Home >>Odisha National-International

PM Modi Ukraine Visit: ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ୟୁକ୍ରେନ ଗସ୍ତ କରିବେ ପିଏମ୍ ମୋଦୀ, ଜାଣନ୍ତୁ କାର୍ଯ୍ୟସୂଚୀ

PM Modi Ukraine Visit: ୟୁକ୍ରେନ ଏକ ବୟାନ ଜାରି କରି କହିଛି ଯେ ଦ୍ୱିପାକ୍ଷିକ ସହଯୋଗ ପ୍ରସଙ୍ଗରେ ଆଲୋଚନା ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ପୋଲାଣ୍ଡ ଯିବେ ଓ ସେଠାରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବେ।  

Advertisement
PM Modi Ukraine Visit
PM Modi Ukraine Visit
Jagdish Barik|Updated: Aug 19, 2024, 08:08 PM IST
Share

PM Modi Ukraine Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଅଗଷ୍ଟରେ ୟୁକ୍ରେନ ଗସ୍ତରେ ଯିବେ। ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ଦେଶ ଗସ୍ତ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୨୧-୨୨ ଅଗଷ୍ଟରୁ ପୋଲାଣ୍ଡ ଗସ୍ତ କରିବେ। ୪୫ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତ କରିବେ। ମସ୍କୋରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ହେବାର ଏକ ମାସ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ କରିବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଓ ୨୨ ଅଗଷ୍ଟରେ ପୋଲାଣ୍ଡରେ ରହିବେ ଓ ସେଠାରେ ସେ ଭାରତୀୟ ସମ୍ପ୍ରଦାୟର ଲୋକ ଏବଂ ସେଠାକାର ବ୍ୟବସାୟୀଙ୍କ ସହ କଥାବାର୍ତ୍ତା କରିବେ। ପ୍ରଧାନମନ୍ତ୍ରୀ ମୋଦୀ ପୋଲାଣ୍ଡର ସ୍ମାରକୀ ପରିଦର୍ଶନ କରିବେ ଯାହା ଜାମନଗର ଏବଂ କୋଲହାପୁରର ଐତିହାସିକ ସମ୍ପର୍କକୁ ପ୍ରତିଫଳିତ କରିଥାଏ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଭାରତ ସର୍ବଦା କୂଟନୈତିକ ଏବଂ ସଂଳାପକୁ ପ୍ରୋତ୍ସାହିତ କରୁଛି, ଯାହାଦ୍ୱାରା ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁକ୍ରେନ ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ କାର୍ଯ୍ୟାଳୟ ଏକ ସରକାରୀ ବୟାନ ଜାରି କରିଛି। ଏହି ବୟାନରେ କୁହାଯାଇଛି, "ଆମର ଦ୍ୱିପାକ୍ଷିକ ସମ୍ପର୍କ ଇତିହାସରେ ୟୁକ୍ରେନକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ପ୍ରସଙ୍ଗ ଉପରେ ବିଶେଷ ଭାବରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରାଯିବ। ୟୁକ୍ରେନ ଏବଂ ଭାରତ ମଧ୍ୟରେ ଅନେକ ଡକ୍ୟୁମେଣ୍ଟ ସ୍ୱାକ୍ଷରିତ ହେବ ବୋଲି ମଧ୍ୟ ଆଶା କରାଯାଉଛି।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଗସ୍ତ, ୧୯୯୧ ରେ ୟୁକ୍ରେନ ସ୍ୱାଧୀନ ହେବା ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। ଗତ ମାସରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମୁଖ୍ୟ କର୍ମଚାରୀ ଆଣ୍ଡ୍ରେ ୟେରମାକ କହିଥିଲେ ଯେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ପିଏମ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ୨୦୨୨ ମସିହାରେ ଯୁଦ୍ଧ ପରେ ଭାରତ ଋଷ କିମ୍ବା ଋଷର ଅଧିକାରୀଙ୍କୁ ନିନ୍ଦା କରିବାକୁ ମନା କରିଦେଇଥିଲା, ଏହି କାରଣରୁ ପାଶ୍ଚାତ୍ୟର ଅନେକ ଦେଶ ଭାରତକୁ ଟାର୍ଗେଟ କରିଥିଲେ।

Also Read: Terrorists Attack: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ, ସହିଦ ହେଲେ CRPF ଅଧିକାରୀ

Read More
{}{}