Home >>Odisha National-International

Donald Trump Oath: ଆଜି ଶପଥ ନେବେ ଆମେରିକା ରାଷ୍ଟ୍ରପତି; ଏଥର କ’ଣ ବଦଳିଛି ଜାଣନ୍ତୁ କିଛି ପ୍ରମୁଖ ବିନ୍ଦୁ

ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରାଷ୍ଟ୍ର  ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ସେ ଏହି ପଦବୀକୁ ଦ୍ୱିତୀୟଥର ଭାବେ ମଣ୍ଡନ କରିବାକୁ ଯାଉଛନ୍ତି। ପ୍ରଚଳିତ ପ୍ରଥା  ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ କିପରି ହୋଇଥାଏ ନୂଆ ରାଷ୍ଟ୍

Advertisement
Donald Trump Oath: ଆଜି ଶପଥ ନେବେ ଆମେରିକା ରାଷ୍ଟ୍ରପତି; ଏଥର କ’ଣ ବଦଳିଛି ଜାଣନ୍ତୁ କିଛି ପ୍ରମୁଖ ବିନ୍ଦୁ
Prabhudatta Moharana|Updated: Jan 20, 2025, 07:37 AM IST
Share
Donald Trump Oath Take ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରାଷ୍ଟ୍ର  ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ସେ ଏହି ପଦବୀକୁ ଦ୍ୱିତୀୟଥର ଭାବେ ମଣ୍ଡନ କରିବାକୁ ଯାଉଛନ୍ତି। ପ୍ରଚଳିତ ପ୍ରଥା  ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ କିପରି ହୋଇଥାଏ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଏବଂ ଏଥର କ’ଣସବୁ ପରିବର୍ତ୍ତନ ରହିଛି ସେ ବିଷୟରେ ନଜର ପକାନ୍ତୁ ନିମ୍ନ ବିନ୍ଦୁରେ: 
 
1. ଆମେରିକାର ସମ୍ବିଧାନ ଅନୁସାରେ ଜଣେ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୪ ବର୍ଷର କାର୍ଯ୍ୟକାଳ ପରେ ଜାନୁୟାରୀ ୨୦ ତାରିଖ ପ୍ରଥମାର୍ଦ୍ଧରେ ଶେଷ ହୋଇଥାଏ। ଏହାପରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଯାଇଥାଏ। 
 
2. ପରମ୍ପରା ଅନୁସାରେ ପ୍ରଥମେ ଉପ ରାଷ୍ଟ୍ରପତି ଶପଥ ପାଠ କରିଥାନ୍ତି। ତାଙ୍କୁ ସୁପ୍ରିମ୍‍ କୋର୍ଟଙ୍କ କୌଣସି ଜଜ୍‍ ଶପଥପାଠ କରିଥାନ୍ତି। ଏହା ପରେ ଆରମ୍ଭ ହୁଏ ରାଷ୍ଟ୍ରପତିଙ୍କ ଉଦ୍‍ଘାଟନ ଉତ୍ସବ। 
 
3. ଏଥର ଏହି ଉଦ୍‍ଘାଟନୀ ଉତ୍ସବ ସ୍ଥାନୀୟ ସମୟ ୧୧ଟା ୩୦ରେ ବେଳେ ଆରମ୍ଭ ହେବ। ରାଷ୍ଟ୍ରପତିଙ୍କ ଉଦ୍‍ଘାଟନ ସମୟ ପ୍ରାୟ ମଧ୍ୟାହ୍ନରେ ହେବ। 
 
4. ପ୍ରତି ଉଦ୍‍ଘାଟନୀ ଉତ୍ସବ ସାଧାରଣତଃ ରାଷ୍ଟ୍ରପତି ଭବନ ବା ହ୍ୱାଇଟ ହାଉସ୍‍ର ପଶ୍ଚିମ ଦିଗରେ ଥିବା ଅଗଣାରେ ଅନୁଷ୍ଠିତ ହୋଇଥାଏ। ଖୋଲା ପରିବେଶରେ ରାଷ୍ଟ୍ରପତି ଶପଥ ପାଠ କରିଥାଆନ୍ତି। ହେଲେ ଏଥର ପାଣିପାଗରେ ପରିବର୍ତ୍ତନ ତଥା ଅତ୍ୟଧିକ ଥଣ୍ଡା ପଡ଼ିବା କାରଣରୁ ରାଷ୍ଟ୍ରପତିଙ୍କ ଉଦ୍‍ଘାଟନୀ ସମାବେଶ ହ୍ୱାଇଟ୍‍ ହାଉସ୍‍ ଭିତରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। 
 
5. ସାଧାରଣତଃ ଏହି ଉଦ୍‍ଘାଟନୀ ଉତ୍ସବ ୧ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ଏଥିନେଇ କୌଣସି ସମୟ ନିର୍ଘଣ୍ଟ ରହି ନାହିଁ। 
 
6. ଉଦ୍‍ଘାଟନୀ ଉତ୍ସବ ଆମେରିକୀୟ ରାଷ୍ଟ୍ରପତିଙ୍କ  ନିଜସ୍ୱ ବ୍ୟାଣ୍ଡ ମେରାଇନ୍‍ ବ୍ୟାଣ୍ଡ ଏବଂ ୟୁନିଭର୍ସିଟି ଅଫ ନେବ୍ରାସ୍କା-ଲିଙ୍କନ୍‍ଙ୍କ ଯୁଗ୍ମ ଉଦ୍ୟମରେ ଗୋଷ୍ଠୀ ସଙ୍ଗୀତ ପରିବେଷଣ କରାଯିବ। 
 
7. ଏହାପରେ ଉପ ରାଷ୍ଟ୍ରପତିଙ୍କୁ ଆମେରିକା ସୁପ୍ରିମ୍‍ କୋର୍ଟଙ୍କ ବିଚାରପତି ବ୍ରେଟ୍‍ କାଭାନଫ୍‍ ଶପଥପାଠ କରାଇବେ। ଜଷ୍ଟିସ୍‍ କାଭାନଫଙ୍କୁ ଆମେରିକାର ତତ୍‍କାଳୀନ ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟାଳୟ ନିଯୁକ୍ତି ପ୍ରଦାନ କରିଥିଲେ। 
 
8. ଏହା ପରେ ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ  ଶପଥ ନେବେ। ତାଙ୍କୁ ବିଧି ଅନୁସାରେ ଆମେରିକା ସୁପ୍ରିକ୍‍ କୋର୍ଟଙ୍କ ମୁଖ୍ୟ ବିଚାରପତି ଜନ୍‍ ରବର୍ଟସ୍‍ ଶପଥପାଠ କରାଇବେ। 
 
9. ନାଭାଲ ଏକାଡେମୀ ଦ୍ୱାରା ‘ଆମେରିକାର ଯୁଦ୍ଧ ସଂଗୀତ’ ଗାନ ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଦେଶର ନାଗରିକଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିବେ। ଦେଶ ପାଇଁ ଆବଶ୍ୟକ କାର୍ଯ୍ୟ ନିର୍ବାହୀଙ୍କୁ ନିଯୁକ୍ତି ଏବଂ ଆଦେଶ ପ୍ରଦାନ କରିବେ ନବ ନିର୍ବାଚିତ ରାଷ୍ଟ୍ରପତି। 
 
10. କାର୍ଯ୍ୟକ୍ରମ ଶେଷ ପୂର୍ବରୁ ବିଦାୟୀ ରାଷ୍ଟ୍ରପତିଙ୍କୁ ଅଭିବାଦନ କଣାଇବେ ନବ ନିର୍ବାଚିତ ରାଷ୍ଟ୍ରପତି। ପରେ ସେନା ବାହିନୀ ଦ୍ୱାରା ଆୟୋଜିତ ପରେଡ୍‍କୁ ନୀରିକ୍ଷଣ ସହ ଅଭିବାଦନ ଜଣାଇବେ  ନବ ନିର୍ବାଚିତ ରାଷ୍ଟ୍ରପତି।
Read More
{}{}