Hindi News >>Home >>Odisha National-International

Wayanad landslides: ଆସନ୍ତାକାଲି ୱାୟାନାଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଭେଟିବେ

PM Narendra Modi News: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୧୦ ରେ ସକାଳ ୧୧ଟା ସମୟରେ କନ୍ନୁରରେ ପହଞ୍ଚିବେ। ସେଠାରୁ ସେ ୱାୟାନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ଏକ ବିମାନ ସର୍ଭେ କରିବେ।  

Advertisement
PM Narendra Modi to visit Wayanad
PM Narendra Modi to visit Wayanad
Jagdish Barik|Updated: Aug 09, 2024, 07:21 PM IST
Share

PM Narendra Modi to visit Wayanad: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ୧୦ ଅଗଷ୍ଟରେ ୱାୟାନାଡର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ସମୟ ମଧ୍ୟରେ ସେ ରିଲିଫ ଓ ପୁନର୍ବାସ ପ୍ରୟାସର ସମୀକ୍ଷା କରିବେ। ୩୦ ଜୁଲାଇ ସକାଳେ କେରଳର ପାହାଡ଼ିଆ ୱାୟାନାଡ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ଘଟିବା ପରେ ମୃତ୍ୟୁ ସଂଖ୍ୟା ୨୨୬ ରେ ପହଞ୍ଚିଛି। ଏହି ଅଞ୍ଚଳର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ଓ ଆଜି ବିପର୍ଯ୍ୟୟ ସ୍ଥଳରେ ବହୁ ସଂଖ୍ୟକ ମୃତଦେହ ଖୋଜିପାରୁଥୁବା କୁକୁର ନିୟୋଜିତ କରାଯାଇ ଆବର୍ଜନା ତଳେ ପୋତି ହୋଇଥିବା ଲୋକଙ୍କୁ ଖୋଜା ଚାଲିଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୧୦ ରେ ସକାଳ ୧୧ଟା ସମୟରେ କନ୍ନୁରରେ ପହଞ୍ଚିବେ। ସେଠାରୁ ସେ ୱାୟାନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ଏକ ବିମାନ ସର୍ଭେ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟାର୍ଣ୍ଣ ପ୍ରାୟ ୧୨:୧୫ ସମୟରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ, ଯେଉଁଠାରେ ତାଙ୍କୁ ଉଦ୍ଧାର ବାହିନୀ ଦ୍ୱାରା ସ୍ଥାନାନ୍ତର ଉଦ୍ୟମ ସମ୍ପର୍କରେ ସୂଚନା ଦିଆଯିବ। ସେ ସେଠାରେ ଚାଲିଥିବା ପୁନର୍ବାସ କାର୍ଯ୍ୟର ତଦାରଖ ମଧ୍ୟ କରିବେ।

ପ୍ରଧାନମନ୍ତ୍ରୀ ରିଲିଫ୍ କ୍ୟାମ୍ପ ଏବଂ ହସ୍ପିଟାଲ ପରିଦର୍ଶନ କରିବେ, ଯେଉଁଠାରେ ସେ ଭୂସ୍ଖଳନରେ ପୀଡିତ ଏବଂ ବଞ୍ଚିଥିବା ଲୋକଙ୍କ ସହ ଆଲୋଚନା କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ, ଯେଉଁଠାରେ ତାଙ୍କୁ ଏହି ଘଟଣା ଏବଂ ଜାରି ରହିଥିବା ରିଲିଫ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବରେ ସୂଚନା ଦିଆଯିବ।

ଏହାପୂର୍ବରୁ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଗୁରୁବାର ଦିନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୦ ରେ ୱାୟାନାଡର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହା ସମେତ ସେ ବିପର୍ଯ୍ୟୟ ପୀଡିତଙ୍କ ଥଇଥାନ ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ଆଶା ପ୍ରକଟ କରିଛନ୍ତି।

Read More
{}{}