Hindi News >>Home >>Odisha National-International

Atal Setu Bridge: ୨ ଘଣ୍ଟାର ରାସ୍ତାକୁ ୨୦ ମିନିଟ୍ ରେ ଶେଷ କରିବ 'ଅଟଳ ସେତୁ'

Atal Setu Bridge: ଆଜି ଉଦଘାଟନ ହେବ ଦେଶର ସବୁଠୁ ଦୀର୍ଘତମ ସାମୁଦ୍ରିକ ସେତୁ । ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଏହାର ଉଦଘାଟନ କରିବେ। ୨୧.୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ସେତୁର ନାମ ‘ଅଟଳ ସେତୁ’ (Atal Setu ରଖାଯାଇଛି । 

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Jan 12, 2024, 11:08 AM IST
Share

Atal Setu Bridge: ଆଜି ଉଦଘାଟନ ହେବ ଦେଶର ସବୁଠୁ ଦୀର୍ଘତମ ସାମୁଦ୍ରିକ ସେତୁ । ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଏହାର ଉଦଘାଟନ କରିବେ। ୨୧.୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ସେତୁର ନାମ ‘ଅଟଳ ସେତୁ’ (Atal Setu ରଖାଯାଇଛି । ମୁମ୍ବାଇରୁ ନଭି ମୁମ୍ବାଇକୁ ଏହା ସମୁଦ୍ର ଜରିଆରେ ସଂଯୋଗ କରିବ।

ପ୍ରତିଦିନ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ଏହା ଦ୍ୱାରା ମାତ୍ର କିଛି ମିନିଟରେ ଏବେ ପହଞ୍ଚି ହେବ। ସେତୁ ନିର୍ମାଣରେ ମୋଟ ୧୭ ହଜାର ୮୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ (Atal Bihari Vajpayee) ନାମରେ ‘ଅଟଳ ସେତୁ’କୁ ନାମିତ କରାଯାଇଛି । ଏହା ଉପରେ କାର୍, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନି ବସ୍ ଓ ଟୁ-ଏକ୍ସଲ୍ ବସ୍ ଭଳି ଗାଡ଼ିର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ। ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ। ୧୮,୦୦୦ କୋଟି ଟଙ୍କାର ଏହି ସାମୁଦ୍ରିକ ସେତୁ ମୁମ୍ବାଇର ସେଓ୍ୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଉରାନ ତାଲୁକର ନହୱା ଶେୱାରେ ଶେଷ ହୋଇଛି। ମୁମ୍ବାଇ ଅଭିମୁଖେ ଯାଉଥିବା ମଲ୍ଟି-ଏକ୍ସଲ୍ ଭାରୀ ଯାନ, ଟ୍ରକ୍ ଓ ବସ୍‌ ଗୁଡ଼ିକୁ ଏଣିକି ଇଷ୍ଟର୍ଣ୍ଣ ଫ୍ରି-ୱେରେ ପ୍ରବେଶ କରିବାକୁ ପଡ଼ିବ ନାହିଁ। ଅଟଳ ସେତୁ ଉପରେ ମୋଟର ସାଇକେଲ, ଅଟୋ, ଟ୍ରାକ୍ଟର ଭଳି ଧୀରେ ଧୀରେ ଗତି କରୁଥିବା କୌଣସି ଯାନବାହନ ଚଳାଚଳକୁ ନିଷେଧ କରାଯାଇଛି। ଏହି ସମୁଦ୍ର ଲିଙ୍କ୍‌ର ୧୬.୫୦ କିମି ସମୁଦ୍ରରେ ଏବଂ ୫.୫ କିମି ସ୍ଥଳଭାଗରେ ରହିଛି। ଏହି ସେତୁ ନିର୍ମାଣ ପରେ ଏଣିକି ଗାଡି ଚାଳକମାନେ ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଦୂରତାକୁ ମାତ୍ର ୨୦ ମିନିଟ୍‌ରେ ଅତିକ୍ରମ କରିପାରିବେ । ମୁମ୍ବାଇ ମହାନଗର ପ୍ରଦେଶ ବିକାଶ ପ୍ରାଧିକରଣ ଏହି ସେତୁ ନିମନ୍ତେ ୫୦୦ ଟଙ୍କାର ଟୋଲ ଶୁଳ୍କ ଧାର୍ଯ୍ୟ କରିଥିଲା । ପରେ ମହାରାଷ୍ଟ୍ର ମନ୍ତ୍ରିମଣ୍ତଳ ଗତ ୪ ତାରିଖ ବୈଠକରେ ଏହି ଶୁଳ୍କକୁ କମ୍ କରିଛି ।

ଏହା ବି ପଢନ୍ତୁ-Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ଦେଶର ୪ ଶଙ୍କରାଚାର୍ଯ୍ୟ

ପ୍ରକାଶ ଥାଉ କି, ଏହି ସେତୁ ୬ ଲେନ୍ ବିଶିଷ୍ଟ ଅଟେ, ଅର୍ଥାତ୍ ଏହାର ଉଭୟ ପଟେ ୩ଟି ଲେଖାଏଁ ଲେନରେ ଗାଡ଼ି ଚଳାଚଳ କରିବ । ଉଭୟ ପାର୍ଶ୍ବରେ ଗୋଟିଏ ଲେଖାଏଁ ଏମର୍ଜେନ୍ସି ଲେନ୍ ବି ରହିଛି । ସମୁଦ୍ର ଉପରେ ସେତୁର ୧୬.୫ କି.ମି ଓ ଭୂମି ଉପରେ ୫.୫ କିମି ନିର୍ମାଣ ହୋଇଛି । ଏମିତି କି, ସେତୁରେ ୪୦୦ଟି ସିସିଟିଭି କ୍ୟାମେରା ଲାଗିଛି ।

 

 

Read More
{}{}