Parliament: ଆଜି ସଂସଦରେ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ବିଧେୟକ ଆଲୋଚନା ପାଇଁ ଉପସ୍ଥାପନ ହେବ। ଏହାସହ ଗୋଆ ବିଧାନସଭାରେ ଅନୁସୂଚିତ ଜାତି ସଂରକ୍ଷଣକୁ ନେଇ ଏକ ବିଧେୟକ ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଓ୍ୱକ୍ଫ ଆଇନ ସଂଶୋଧନ ବିଧାୟକକୁ ନେି ଆଜି ସ୍ୱତନ୍ତ୍ର ଭାବେ ସାଂସଦ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍।
ଗୁଜରାଟରେ ଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜ୍ମେଣ୍ଟ ବା ଇର୍ମାକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରଣ କରାଯାଇ ତାହାକୁ ତ୍ରୁଭୁବନ ସମବାୟ ବିଶ୍ୱବିଦ୍ୟାଳୟରେ ରୂପାନ୍ତରଣ କରାଯିବ। ଏଥିନେଇ ଆଜିର କାର୍ଯ୍ୟସୂଚୀରେ ଏ ବିଷୟକୁ ଧାରଣ କରାଯାଇଛି। ଏହାସହ ବିଶ୍ୱବିଦ୍ୟାଳୟ ଗଠନ ପରେ ଏହି ଅନୁଷ୍ଠାନ ଯେପରି ଏକ ସହବନ୍ଧୀ ମହାବିଦ୍ୟାଳୟ ଭାବେ ରହିବ ସେଥିନେଇ ଏହି ବିଧେୟକରେ ବ୍ୟବସ୍ଥା ରହିଛି।
ଦେଶ ସାରା ଓ୍ୱାକଫ୍ ବିଧେୟକକୁ କେନ୍ଦ୍ରକରି ଆସନ୍ତା କାଲି ଅଖିଳ ଭାରତ ମୁସଲମାନ ପର୍ସନାଲ୍ ଲ’ ବୋର୍ଡ ପକ୍ଷରୁ ବିକ୍ଷୋଭ ଆହ୍ୱାନ ଦିଆଯାଇଛି। ଓ୍ୱାକଫ୍ ଆଇନ ସଂଶୋଧନକୁ ସମ୍ବିଧାନ ବିରୋଧି ବୋଲି ଏହି ଆନ୍ଦୋଳନରେ ଦର୍ଶାଯାଇଛି। ଅପରପକ୍ଷେ ଏହାକୁ ସରକାର ଖଣ୍ଡନ କରିଛନ୍ତି। ଯେଉଁ ଉଦ୍ଦେଶ୍ୟରେ ଓ୍ୱାକଫ୍ ଗଠନ ହୋଇଥିଲା ତାହାକୁ ନିରନ୍ତର ଭାବେ ଆଗକୁ ବଢ଼ାଇବା ଲାଗି ଏହି ବିଧେୟକ ଉଦ୍ଦିଷ୍ଟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ଯୁଗ୍ମ ସଂସଦୀୟ କମିଟି ଲୋକସଭାର ବାଚସ୍ପତିଙ୍କୁ ମଧ୍ୟ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଲୋକସଭାରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରଖାଯାଇଛି। ଏହା ପୂର୍ବରୁ ଦେଶର ବିଭିନ୍ନ ଦଳର ସାଂସଦ ପ୍ରତିନିଧିମାନଙ୍କୁ ବିଧେୟକ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦେବା ଲାଗି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଏଥିରେ ଦଳମତ ନିର୍ବିଶେଷରେ ସହମତି ପ୍ରକାଶ ପାଇଁ ସରକାର ଚେଷ୍ଟା କରିବେ।