Hindi News >>Home >>Odisha National-International

ଦେଶର ସବୁଠାରୁ ବଡ଼ କେବଲ୍ ବ୍ରିଜ୍ ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଖର୍ଚ୍ଚ ହୋଇଛି କେତେ କୋଟି?

Sudarshan Setu: ଲୋକର୍ପିତ ହେଲା ଦେଶର ସବୁଠାରୁ ବଡ଼ କେବଲ୍ ବ୍ରିଜ୍ ‘ସୁଦର୍ଶନ ସେତୁ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଜ୍ରର ଉଦ୍ଦଘାଟନ କରିଛନ୍ତି । ଗୁଜୁରାଟ ଓଖା ମୁଖ୍ୟ ସହରରୁ ଏହି କେବଲ୍ ବ୍ରିଜ୍ ବେଟ୍ ଦ୍ବାରକା ଦ୍ବୀପକୁ ସଂଯୋଗ କରିବ ।

Advertisement
ଦେଶର ସବୁଠାରୁ ବଡ଼ କେବଲ୍ ବ୍ରିଜ୍ ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଖର୍ଚ୍ଚ ହୋଇଛି କେତେ କୋଟି?
Zee Odisha Desk|Updated: Feb 25, 2024, 09:35 AM IST
Share

Sudarshan Setu: ଲୋକର୍ପିତ ହେଲା ଦେଶର ସବୁଠାରୁ ବଡ଼ କେବଲ୍ ବ୍ରିଜ୍ ‘ସୁଦର୍ଶନ ସେତୁ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଜ୍ରର ଉଦ୍ଦଘାଟନ କରିଛନ୍ତି । ଗୁଜୁରାଟ ଓଖା ମୁଖ୍ୟ ସହରରୁ ଏହି କେବଲ୍ ବ୍ରିଜ୍ ବେଟ୍ ଦ୍ବାରକା ଦ୍ବୀପକୁ ସଂଯୋଗ କରିବ ।

ସୂଚନା ଅନୁଯାୟୀ, ଏହି କେବଲ୍ ବ୍ରିଜ୍ ର ନିର୍ମାଣ ଲାଗି ୨୦୧୭ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି। ଭିତ୍ତିପ୍ରସ୍ତର ସ୍ଥାପନ ହେବାର ୭ ବର୍ଷ ପରେ ଏହାର ନିର୍ମାଣ କାର୍ଯ୍ୟ ସରିଛି। ଏହି ବ୍ରିଜ୍ ପୁରାତନ ଓ ଆଧୁନିକ ଦ୍ୱାରକାକୁ ପରସ୍ପର ସହିତ ସଂଯୋଗ କରିବ। ଦ୍ୱାରକା ଜିଲ୍ଲାରେ ୨୧ଟି ଭୂଖଣ୍ଡ ରହିଥିବା ବେଳେ ବେଟ୍‌ ଦ୍ୱାରକା ଦ୍ୱୀପରେ ଜନବସତି ରହିଛି। ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି । କିମ୍ବଦନ୍ତୀ ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ବେଟ୍‌ ଦ୍ୱାରକାରେ ହିଁ ରହୁଥିଲେ। ଶ୍ରୀକୃଷ୍ଣଙ୍କ ଭୂମିକରେ ଏହି ପୋଲ ନିର୍ମାଣ କରାଯାଇଥିବାରୁ ଏହାକୁ ‘ସୁଦର୍ଶନ ସେତୁ’ ଭାବେ ନାମିତ କରାଯାଇଛି ।  

ଏହି ବ୍ରିଜରେ ୩୨ ଟି ପିଅର୍ ରହିଛି, ଯେଉଁଥିରେ ୯୦୦ ମିଟର ଲମ୍ବ ବିଶିଷ୍ଟ ସାତଟି କେବୁଲ୍ ମଧ୍ଯ ରହିଛି। ଏହାର ୨୭ ମିଟର ଚଉଡା କ୍ୟାରେଜ ୱେ ରହିଛି। ସେତୁର ଉଭୟ ପାର୍ଶ୍ୱରେ ପାଦ ଚଲା ରାସ୍ତା ଅଛି। ଏହାର ସ୍ତମ୍ଭ ଗୁଡିକ ଭଗବଦ୍ ଗୀତା ଓ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ସଜାଯାଇଛି। ଏଥିରେ ସୋଲାର ପ୍ୟାନେଲ ଲଗାଯାଇଛି। ୨.୩୨ କିଲୋମିଟର ଏହି ପୋଲ ପାଇଁ ଖର୍ଚ୍ଚ ହୋଇଛି ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Also Read- Petrol Diesel Price Today: ରାଜ୍ୟରେ ଖସିଲା ପେଟ୍ରୋଲ-ଡିଜେଲ ରେଟ୍, ଜାଣନ୍ତୁ ଲିଟର ପିଛା କେତେ ରହିଛି ଦର?

 

 

 

 

Read More
{}{}