Home >>Odisha National-International

Mann ki baat: ବର୍ଷର ଶେଷ ମନ୍ କି ବାତ୍ ରେ ସମ୍ୱିଧାନ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

PM Modi Mann ki baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକ୍ରମ 'ମନ୍ କି ବାତ୍'ର ୧୧୭ ତମ ପର୍ଯ୍ୟାୟରେ ସମ୍ବିଧାନ ଉପରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ଏକ ୱେବସାଇଟ୍ ମଧ୍ୟ ଲଞ୍ଚ କରାଯାଇଛି।

Advertisement
Mann ki baat: ବର୍ଷର ଶେଷ ମନ୍ କି ବାତ୍ ରେ ସମ୍ୱିଧାନ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ
Soubhagya Ranjan Mishra|Updated: Dec 29, 2024, 02:45 PM IST
Share

PM Modi Mann ki baat: ବର୍ଷର ଶେଷ ତଥା ୧୧୭ ତମ 'ମନ୍ କି ବାତ୍' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି । ସେସବୁ ମଧ୍ୟରେ ସମ୍ବିଧାନ, କୃଷକ, କର୍କଟ ଏବଂ ଏଆଇ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ବିଧାନ ଆମ ପାଇଁ ଏକ ମାର୍ଗଦର୍ଶିକା ସଦୃଶ। ଯଦି ମୁଁ ଆଜି ଆପଣଙ୍କ ସହ କଥାବାର୍ତ୍ତା କରିବାକୁ ସକ୍ଷମ ହୋଇପାରୁଛି, ତେବେ ଏହା ସମ୍ବିଧାନ ହେତୁ ସମ୍ଭବ ହୋଇଛି।

ନିକଟରେ ସଂସଦ ଅଧିବେଶନ ସମୟରେ ବିଜେପି ଓ କଂଗ୍ରେସ ସମ୍ବିଧାନ ବିଷୟକୁ ନେଇ ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ, ବିଜେପି ସମ୍ବିଧାନକୁ ଅପମାନ କରିଛି। ଏଥି ସହ ବିଜେପି ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରିଥିଲା। ଏହି ପ୍ରସଙ୍ଗ ଏତେ ଅଧିକ ଚର୍ଚ୍ଚା ହୋଇଥିଲା ଯେ, ସଂସଦ ଅଧିବେଶନରେ ମଧ୍ୟ ଝଗଡା ଦେଖିବାକୁ ମିଳିଥିଲା। ଯେଉଁଥିରେ ୨ ସାଂସଦ ମଧ୍ୟ ଆହତ ହୋଇଥିଲେ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବିଧାନ ଉପରେ ଆଲୋଚନାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି।

ଯଦିଓ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ନୂତନ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି, ତଥାପି ସେ କହିଛନ୍ତି ଯେ, ନୂଆ ବର୍ଷ ସହିତ ଆମର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ହେବାକୁ ଯାଉଛି ଯାହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୨୦୨୫ ମସିହା ହେବାକୁ ଯାଉଛି । ଜାନୁଆରୀ ୨୬, ୨୦୨୫ ରେ, ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୂରଣ ହେବ । ଏହା ଆମ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ବିଧାନ ଆମ ପାଇଁ ଏକ ମାର୍ଗଦର୍ଶିକା ଓ ଆମର ଗାଇଡ୍ । ସମ୍ବିଧାନ କାରଣରୁ ମୁଁ ଆଜି ଆପଣଙ୍କ ସହ କଥାବାର୍ତ୍ତା କରିବାକୁ ସକ୍ଷମ ହେଉଛି । ଯାହା ସମ୍ବିଧାନ ନିର୍ମାତାମାନେ ଆମକୁ ଦେଇଛନ୍ତି ତାହା ସବୁ ଦିଗରେ ପରୀକ୍ଷା କରାଯାଇଛି ।

ଦେଶର ନାଗରିକମାନଙ୍କୁ ସମ୍ବିଧାନର ଐତିହ୍ୟ ସହିତ ଯୋଡିବା ପାଇଁ constitution75.com ନାମକ ଏକ ସ୍ୱତନ୍ତ୍ର ୱେବସାଇଟ୍ ଲଞ୍ଚ୍ କରାଯାଇଛି। ଏଥିରେ ଆପଣ ସମ୍ବିଧାନ ବିଷୟରେ ପଢିବା ପରେ ଆପଣଙ୍କର ଭିଡିଓ ଅପଲୋଡ୍ କରିପାରିବେ । ଆପଣ ବିଭିନ୍ନ ଭାଷାରେ ସମ୍ବିଧାନ ସମ୍ପର୍କରେ ପଢିପାରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣଙ୍କ ମନରେ ସମ୍ବିଧାନ ସମ୍ପର୍କରେ କିଛି ପ୍ରଶ୍ନ ଥିଲେ ତାହା ପଚାରିପାରିବେ। ମନ କି ବାତ୍ ଶ୍ରୋତାମାନଙ୍କୁ constitution75.com ୱେବସାଇଟ୍ ଭିଜିଟ୍ କରି ଏହାର ଏକ ଅଂଶ ହେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

Also Read- ଡେଭିଲ୍ କୁଇନ୍ ଅର୍ପିତାଙ୍କ ୮ଟି ଫଟୋ ହେଉଛି ଭାଇରାଲ୍, କ୍ଲିକ୍ କରି ଦେଖନ୍ତୁ

Also Read- Saptahik Rashifal: ଡିସେମ୍ୱର ଶେଷ ସହ ନୂଆ ବର୍ଷର ଆରମ୍ଭ, ୧୨ଟି ରାଶିର ଭାଗ୍ୟଫଳ

Read More
{}{}