Home >>Odisha National-International

Parliament Winter Session 2024: ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନୂଆଦିଲ୍ଲୀ: ଶୀତ କାଳୀନ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଗୃହ କାର୍ଯ୍ୟ ଅଚଳ ହୋଇଛି। ଆଜି ପ୍ରଶ୍ନକାଳର ଗୋଟିଏ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ କରିଦେଇଛନ୍ତି। ବିରୋଧୀମାନେ ଗୃହରେ ଆଦାନୀ ପ୍ରସଙ୍ଗରେ ଗୃହରେ ହୋ ହଲ୍ଲା କରିବାରୁ ଗୃହକୁ ବାଚସ୍ପତି ମୁଲତବୀ କରିଥିଲେ। ୨୫ ନଭେମ୍

Advertisement
Parliament Winter Session 2024: ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
Prabhudatta Moharana|Updated: Dec 02, 2024, 11:37 AM IST
Share

Parliament Winter Session 2024: ନୂଆଦିଲ୍ଲୀ: ଶୀତ କାଳୀନ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଗୃହ କାର୍ଯ୍ୟ ଅଚଳ ହୋଇଛି। ଆଜି ପ୍ରଶ୍ନକାଳର ଗୋଟିଏ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ କରିଦେଇଛନ୍ତି। ବିରୋଧୀମାନେ ଗୃହରେ ଆଦାନୀ ପ୍ରସଙ୍ଗରେ ଗୃହରେ ହୋ ହଲ୍ଲା କରିବାରୁ ଗୃହକୁ ବାଚସ୍ପତି ମୁଲତବୀ କରିଥିଲେ। ୨୫ ନଭେମ୍ବରରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିଲା। ଶୀତ ଅଧିବେଶନରେ ଆଜି ଗୃହର ପ୍ରକ୍ରିୟା ମାତ୍ର ୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅନୁଯାୟୀ, ହାରାହାରି ଉଭୟ ଗୃହରେ (ଲୋକସଭା ଏବଂ ରାଜ୍ୟସଭା) ପ୍ରତିଦିନ ପ୍ରାୟ ୧୦-୧୦ ମିନିଟ୍ ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇଥାଏ।

ଆଜି ଶୀତକାଳୀନ ଅଧିବେଶନର ପଞ୍ଚମ ଦିବସରେ ପୂର୍ବ ନିର୍ଦ୍ଧାରିକ କାର୍ଯ୍ୟସୂଚୀ ଅନୁଯାୟୀ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପ୍ରଥମ ପ୍ରଶ୍ନ କରିଥିଲେ ଆନ୍ଧ୍ରପ୍ରଦେଶର ସାଂସଦ। ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଏହାର ଉତ୍ତର ରଖିଥିଲେ। ତେବେ ଏହି ପ୍ରଶ୍ନର ଉତ୍ତର ପରେ ବିରୋଧୀ ଅଦାନୀଙ୍କ ପ୍ରସଙ୍ଗ ପରେ ଗୃହରେ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟ ପରିଚାଳନା ବାଧା ସୃଷ୍ଟି ହେଉଥିଲା। ଫଳରେ ଦିନ ୧୨ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଛନ୍ତି। 

ତେବେ ଗୃହ ପରିଚାଳନା ସମୟରେ ବିରୋଧୀଙ୍କୁ ବାଚସ୍ପତି ଓମ ବିର୍ଲା କହିଥିଲେ ଗଣତନ୍ତ୍ରର ଶକ୍ତି ହେଉଛି ସମ୍ମତି ଏବଂ ମତଭେଦ। ମୁଁ ଆଶା କରୁଛି ଯେ ସମସ୍ତ ସଦସ୍ୟ ଗୃହକୁ କାର୍ଯ୍ୟ କରିବାକୁ ଅନୁମତି ଦେବେ। ଜନସାଧାରଣ ମଧ୍ୟ ସଂସଦକୁ ନେଇ ଉଦ୍ବେଗ ପ୍ରକାଶ କରୁଛନ୍ତି। ଗୃହଟି ସମସ୍ତଙ୍କର ଅଟେ, ସଂସଦ କାର୍ଯ୍ୟ କରିବାକୁ ଦେଶ ଚାହୁଁଛି ବୋଲି ବାଚସ୍ପତି କହିଥିଲେ।

Read More
{}{}