement
Pakistan Election 2024: ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା
Zee Odisha Desk|Updated: Feb 26, 2024, 10:05 AM IST
Share

Pakistan Election 2024: ପାକିସ୍ତାନରେ କିଏ ଗଢିବ ସରକାର । ଏନେଇ ଛକା ପଞ୍ଝା ଲାଗିରହିଥିବା ବେଳେ ପାକିସ୍ତାନ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ଏହା ଏକ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଅଟେ । ୧୦୦ ସଦସ୍ୟ ବିଶିଷ୍ଟ ସିନେଟ୍‍ ରାଷ୍ଟ୍ରପତି ନିର୍ବାଚନ କରିବେ।

ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୯ ତାରିଖରେ ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ପାକିସ୍ତାନର ଉପର ଗୃହର ସିନେଟର ଅର୍ଦ୍ଧେକ ସଦସ୍ୟ ସେମାନଙ୍କର ୬ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ଶୀଘ୍ର ଅବସର ନେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ, ସିନେଟରଙ୍କ ଅବସରର ୨ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

ପାକିସ୍ତାନର ରାଷ୍ଟ୍ରପତି ଦୌଡ଼ରେ ପିପିପି ନେତା ଆସିଫ ଅଲି ଜରଦାରୀ ଆଗରେ ରହିଛନ୍ତି। ସିନେଟରମାନେ ରାଷ୍ଟ୍ରପତି ଚୟନ କରିବେ ବୋଲି ପିପିପି ନେତା ମତ ଦେଇଛନ୍ତି । ନୱାଜ ସରିଫଙ୍କ ଦଳ ପିଏମଏଲଏନଙ୍କ ନେତୃତ୍ୱରେ ୬ଟି ଦଳ ଆସିଫ ଅଲି ଜରଦାରୀଙ୍କୁ ସମର୍ଥନ କରୁଛନ୍ତି। ଜରଦାରୀ ପୂର୍ବରୁ ପାକିସ୍ତାନର ରାଷ୍ଟ୍ରପତି ଥିଲେ ଏବଂ ୨୦୦୮ରୁ ୨୦୧୩ ମଧ୍ୟରେ ପାକିସ୍ତାନର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ। ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ସର୍ବାଧିକ ୯୩ ଟି ସିଟ୍ ପାଇଛି। ଯେଉଁଠାରେ ପିଏମଏଲ-ଏନ ୭୫ ଟି ସିଟ ଏବଂ ପିପିପି ୫୪ ଟି ସିଟ ଜିତିଛି ।

Also Read- PM Modi: ରାଜ୍ୟବାସୀଙ୍କୁ ମୋଦି ଦେବେ ଉପହାର, ୨୧ଟି ନୂତନ ଷ୍ଟେସନର ଉଦ୍‍ଘାଟନ କରିବା ସହ ୫୦ରୁ ଅଧିକ...

 

 

Read More
{}{}