Hindi News >>Home >>Odisha National-International

PM Kisan: ଦୀପାବଳି ପୂର୍ବରୁ ଦେଶର ୯.୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ସରକାର

PM Kisan Yojana ର ୧୮ ତମ କିସ୍ତି ରିଲିଜ୍ ହୋଇଛି। ହିତାଧିକାରୀ କୃଷକମାନେ ପିଏମ କିଷାନର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି ହିତାଧିକାରୀଙ୍କ ସ୍ଥିତି ଯାଞ୍ଚ କରିପାରିବେ। ଏଠାରେ ଜାଣନ୍ତୁ କିପରି କରିବେ ଚେକ୍।  

Advertisement
PM Kisan 18th Installment
PM Kisan 18th Installment
Jagdish Barik|Updated: Oct 05, 2024, 03:09 PM IST
Share

PM Kisan Yojana: କୃଷକ ମାନଙ୍କ ଅପେକ୍ଷାର ହେଲା ଅନ୍ତ। ପିଏମ କିଷାନର ୧୮ ତମ କିସ୍ତି ସରକାର ରିଲିଜ୍ କରିଛନ୍ତି। ପିଏମ କିଷାନ ଯୋଜନାର ୧୮ ତମ କିସ୍ତି ଅଧୀନରେ ୨୦୦୦ ଟଙ୍କା ଲେଖାଁଏ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ମହାରାଷ୍ଟ୍ରର ୱାଶିମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପିଏମ କିଷାନର ୧୮ ତମ କିସ୍ତି ରିଲିଜ୍ କରିଛନ୍ତି। ଏହି ୧୮ ତମ କିସ୍ତି ଅଧୀନରେ ପ୍ରାୟ ୨୦ ହଜାର କୋଟି ଟଙ୍କା ୯.୪ କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର୍ କରାଯାଇଥିଲା।

ମହାରାଷ୍ଟ୍ରର ୱାଶିମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପିଏମ କିଷାନର ୧୮ ତମ କିସ୍ତି ଅଧୀନରେ ପିଏମ ମୋଦୀ ସିଧାସଳଖ ୨୦ ହଜାର କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହି ରାଶି ଗ୍ରହଣ କରିଥିବା କୃଷକଙ୍କ ସଂଖ୍ୟା ହେଉଛି ୯୪୧୯୬୬୭୮। କହିରଖୁଛୁ ଯେ ପିଏମ କିଷାନ ଯୋଜନା ଅଧୀନରେ ହିତାଧିକାରୀ କୃଷକମାନେ ପ୍ରତିବର୍ଷ ୬୦୦୦ ଟଙ୍କା ପାଆନ୍ତି। ଏହି ଟଙ୍କା ୨୦୦୦ ଟଙ୍କା କରି ତିନିଟି କିସ୍ତିରେ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଏ।

ହିତାଧିକାରୀ ସ୍ଥିତିକୁ କିପରି ଯାଞ୍ଚ କରିବେ? (How to Check Beneficiary Status)

ହିତାଧିକାରୀ କୃଷକମାନେ ପିଏମ କିଷାନର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି ହିତାଧିକାରୀଙ୍କ ସ୍ଥିତି ଯାଞ୍ଚ କରିପାରିବେ। ଏଠାରେ ଜାଣନ୍ତୁ କିପରି କରିବେ ଚେକ୍?

ଷ୍ଟେପ୍ ୧: ପ୍ରଥମେ ଅଫିସିଆଲ୍ PM-Kisan ର ୱେବସାଇଟ୍ (pmkisan.gov.in) କୁ ଯାଆନ୍ତୁ।

ଷ୍ଟେପ୍ ୨: ଏହା ପରେ ହୋମପେଜରେ ଦିଆଯାଇଥିବା Farmer Corner କୁ ଯାଆନ୍ତୁ।

ଷ୍ଟେପ୍ ୩: ବର୍ତ୍ତମାନ Beneficiary Status ଉପରେ କ୍ଲିକ୍ କରନ୍ତୁ।

ଷ୍ଟେପ୍ ୪: ଡ୍ରପ୍ ଡାଉନ୍ ମେନୁରୁ ଆପଣଙ୍କର ରାଜ୍ୟ, ଜିଲ୍ଲା, ତହସିଲ, ବ୍ଲକ କିମ୍ବା ଗ୍ରାମ ଚୟନ କରନ୍ତୁ ।

ଷ୍ଟେପ୍ ୫: ଏହାପରେ ନିଜ ସ୍ଥିତି ଦେଖିବାକୁ Get Report ଉପରେ କ୍ଲିକ୍ କରନ୍ତୁ।

Read More
{}{}