Home >>Odisha National-International

BAPS Hindu Mandir: ୟୁଏଇରେ ପ୍ରଥମ ହିନ୍ଦୁ ମନ୍ଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି

UAE First Hindu Temple Inauguration: ବୁଧବାର ଆବୁଧାବି ସ୍ଥିତ ବିଏପିଏସ୍‌  ସ୍ବାମୀ ନାରାୟଣ ମନ୍ଦିରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜୁରାଟର ସୋମନାଥ କାଶୀ ବିଶ୍ବନାଥ ମନ୍ଦିରର ଭ୍ରମ ସୃଷ୍ଟି କରୁଛି। 

Advertisement
BAPS Hindu Mandir: ୟୁଏଇରେ ପ୍ରଥମ ହିନ୍ଦୁ ମନ୍ଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି
Zee Odisha Desk|Updated: Feb 14, 2024, 09:15 AM IST
Share

UAE First Hindu Temple Inauguration: ବୁଧବାର ଆବୁଧାବି ସ୍ଥିତ ବିଏପିଏସ୍‌  ସ୍ବାମୀ ନାରାୟଣ ମନ୍ଦିରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜୁରାଟର ସୋମନାଥ କାଶୀ ବିଶ୍ବନାଥ ମନ୍ଦିରର ଭ୍ରମ ସୃଷ୍ଟି କରୁଛି। 

୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିର ନିର୍ମାଣ ଲାଗି ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଲାପୀ ରଙ୍ଗ ମାର୍ବଲରେ ନିର୍ମିତ ଏହି ମନ୍ଦିର ୭ ଶିଖର ବିଶିଷ୍ଠ ଅଟେ। ଏହି ମନ୍ଦିର ସମ୍ପୂର୍ଣ୍ଣ ପଥରରେ ନିର୍ମାଣ ହୋଇଛି । ଏଥିରେ ବ୍ୟବହୃତ ଗୋଲାପୀ ରଙ୍ଗର ମାର୍ବଲ ରାଜସ୍ଥାନରୁ ଆସିଥିବାବେଳେ ଧଳା ଇଟାଲିଆନ୍ ମାର୍ବଲ ଇଟାଲୀରୁ ଆସିଛି । ଗ୍ରାନାଇଟ୍ ଓ ଧଳା ମାର୍ବଲରେ ଏହି ମନ୍ଦିର ନିର୍ମାଣ ହୋଇଛି। ମନ୍ଦିରରେ ପାଶ୍ବ ଦେବାଦେବୀଙ୍କ ମୂର୍ତ୍ତି ବି ନିଖୁଣ ଭାବରେ ନିର୍ମାଣ କରାଯାଇଛି। ତେବେ ମନ୍ଦିର ଉଦଘାଟନ ପରେ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ।

ମଙ୍ଗଳବାର ଆବୁଧାବିରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ଆଲିଙ୍ଗନ କରି ସ୍ବାଗତ କରିଥିଲେ ୟୁଏଇ ରାଷ୍ଟ୍ରପତି। ଏହା ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କ ସହ ସହଯୋଗ ଓ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଥିଲେ।  ଭାରତ ଓ ୟୁଏଇ ମଧ୍ୟରେ ସହଯୋଗର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଅନେକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏଥିରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ, ବୈଦ୍ୟୁତିକ ଆନ୍ତର୍ସଂଯୋଗ ଏବଂ ବାଣିଜ୍ୟ, ଭାରତ ପଶ୍ଚିମ-ଏସିଆ ଅର୍ଥନୈତିକ କରିଡର, ଡିଜିଟାଲ ଭିତ୍ତିଭୂମି ପ୍ରକଳ୍ପ, ଜାତୀୟ ଅଭିଲେଖାଗାର, ଐତିହ୍ୟ ଏବଂ ସଂଗ୍ରହାଳୟ ମଧ୍ୟରେ ସହଯୋଗ, ଦେୟ ପ୍ଲାଟଫର୍ମ ଏବଂ ଘରୋଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର ପାରସ୍ପରିକ ସଂଯୋଗ ଉପରେ ବୁଝାମଣା ଅନ୍ତର୍ଭୁକ୍ତ।

Read More
{}{}