Home >>Odisha National-International

ପାକିସ୍ତାନରେ SCO ବୈଠକରେ ଯୋଗଦେବେ ଜୟଶଙ୍କର, ସରିଫଙ୍କ ସହ କରିବେ ରାତ୍ରୀ ଭୋଜନ

ଏସସିଓ ରାଜ୍ୟ ମୁଖ୍ୟଙ୍କ ବୈଠକରେ ଯୋଗ ଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ। ଏହି ଗସ୍ତ ଗତ ଦଶନ୍ଧି ମଧ୍ୟରେ ଜଣେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ହେବ। 

Advertisement
ପାକିସ୍ତାନରେ SCO ବୈଠକରେ ଯୋଗଦେବେ ଜୟଶଙ୍କର, ସରିଫଙ୍କ ସହ କରିବେ ରାତ୍ରୀ ଭୋଜନ
Soubhagya Ranjan Mishra|Updated: Oct 14, 2024, 12:14 PM IST
Share

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନ ମାଟିରେ ପାଦ ଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । SCO ବୈଠକରେ ଯୋଗ ପାଇଁ ଜୟଶଙ୍କର ପାକିସ୍ତାନ ଗସ୍ତ କରୁଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ମଧ୍ୟ ବୈଦେଶିକ ମନ୍ତ୍ରୀ ଯୋଗଦେବେ। ଏହି ରାତ୍ରୀ ଭୋଜନରେ ସଭାରେ ଭାଗ ନେବାକୁ ଆସୁଥିବା ସମସ୍ତ ପ୍ରତିନିଧୀମାନେ ଯୋଗ ଦେବେ । ତେବେ ଏସସିଓ କାର୍ଯ୍ୟକ୍ରମ ସମୟରେ ଉଭୟ ପକ୍ଷ କୌଣସି ଆନୁଷ୍ଠାନିକ ଦ୍ୱିପାକ୍ଷିକ ବୌଠକକୁ ଅସ୍ୱୀକାର କରିଛନ୍ତି।

ବୁଧବାର ମୁଖ୍ୟ ଶିଖର ସମ୍ମିଳନୀ ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରୀ ରାତ୍ରୀ ଭୋଜନରେ ଯୋଗଦେବେ ବୋଲି ଆଶା କରାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ତାଙ୍କ ପ୍ରତିପକ୍ଷ ଇଶାକ୍ ଦାରଙ୍କ ସହ ଜୟଶଙ୍କରଙ୍କୁ ଦେଖିବାକୁ ମିଳିବ । ଜୟଶଙ୍କର ବୋଧହୁଏ ଭାରତକୁ ଫେରିବା ପୂର୍ବରୁ ପାକିସ୍ତାନରେ ୨୪ ଘଣ୍ଟାରୁ ଅଧିକ ସମୟ ବିତାଇବେ ନାହିଁ ବୋଲି ଚର୍ଚ୍ଚା ହେଉଛି ।

ଜୟଶଙ୍କର 15 ଏବଂ 16 ଅକ୍ଟୋବରରେ ପାକିସ୍ତାନରେ ରହିବେ । ଗତ ଦଶନ୍ଧି ମଧ୍ୟରେ ପ୍ରଥମଥର ଜଣେ ଭାରତୀୟ ବୈଦେଶିକ ମନ୍ତ୍ରୀ ପାକିସ୍ତାନକୁ ଗସ୍ତ କରୁଛନ୍ତି । ତେବେ ଭାରତ ପାକିସ୍ତାନ ଗସ୍ତକୁ ନିଶ୍ଚିତ କରିବାର ଗୋଟିଏ ଦିନ ପରେ ଜୟଶଙ୍କର କହିଛନ୍ତି ଯେ, ସେ ପାକିସ୍ତାନ ସହ ଭାରତର ସମ୍ପର୍କ ବିଷୟରେ ଆଲୋଚନା କରିବାକୁ ଇସଲାମାବାଦ ଯାଉନାହାଁନ୍ତି ବରଂ ଏସସିଓର ଜଣେ 'ଭଲ ସଦସ୍ୟ' ହେବାକୁ ଯାଉଛନ୍ତି। ଋଷ ବ୍ୟତୀତ ଚାଇନା, ଇରାନ ଏବଂ ୪ ଟି ଏସୀୟ ଦେଶ, ଭାରତ ଏବଂ ପାକିସ୍ଥାନ ମଧ୍ୟ ଏସସିଓର ସଦସ୍ୟ ଅଟନ୍ତି। ଏହି କାର୍ଯ୍ୟକ୍ରମରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ମଧ୍ୟ ଉପସ୍ଥିତ ରହିବେ। ତେବେ ତାଙ୍କ ଏବଂ ଜୟଶଙ୍କରଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୈଠକର ଏପର୍ଯ୍ୟନ୍ତ କୌଣସି ନିଶ୍ଚିତତା ନାହିଁ। ଏସସିଓ ଚାର୍ଟର୍ କୌଣସି ସଦସ୍ୟ ରାଷ୍ଟ୍ରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଉଠାଇବାକୁ ଅନୁମତି ଦିଏ ନାହିଁ ଏବଂ ସେ ପାକିସ୍ତାନର ନାମ ରଖିବାର ସମ୍ଭାବନା ନାହିଁ । ଏହି ବୈଠକରେ ଶାହାବାଜଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିନିଧିତ୍ୱ କରିବେ ମନ୍ତ୍ରୀ । ପିଏମ ମୋଦୀ କେବଳ ରାଜ୍ୟ ମୁଖ୍ୟଙ୍କ ସମ୍ମିଳନୀରେ ଯୋଗ ଦିଅନ୍ତି। ସାଧାରଣତଃ ସରକାରୀ ମୁଖ୍ୟଙ୍କ ବୈଠକରେବୈଦେଶିକ ମନ୍ତ୍ରୀ ଯୋଗ ଦେଇଥାନ୍ତି ।

Also Read- ବିମାନରେ ବୋମା ଆତଙ୍କ, ଦିଲ୍ଲୀରେ ଅବତରଣ କଲା ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ

Also Read- ଯାଜପୁର ଛତିଆରେ ବାଇକ ସହ ଧକ୍କା ହେଇ ଜଳିଲା ବସ୍, ଜଣେ ମୃତ

Read More
{}{}