Home >>Odisha National-International

PM Modi: ଆଜିଠୁ ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ଯିବେ ମୋଦି, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ଯିବେ। ଏହା ତାଙ୍କର ଚତୁର୍ଥ ବ୍ରିଟେନ୍ ଗସ୍ତ ହେବ। 

Advertisement
PM Modi: ଆଜିଠୁ ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ଯିବେ ମୋଦି, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
Narmada Behera|Updated: Jul 23, 2025, 09:12 AM IST
Share

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ଯିବେ। ଏହା ତାଙ୍କର ଚତୁର୍ଥ ବ୍ରିଟେନ୍ ଗସ୍ତ ହେବ। ବିଟ୍ରଶ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ ନିମନ୍ତ୍ରଣ କ୍ରମେ ମୋଦି ସେଠାକୁ ଯାଉଛନ୍ତି।  ଏହି ଗସ୍ତ କାଳରେ ମୋଦି ବ୍ରିଟ୍ରିସ୍ ରାଜା କିଙ୍ଗ୍ ଚାଲର୍ସଙ୍କୁ ଭେଟିବେ। ଲଣ୍ତନରେ ପ୍ରଧାନମନ୍ତ୍ରୀ ମୋଦି ଓ ଷ୍ଟାର୍ମରଙ୍କ ଭିତରେ ଦ୍ବି-ପାଖିକ ଆଲୋଚନା ହେବ। 

 

ଉଭୟ ନେତା ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା(ଏଫଟିଏ), ପ୍ରତିରକ୍ଷା, ଟେକନୋଲୋଜି ଓ ଜଳବାୟୁ ପରିବର୍ତ୍ତନ  ଭଳି ପ୍ରସଙ୍ଗ ଉପରେ  ଆଲୋଚନା କରିବେ।  ଏଫଟିଏକୁ  ନେଇ ୨ ଦେଶ ମଧ୍ୟରେ ଗତ ୩ ବର୍ଷ ହେଲା ଆଲୋଚନା ଜାରି ରହିଛି।  ତେଣୁ ମୋଦିଙ୍କ ଗସ୍ତ କାଳରେ ୨ ଦେଶ ମଧ୍ୟରେ ଏଫଟିଏ ସ୍ବାକ୍ଷର ହେବାର ସମ୍ଭାବନା ରହିଛି।   

 

Read More
{}{}